ମାହାଙ୍ଗା ସାଇବାବା ମନ୍ଦିରରେ ନୂତନ ବିଗ୍ରହଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ

Udaya_Labanya | April 27, 2021 | 71 views |0 | Uncategorized

  

ମାହାଙ୍ଗା (ଉଲାପ୍ର)ମାହାଙ୍ଗା ଜରିଆ ନଦୀ କୂଳରେ ଅବସ୍ଥିତ ସାଇବାବାଙ୍କ ମନ୍ଦିରରେ ଶ୍ରୀ ଶ୍ରୀ ଶିରିଡ଼ି ସାଇବାବାଙ୍କ ଏକ ମାର୍ବଲ ମୂର୍ତ୍ତି ସ୍ଥାପନ କରାଯାଇ ଆଜି ପ୍ରାତଃ ସମୟରେ ସେଥିରେ ପ୍ରାଣ ପ୍ରତିଷ୍ଠା କରାଯାଇଛି । ସାଇ ପ୍ରଶାନ୍ତି ଟେମ୍ପୂଲ୍ ଟ୍ରଷ୍ଟ, ମାହାଙ୍ଗା ତରଫରୁ କୋଭିଡ ନିୟମ ଅନୁଯାୟୀ ସମସ୍ତ କାର୍ଯ୍ୟକ୍ରମ ଯଥାବିଧି ସମ୍ପନ୍ନ କରାଯାଇଥିଲା ।

ଦୀର୍ଘ ତିନିଦିନ ଧରି ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଗୁପ୍ତ ଗଙ୍ଗା ଭାବେ ପରିଚିତ ଜରିଆ ନଦୀ ଆଳତୀ, ନିକଟସ୍ଥ ସମସ୍ତ ଗ୍ରାମଗୁଡ଼ିକର ଗ୍ରାମ ଦେବତୀ ଓ ସ୍ଥାନୀୟ ଅଞ୍ଚଳର ଅନ୍ୟାନ ଦେବାଳୟରେ ପୂଜାର୍ଚ୍ଚନା କରାଯାଇ ଯଜ୍ଞ ଆରମ୍ଭ କରାଯାଇଥିଲା । ଯଜ୍ଞ ଏବଂ ଏହି ବିଗ୍ରହ ପ୍ରାଥ ପ୍ରତିଷ୍ଠାର କର୍ତ୍ତା ଓ କର୍ତ୍ତୀ ଭାବରେ ସାଇ ପ୍ରେମୀ ତଥା ମାହାଙ୍ଗା ପୁଷ୍ପଗିରି ମହାବିଦ୍ୟାଳୟର ଅଧ୍ୟାପକ ଶ୍ରୀ ସୁଧାଂଶୁ ଶେଖର ଷଡ଼ଙ୍ଗୀ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ବିଷ୍ଣୁପ୍ରିୟା ଷଡ଼ଙ୍ଗୀ ଏବଂ ଉପକର୍ତ୍ତା ଓ ଉପକର୍ତ୍ତୀ ଭାବରେ ଶ୍ରୀ ଉମେଶ ଚନ୍ଦ୍ର ନାୟକ ଏବଂ ତାଙ୍କର ଧର୍ମପତ୍ନୀ ଶ୍ରୀମତୀ ସ୍ଵର୍ଣ୍ଣଲତା ନାୟକ ଯୋଗଦେଇ ସମସ୍ତ ପୂଜାର୍ଚ୍ଚନା ବିଧିପୂର୍ବକ ସୁଚାରୁ ରୂପେ ତୁଲାଇଥିଲେ ।

୨୦୧୪ ମସିହାରୁ ଏଠାରେ ଏକ ମନ୍ଦିର ସ୍ଥାପନ କରାଯାଇ ସାଇବାବାଙ୍କ ଫଟୋ ଚିତ୍ର ସର୍ବବିଧି ବିଧାନ ଅନୁଯାୟୀ ପୂଜାର୍ଚ୍ଚନା କରାଯାଇ ଆସୁଥିଲା । ଶିରିଡ଼ିରୁ ଆସିଥିବା ପୂଜକ ଶ୍ରୀ ଅଶୋକ ପଣ୍ଡିତ ଏଠାରେ ସେହିଦିନଠାରୁ ପୂଜାପାଠ କରି ଆସୁଛନ୍ତି । ଏବେ ସେହିଠାରେ ଉପର ମହଲାରେ ନୂତନ ଭାବେ ନିର୍ମିତ ମନ୍ଦିରରେ ଶିରିଡ଼ିରୁ ଆସିଥିବା ୫ଫୁଟ ୬ଇଞ୍ଚ ଉଚ୍ଚତା ବିଶିଷ୍ଟ ସାଇବାବାଙ୍କ ମାର୍ବଲ ମୂର୍ତ୍ତି ସ୍ଥାପନକରି ପ୍ରାଣପ୍ରତିଷ୍ଠା କରାଯାଇ ଯଥାବିଧି ପୂଜାର୍ଚ୍ଚନା ସମ୍ପନ୍ନ ହୋଇଛି ।

ସରକାରୀ ଗାଇଡିଲାଇନକୁ ଅନୁସରଣ କରାଯାଇ ଅତି ସ୍ୱଳ୍ପ ସଂଖ୍ୟକ ଲୋକମାନଙ୍କ ଦ୍ଵାରା ଭଜନ କୀର୍ତ୍ତନ, ଶବର ସମ୍ପ୍ରଦାୟ ପକ୍ଷରୁ ଗୀତ ନାଚ ଆଦି ଛୋଟ ଛୋଟ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିଲା ।

ସାଇ ପ୍ରଶାନ୍ତି ଟେମ୍ପୂଲ୍ ଟ୍ରଷ୍ଟର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ରାମଚନ୍ଦ୍ର ପରିଡ଼ା, ଯୁଗ୍ମ ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀଯୁକ୍ତ ସରୋଜ କୁମାର ଜେନା, ଚେୟାରମ୍ୟାନ ଶ୍ରୀ ବିନୋଦ କୁମାର ପରିଡ଼ା, ଭାଇସ ଚେୟାରମ୍ୟାନ ଶ୍ରୀ ସଚିନ୍ଦ୍ର ନାଥ ବାରିକ, କୋଷଧକ୍ଷ୍ୟ ଶ୍ରୀ ଗଣେଶ୍ୱର ସାହୁ, ଟ୍ରଷ୍ଟ ବୋର୍ଡର ମେମ୍ବର ସର୍ବଶ୍ରୀ ନିରଞ୍ଜନ ମହାନ୍ତି, ଅନୁପ କୁମାର , ସୁରେନ୍ଦ୍ରନାଥ ବାରିକ, କିର୍ତିଚନ୍ଦ୍ର ଦାସ, ଗୋବିନ୍ଦ ଚନ୍ଦ୍ର ବେହେରା,ଧୀରେନ୍ଦ୍ର କୁମାର ସ୍ବାଇଁ, ରସରାଜ୍ ବୀରକିଶୋର ସ୍ବାଇଁ, କ୍ଷୀରୋଦ ଚନ୍ଦ୍ର ନାୟକ, ମନୋରଞ୍ଜନ ନାୟକ, ସତ୍ୟନାରାୟଣ ବଳ, ପଦ୍ମନାଭ ମହାନ୍ତି ଓ ଶ୍ରୀମତୀ ଉଷାରାଣୀ ମହାନ୍ତିଙ୍କର ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ତ୍ରିଦିବସୀୟ କାର୍ଯ୍ୟକ୍ରମରେ ସର୍ବଶ୍ରୀ ରବୀନ୍ଦ୍ର ମହାନ୍ତି, ଅମୂଲ୍ୟ ବାରିକ, ତନ୍ମୟ ପ୍ରସାଦ ବାରିକ, ଯୋଗେଶ ଚନ୍ଦ୍ର ମହାନ୍ତି, ଦେବେନ୍ଦ୍ର ଦଳାଇ, ବିଜୟ କୁମାର ରାଉତ, ବାସୁଦେବ ମହାନ୍ତି, ବିରଞ୍ଚି ମହାନ୍ତି, ଆନନ୍ଦଚନ୍ଦ୍ର ସାହୁ, ରଜନୀକାନ୍ତ ପରିଡ଼ା, ତାରାକାନ୍ତ ମହାପାତ୍ର, ସୁରେନ୍ଦ୍ର କୁମାର ସିଂହ, ସୁଦାମ ସାହୁ, ମନୋଜ ସ୍ବାଇଁ, ରବୀନ୍ଦ୍ରନାଥ ସିନ୍ନା, ମୃତ୍ୟୁଞ୍ଜୟ, କିଶୋର, ବଳରାମ, ଶାରଦା, ତୁଷାରକାନ୍ତ, ସ୍କୃତି, ଜଗନ୍ନାଥ, ଗିରିଜା, ରୁଦ୍ର, ଚିତ୍ତରଞ୍ଜନ, ତୋଫାନ, ପୂର୍ଣ୍ଣଚନ୍ଦ୍ର, କୁଲୁ, ବାଇନ, ଦିପୁନା, ପୁନା, ପୁପୁନ, ହୃଷୀକେଶ, ରାଜା ଓ ଟଚୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ସମ୍ପାଦନରେ ସକ୍ରିୟ ସହଯୋଗ କରିଥିଲେ ।

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories