#Breaking News #Uncategorized

ଗୋଛାପଡ଼ା ପୋଲିସ ଦ୍ୱାରା ମିଲିସିଆ ଗିରଫ,ମାଓ ପୋ ଷ୍ଟର ଜବତ


ଫୁଲବାଣୀ- (ସୁନୀଲ ପଟନାୟକ) କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ପୋଲିସ ବୁଧବାର ଜଣେ ମିଲିସିଆ କୁ ଗିରଫ କରିଛି। ଗିରଫ ଜଣଙ୍କଫିରିଙ୍ଗିଆ ବ୍ଳକ ସୁମର ବନ୍ଧ ଗ୍ରାମର ରାମଦାସ କହଁର ବୋଲି ଗୋଚ୍ଛାପଡ଼ା ପୋଲିସ କହିଛି । ରାମଦାସ ନିକଟରୁ ପୋଲିସ ମାଓ ପୋଷ୍ଟର ଜବତ କରିଛି । ବୁଧବାର ରାମଦାସ ଫିରିଙ୍ଗିଆରେ ଥିବା ଖବର ପାଇ ଗୋଛାପଡ଼ା ପୋଲିସ ଗିରଫ କରିଥିଲା।
ଗତ ୫/୪/୨୧ରେ ରାଇଘର ଠାରେ ପୋଲିସ-ମାଓବାଦୀ ଏନ କାଉଣ୍ଟରରେ ସେ ସାମିଲ ଥିବା ଜଣାପଡିଛି। ଗୋଛା ପଡ଼ା ପୋଲିସ ଏନେଇ ଏକ ମାମଲା ରୁଜ୍ଜୁ କରିବା ସହ କୋର୍ଟ ଚାଲାଣ କରିଛି ।

Leave a comment

Your email address will not be published. Required fields are marked *