#Breaking News #Uncategorized

ପ୍ରଶାସନ ଶୁଣିଲାନି । ଶେଷରେ ରାଜକୁମାରୀ ଙ୍କୁ ସହାୟତାର ହାତ ବଢ଼ାଇଲେ ବିଜେପି ନେତ୍ରୀ


ଫୁଲବାଣୀ- (ସୁନୀଲ ପଟନାୟକ) ଗୁହାରୀ କରି କରି ଥକିଗଲେ ସିନା ପ୍ରଶାସନ ଶୁଣିଲା ନି,ଶେଷରେ ନିଜ ଭାଗ୍ୟକୁ ଆଦରି ଆଖିରୁ ଲୁହ ଗଡାଇ ରହିଥିଲେ ରାଜକୁମାରୀଙ୍କ ସ୍ଵାମୀ। ତେବେ କେଉଁଠି ଥିଲେ କେଜାଣି ହଠାତ ଦେବ ଦୁତ ପରି ମାଡି ଆସି ସହାୟତାର ହାତ ବଢାଇଛନ୍ତି ଜଣେ ମହିଳା। ମହିଳା ଜଣଙ୍କ ଆଉ କେହି ନୁହନ୍ତି ବାଲିଗୁଡ଼ା ଅଞ୍ଚଳର ଜଣେ ସମାଜସେବୀ ତଥା ବିଜେପିନାରୀନେତ୍ରୀ କୁସୁମପ୍ରଧାନ।
ସୂଚନାଯୋଗ୍ୟଯେ , କନ୍ଧମାଳ ବାଲି ଗୁଡ଼ାର ମୁଣ୍ଡାସାହି ଅଞ୍ଚଳର ରାଜକୁମାରୀ ନାୟକ ନାମକ ଜଣେ ମହିଳା ଙ୍କ ପ୍ରାୟ ୧୧ ବର୍ଷ ତଳେ ଏକ ଦୁର୍ଘଟଣାରେ ଡାହାଣ ଗୋଡ଼ରେ ଗୁରୁତର ଆଘାତ ଲାଗିଥିଲା। ହେଲେ ସେତେ ବେଳେ ଅର୍ଥାଭାବରୁ ସ୍ଥାନୀୟ ଡାକ୍ତରଖାନାରେ ଥିବା ବ୍ୟବସ୍ଥା ପ୍ରକାରେ ତାଙ୍କର ଚିକିତ୍ସା କରାଯାଇଥିଲା। ସେ କିଛିଟା ସୁସ୍ଥ ଅନୁଭବ କରିବାପରେ ଘରକୁ ଫେରିଆସିଥିଲେ । ହେଲେ ସେତେବେଳେ ଉପଯୁକ୍ତ ଚିକିତ୍ସା ନ ହେବା ଫଳରେ ମାଡ ବାଜି ଥିବା ଗୋଡ଼ ଟି ଧିରେ ଧିରେ ସଂକ୍ରମିତ ହେବାରେ ଲାଗିଲା।
ଅର୍ଥ ଅଭାବରୁ ଚିକିତ୍ସା ନ କରିବା ଫଳରେ ଗୋଡ଼ ଟି ଏବେ ପଚିବାରେ ଲାଗିଛି ।ରାଜକୁ ମାରୀ ଆଉ ଠିକଭାବେ ଚାଲିପାରୁ ନାହିଁ।ନ୍ତି । ସ୍ତ୍ରୀ ରାଜକୁମାରୀଙ୍କ ଚିକିତ୍ସା କରିବାଲାଗି
ପୁର୍ନବାର ପ୍ରଶାସନ ନିକଟରେ ଆର୍ଥୀକ ସହାୟତା ବିଡିଓ ଠୁ ଆରମ୍ଭ କରି ଜିଲ୍ଲାପାଳ ଙ୍କ ଯାଏ ଗୁହାରୀ କରିଥିଲେ ରାଜକୁମାରୀ ଙ୍କ ସ୍ଵାମୀ ଶିବନା ଏକ I ହେଲେ କେହି ମଧ୍ୟ ତାଙ୍କର ଗୁହାରି ଶୁଣି ନଥିଲେ । ଶେଷରେ ନିରାଶ ହୋଇ ଦୁଃଖରେ ଭାଙ୍ଗିପଡିଥିଲେ।
ତେବେ କୌଣସି ସୁତ୍ରରୁ ଜାଣିପାରି ବୁଧବାର ବିଜେପି ନାରୀନେତ୍ରୀ କୁସୁମ ପ୍ରଧାନ ଘରକୁ ଆସି ରାଜକୁମାରୀଙ୍କ ସ୍ଵାସ୍ଥ୍ୟ ଅବସ୍ଥା ସଂପର୍କରେ ପଚାରି ବୁଝିବା ସହ ତାଙ୍କର ସମସ୍ତ ଚିକିତ୍ସା ବ୍ୟବସ୍ଥା ଲାଗି ସେ ସହାୟତା କରିବାପାଇଁ କହିବା ଫଳରେ ଖୁସି ବ୍ୟକ୍ତ କରିବା ସହ କୃତଜ୍ଞତା ଜ୍ଞାପନ କରିଛନ୍ତି ରାଜକୁମାରି ଓ ତାଙ୍କ ସ୍ୱାମୀ । ବଞ୍ଚିବା ଆଶା ଛାଡି ଦେଇଥିବା ରାଜକୁ ମାରି ଏବେ ଆଶ୍ଵସ୍ତ ଅନୁଭବ କରିଛନ୍ତି ନିଶ୍ଚୟ।
ରାଜକୁମାରୀଙ୍କ ପରି ଜଣେଗରୀବ,ଅସହାୟ ନିଷ୍ପେସିତ ଙ୍କ ପ୍ରତି ପ୍ରଶାସନ ଯଦି ଚିକିତ୍ସା ପାଇଁ ସହାୟତା ଯୋଗାଇ ଦେଇପାରୁନି, ହେଲେ
ଗରୀବ ଲୋକଙ୍କ ପାଇଁ ସରକାରଙ୍କ ଥିବା ମାଳମାଳ ଯୋଜନା ତେବେ କାହା ପାଇଁ? ବୋଲି ଏଠାରେ ପ୍ରଶ୍ନ ଉଠୁଛି ? ସରକାରୀ ଯୋଜନା ଗରୀବଙ୍କ ପ୍ରତି ଉପହାସ ପାଲଟିଥିବା କୁହାଯାଉଛି।

Leave a comment

Your email address will not be published. Required fields are marked *