ବଜ୍ରପାତରେ ଚାଲିଗଲା ନାବାଳିକାଙ୍କ ଜୀବନ
Udaya_Labanya | April 29, 2021 | 144 views |0 | Uncategorized
ବାଲିଗୁଡା,୨୯/୦୪.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଗୁରୁବାର ମଧ୍ୟାହ୍ନରେ କାଳବୈଶାଖୀ ପ୍ରଭାବରେ ବେହାଲ ହୋଇଛି। ବିଭିନ୍ନ ସ୍ଥାନରେ ବଜ୍ରପାତରେ ଏକାଧିକ ଲୋକଙ୍କ ବିଦ୍ୟୁତ୍ଚାଳିତ ସାମଗ୍ରୀ ନଷ୍ଟ ହେବା ସହ ଉକ୍ତ ବ୍ଲକ ପର୍ତ୍ତମାହା ପଞ୍ଚାୟତ ଅଞ୍ଚଳରେ ବଜ୍ରପାତରେ ଜଣେ ନାବାଳିକାଙ୍କ ଜୀବନ ଯାଇଛି। ସେହେଲେ ପେତାରବାଡ଼ି ଗ୍ରାମର ପ୍ରକାଶ ପ୍ରଧାନଙ୍କ ଝିଅ ଦିପାଳୀ(୧୧)। ଗ୍ରାମବାସୀ ଲୋକଙ୍କ କହିବା ଅନୁଯାୟୀ, ଦିପାଳୀ ତାଙ୍କ ଘର ଠାରୁ ମାତ୍ର ୨ ଶହ ମିଟର ଦୂରରେ ଏକ ଆମ୍ବ ଗଛରୁ ଆମ୍ବ ତୋଳୁଥିଲେ। ସେହି ସମୟରେ ହଠାତ୍ ବଜ୍ରପାତ ଘଟିଥିଲା। ଫଳରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ। ଏନେଇ ପରିବାର ପକ୍ଷରୁ ଦାରିଙ୍ଗବାଡ଼ି ଥାନାରେ ଜଣାଇବାରୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ଆଇଆଇସି କୌଶିକ ମାଝି କହିଛନ୍ତି। କେସ୍ ନଂ ୭/୨୧ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଥିବା ତଦନ୍ତକାରୀ ଅଧିକାରୀ ସୌମ୍ୟରଞ୍ଜନ ଜେନା କହିଛନ୍ତି।