ସାମ୍ବାଦିକ ମାନଙ୍କୁ କରୋନା ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ

Udaya_Labanya | May 2, 2021 | 23 views |0 | Uncategorized

ସାମ୍ବାଦିକଙ୍କୁ କୋଭିଡ ଯୋଦ୍ଧା ଭାବେ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ଅନୁଯାୟୀ, ରାଜ୍ୟର ୬୯୪୪ ଜଣ କାର୍ଯ୍ୟରତ ସାମ୍ବାଦିକ ଉପକୃତ ହେବେ । ଏହାସହ କରୋନା ମହାମାରୀ ସମୟରେ ସାମ୍ବାଦିକଙ୍କ କାର୍ଯ୍ୟକୁ ପ୍ରଂଶସା କରିଛନ୍ତି ନବୀନ । ମହାମାରୀ ଭଳି ସଙ୍କଟ ସମୟରେ ରାଜ୍ୟବାସୀଙ୍କୁ କରୋନା ସମ୍ପର୍କିତ ଖବର ପହଞ୍ଚାଇବା ସହ ଲୋକଙ୍କୁ ସଚେତନ କରାଉଛନ୍ତି । ମହାମାରୀ ମୁକାବିଲାରେ ସାମ୍ବାଦିକ ମାନେ ଅନେକ ସହାୟତା କରୁଥିବା କହିଛନ୍ତି ନବୀନ

ସବୁଠୁ ବଡ କଥା ହେଲା, ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣାକ୍ରମେ ରାଜ୍ୟର କାର୍ଯ୍ୟରତ ୬୯୪୪ ସାମ୍ବାଦିକ ଉପକୃତ ହେବେ । ଯଦି କରୋନା କାରଣରୁ କୌଣସି ସାମ୍ବାଦିକଙ୍କର ମୃତ୍ୟୁ ହୁଏ ତେବେ ୧୫ ଲକ୍ଷ ଟଙ୍କା ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି ନବୀନ । ସେହିଭଳି ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟ ବୀମା ଯୋଜନାରେ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି କହିଛନ୍ତି ନବୀନ

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories