#Breaking News #Uncategorized

କରୋନା ସନ୍ଦେହରେ ପଡ଼ି ରହିଲା ଶବ, ବିଧାୟକଙ୍କ ହସ୍ତକ୍ଷେପ ପରେ ହେଲା ବ୍ୟବଚ୍ଛେଦ,

ନରସିଂହପୁର ( ଉଲାପ୍ର)
ନରସିଂହପୁର ବ୍ଲକ ଅନ୍ତର୍ଗତ ବଡଭୁଇଁ ଭଗତପୁର ଗ୍ରାମର ଜଣେ 33 ବର୍ଷ ଯୁବକ ତଥା କଟକ ଜିଲ୍ଲାର ସାଲେପୁର ତହସିଲ ଅଧୀନରେ ଥିବା ଦୁଇଟି ସର୍କଲ ରେ ରାଜସ୍ବ ନିରୀକ୍ଷକ ଥିବା ଜୈନେକ କର୍ମଚାରୀ ଙ୍କର କରୋନା ଆକ୍ରାନ୍ତ ରେ ମୃତ୍ୟୁ ଘଟିଥିବା ଜଣାପଡିଛି। ସୂଚନା ରୁ ପ୍ରକାଶ ଯେ କିଛି ଦିନ ହେଲା ସେ ଅସୁସ୍ଥ ଥିଲେ ଶନିବାର ସନ୍ଧ୍ୟାରେ ନରସିଂହପୁର ମେଡ଼ିକାଲ କୁ ଚିକିତ୍ସା ପାଇଁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମାତ୍ର କରୋନା ସନ୍ଦେହରେ ମେଡ଼ିକାଲ ରେ ପଡ଼ି ରହିଥିଲା ଶବ ରବିବାର ସକାଳେ ବିଧାୟକ ଦେଵୀ ପ୍ରସାଦ ମିଶ୍ର,ବ୍ଲକ ଅଧ୍ୟକ୍ଷ କିଶୋର ଚନ୍ଦ୍ର ମିଶ୍ର,ମେଡ଼ିକାଲ ରେ ପହଞ୍ଚି ଥିଲେ
ବିଡ଼ିଓ ପ୍ରଦୀପ କୁମାର ସାହୁ
ତହସିଲଦାର ଆଲୋକ ରଞ୍ଜନ ଦେହୁରୀ,ଅତିରିକ୍ତ ତହସିଲଦାର ତପନ କୁମାର ପରିଡ଼ା, ପୋଲିସ ଓ ମେଡ଼ିକାଲ କର୍ମଚାରୀ ଙ୍କ ସହିତ ଅଲୋଚନା କରି କିପରି ଶବ ବ୍ୟବଚ୍ଛେଦ ହେବ ସେନେଇ ଆଲୋଚନା କରିଥିଲେ। ମୃତକଙ୍କ ପରିବାର କୋଭିଡ଼ ପରୀକ୍ଷା ହୋଇଥିଲା ସେଥି ମଧ୍ୟରୁ ମୃତକଙ୍କ ଭାଇ ପଜିଟିଭ୍ ଚିହ୍ନଟ ହୋଇଥିଲେ।


ପରେ ପୋଲିସ ଶବ ଜବତ କରି ବଡମ୍ବା ପଠାଇଥିଲା ସେଠାରେ କୋଭିଡ଼ ପରୀକ୍ଷା ପରେ ମୃତ ବ୍ୟକ୍ତି ପଜିଟିଭ୍ ଚିହ୍ନଟ ହୋଇଥିଲେ। ପ୍ରଶାସନ ର ସହଯୋଗ ରେ ବଡଭୁଇଁ ଭଗତପୁର ତାଙ୍କ ପୈତୃକ ଗ୍ରାମ ରେ ଆଲୋକ ରଞ୍ଜନ ଦେହୁରୀ,ବିଡ଼ିଓ ପ୍ରଦୀପ କୁମାର ସାହୁ, କାନପୁର ଥାନା ଅଧିକାରୀ ସସ୍ମିତା ରଣା,ଡାକ୍ତର ଦେବାଶିଷ ଜେଠୀ ଏବଂ ଶୁଭାଶିଷ ଶତପଥୀ ଏବଂ ମୃତଙ୍କ ବାପାଙ୍କ ଉପସ୍ଥିତିରେ ଶବ ସତ୍କାର କରାଯାଇଥିଲା । କୃପାସିନ୍ଧୁ ଜଣେ ସ୍ନେହୀ ଓ ମେଳାପି ପିଲା ଥିଲେ।

Leave a comment

Your email address will not be published. Required fields are marked *