Connect with us

Uncategorized

ଓଡ଼ିଶା ସମାଜ ୟୁ.ଏ.ଇର ଏକାଦଶତମ ୱେବ୍‍ ବାର୍ଷିକୋତ୍ସବ ପାଳନ ଦୁବାଇ

Published

on

ଭୁବନେଶ୍ୱର / ନୂଆଦିଲ୍ଲୀ / ତିରୁବନନ୍ତପୁରମ୍‍ / ପୁନେ / ୪/୫ : ଓଡ଼ିଶା ସମାଜ ୟୁନାଇଟେଡ୍‍ ଆରବ ଏମିରେଟ୍‍ସ (ଓ.ଏସ୍‍.ୟୁ.ଏ.ଇ)ର ଏକାଦଶତମ ବାର୍ଷିକୋତ୍ସବ ଏବଂ ଉତ୍କଳ ଦିବସ ଅନ୍‍ଲାଇନ୍‍ ଯୋଗେ ପାଳନ କରାଯାଇଛି । ମୁଖ୍ୟ ଅତିଥି ଓଡ଼ିଶା ବିଧାନସଭାର ବାଚ୍ଚସ୍ପତି ଡଃ ସୂର୍ଯ୍ୟନାରାୟଣ ପାତ୍ର ଏହି ଭବ୍ୟ ସମାରୋହକୁ ପାରମ୍ପରିକ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଉଦ୍‍ଘାଟନ କରିଥିଲେ । ଭର୍ଚ୍ଚୁଆଲ୍‍ ସଭାର ପ୍ରାରମ୍ଭରେ କୋଭିଡ୍‍ ମୃତକଙ୍କ ସ୍ମୃତିରେ ନୀରବ ପ୍ରାର୍ଥନା କରାଯାଇଥିଲା । ଲାଇଭଷ୍ଟ୍ରିମିଂ ସାମବେଶରେ ବିଭିନ୍ନ ଦେଶର ଓଡ଼ିଆ ସମାଜର କର୍ମକର୍ତ୍ତା, ବହୁ ପ୍ରତିଷ୍ଠିତ ପ୍ରବାସୀ ଓଡ଼ିଆ ଏବଂ ଓଡ଼ିଶାପ୍ରେମୀ ଦେଶ ବିଦେଶର ବିଶିଷ୍ଟ ବ୍ୟକ୍ତିମାନେ ଯୋଗଦେଇଥିବା ଦେଖାଯାଇଥିଲା । ଭିଡିଓ କନ୍‍ଫରେନ୍ସିଂ ଜରିଆରେ ବୈଠକକୁ ସମ୍ବୋଧନ କରି ଡଃ ସୂର୍ଯ୍ୟନାରାୟଣ ପାତ୍ର କରୋନା ମହାମାରୀ କାଳରେ ଓଡ଼ିଶା ସମାଜ ୟୁ.ଏ.ଇ, ପ୍ରବାସୀ ଶ୍ରମିକ, ଛାତ୍ରଛାତ୍ରୀ ଏବଂ ଅସହାୟ ଜନସାଧାରଣଙ୍କୁ ଯେଭଳି ଭାବେ ସାହାଯ୍ୟ, ସହଯୋଗ ଓ ସେବା ପ୍ରଦାନ କରିଛି ତାହା ନିଶ୍ଚିତ ଭାବେ ସ୍ୱାଗତଯୋଗ୍ୟ ବୋଲି କହିଥିଲେ । ପ୍ରବାସୀ ଓଡ଼ିଆମାନେ ମିଳିମିଶି ଏକଜୁଟ୍‍ ହୋଇ ବର୍ତ୍ତମାନର ମହାବିପତ୍ତି କାଳରେ ମାତୃପ୍ରଦେଶ ଓଡ଼ିଶାକୁ ଆକୁଣ୍ଠରେ ସହାୟତା ପ୍ରଦାନ କରିବାକୁ ଡଃ ପାତ୍ର ନିବେଦନ କରିଥିଲେ । ଉତ୍ସବ ଉଦ୍ଦେଶ୍ୟରେ ଏକ ଭିଡିଓ ବାର୍ତ୍ତା ପ୍ରଦାନ କରି ଗୁରୁଜୀ ଚନ୍ଦ୍ରଭାନୁ ଶତପଥୀ, ପରସ୍ପରକୁ ଭଲ ପାଇବା ଓ ସାନ୍ତ୍ୱନା ଦେବାକୁ ଶିଖାଉଥିବା ଶକ୍ତିଶାଳୀ ଜଗନ୍ନାଥ ସଂସ୍କୃତିର ପ୍ରାସଙ୍ଗିକତା ଆଜିର ବିପଦ କାଳରେ ଅଧିକ ସମୀଚିନ ହୋଇପଡ଼ିଥିବା ଦର୍ଶାଇଥିଲେ । କରୋନାକୁ ଦୂର କରିବା ପାଇଁ ଜନସମାଜ, ଏହାର ଆତ୍ମଶକ୍ତି, ବିଜ୍ଞାନ ଶକ୍ତି, ରାଜ୍ୟ ଶକ୍ତି ଏବଂ ସର୍ବୋପରି ଆଧ୍ୟାତ୍ମିକ ଶକ୍ତିକୁ ଜାଗ୍ରତ କରିବାକୁ ଗୁରୁଜୀ ଆଶ୍ରିବଚନ ଶୁଣାଇଥିଲେ । ଇଣ୍ଟରନେଟ୍‍ ଅଧିବେଶନରେ ଉଦ୍‍ବୋଧନ ଦେଇ ରାଜ୍ୟ ଉଚ୍ଚଶିକ୍ଷା ଓ କୃଷି ମନ୍ତ୍ରୀ ଡଃ ଅରୁଣ ସାହୁ ବିଦେଶରେ ଜୀବନଯାପନ କରୁଥିବା ଓଡ଼ିଶାର କୃତି ସନ୍ତାନ ଓ ସନ୍ତତିମାନେ ନିଜର ମା’ ମାଟି ପ୍ରତି ପ୍ରଦର୍ଶନ କରୁଥିବା ଅହେତୁକ ମୋହ, ଅନାବିଳ ମମତା, ଅନନ୍ୟ ଶ୍ରଦ୍ଧା, ଅଜସ୍ର ସମ୍ମାନ ଏବଂ ଅତୁଟ ସ୍ନେହ, ତାଙ୍କୁ ଅଭିଭୂତ କରିଥିବା ଦର୍ଶାଇଥିଲେ । ସମ୍ବଳ ଓ ସମାର୍ଥ୍ୟରେ ପରିପୃଷ୍ଟ ଏହି ପ୍ରବାସୀ ଓଡ଼ିଆମାନେ ନିଜର ଜନ୍ମ ପ୍ରଦେଶର ଋଣ ସୁଝିବା ପାଇଁ କିଛି କରି ଦେଖାଇବା ସକାଶେ ଇଚ୍ଛାଶକ୍ତି ଓ ନେଇଥିବା ପଣର ଡଃ ସାହୁ ଭୂରୀ ଭୂରୀ ପ୍ରଶଂସା କରିଥିଲେ । ସମ୍ମାନିତ ବକ୍ତା କେରଳର ଡି.ଜି. ପୁଲିସ ଲୋକନାଥ ବେହେରା, ପ୍ରବାସୀ ଓଡ଼ିଆମାନେ ପ୍ରବାସୀ କେରଳୀ ମାନଙ୍କର କେରଳ ପ୍ରତି ଥିବା ବ୍ୟାପକ ଅବଦାନ ସମ୍ପର୍କରେ ଅନୁଶୀଳନ ଓ ଏହାକୁ ଅନୁସରଣ କରିବାକୁ ପରାମର୍ଶ ଦେଇଥିଲେ । ଓଡ଼ିଶା ଆଦୌ ଅନଗ୍ରସର ନୁହଁ ବୋଲି ଦର୍ଶାଇ ଶ୍ରୀ ବେହେରା, ଓଡ଼ିଶାର ଗାଁ ଗହଳରେ ସ୍କୁଲ, କଲେଜ, ପାଠାଗାର ଓ ବ୍ଲଡ୍‍ ବ୍ୟାଙ୍କ ଆଦି ସ୍ଥାପନ ପାଇଁ ପ୍ରବାସୀ କେରଳୀଙ୍କ ଭଳି ପ୍ରବାସୀ ଓଡ଼ିଆମାନେ ସହଯୋଗ କଲେ ଆମ ରାଜ୍ୟର ଭାଗ୍ୟ ବଦଳି ଯିବା ଅବଶ୍ୟମ୍ଭାବୀ ବୋଲି ଶ୍ରୀ ବେହେରା ଦମ୍ଭ ପ୍ରକାଶ କରିଥିଲେ । ଏହି ଅବସରରେ ଓ.ଏସ୍‍.ୟୁ.ଏ.ଇ ତରଫରୁ ପ୍ରଥମ ଓଡ଼ିଆ ମହିଳା ପାଇଲଟ୍‍ କ୍ୟାପଟେନ୍‍ ମଧୁସ୍ମିତା ପଟ୍ଟନାୟକଙ୍କୁ କୋଭିଡ୍‍ କାଳରେ ପ୍ରବାସୀ ଓଡ଼ିଆ ଶ୍ରମିକମାନଙ୍କୁ ନେଇ ଦୁବାଇରୁ ଭୁବନେଶ୍ୱର ବିମାନ ଚାଳନା କରି ପ୍ରଦର୍ଶନ କରିଥିବା ଅଦମ୍ୟ ସାହସିକତା ଓ ଉଲ୍ଲେଖନୀୟ ସମାଜସେବା ପାଇଁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ତାଙ୍କର ଭାଷଣରେ କ୍ୟାପ୍‍ଟେନ୍‍ ପଟ୍ଟନାୟକ, କୋଭିଡ୍‍ କାଳରେ ନିଜର ନୈତିକ ମନୋବଳକୁ ଉଚ୍ଚା ରଖି ପରସ୍ପରକୁ ସହଯୋଗ କରିବା ପାଇଁ ହୃଦୟ ଓ ମନକୁ ଉନ୍ମୁକ୍ତ କରିବାକୁ ଆହ୍ୱାନ ଜଣାଇଥିଲେ । ସମ୍ମାନିତ ଅତିଥି ରାଜ୍ୟର ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଓ.ଏସ୍‍.ୟୁ.ଏ.ଇ ପକ୍ଷରୁ ରାଜ୍ୟର ୧୦ଟି ଗ୍ରାମକୁ ପୋଷ୍ୟ ଭାବରେ ଗ୍ରହଣ କରି ସେଠାରେ ସ୍ୱାସ୍ଥ୍ୟ ପରୀକ୍ଷା ଓ ଚିକିତ୍ସା ସୁବିଧା ଉପଲବ୍ଧ କରାଇବାକୁ ପରାମର୍ଶ ଦେଇଥିଲେ । ଏହା ସାଙ୍ଗକୁ ସମାଜ ପକ୍ଷରୁ ନିଶୁଳ୍କ ମେଣ୍ଟାଲ ହେଲ୍‍ଥ ସର୍ଭିସ କାଉନ୍‍ସେଲିଂ ଆରମ୍ଭ କରାଯିବାକୁ ସେ ମତ ପ୍ରକାଶ କରିଥିଲେ । ୨୮ ଏପ୍ରିଲ ତାରିଖ ମଧୁବାବୁଙ୍କର ଜନ୍ମଦିନକୁ ପ୍ରବାସୀ ଓଡ଼ିଆ ଦିବସ ଭାବେ ପାଳନ କରାଯିବାକୁ ଶ୍ରୀ ହରିଚନ୍ଦନ ଆଗ୍ରହ ପ୍ରକାଶ କରିଥିଲେ । ଅନ୍ୟତମ ଅତିଥି ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ଦ୍ଦେଶକ ନୀଳମାଧବ ପଣ୍ଡା, ହୀନମନ୍ୟତାକୁ ଦୂରେଇ ଦେଇ ଆମର ଉପଲବ୍ଧୀ ପାଇଁ ଆମକୁ ଗର୍ବ ଅନୁଭବ କରିବା ଉଚିତ ବୋଲି କହିଥିଲେ । ଲଗାତର ପ୍ରାକୃତିକ ବିପତ୍ତି ପାଇଁ ପରିଚିତ ଓ ନିନ୍ଦିତ ଓଡ଼ିଶା ଏବେ ଏହି ବିପତ୍ତିର ସଫଳ ନିୟନ୍ତ୍ରଣ ପାଇଁ ବିଶ୍ୱଭରି ପ୍ରଶଂସାର ପାତ୍ର ହୋଇଥିବା ଶ୍ରୀ ପଣ୍ଡା ସୂଚାଇଥିଲେ । ସମ୍ମାନିତ ବକ୍ତା ଭାରତୀୟ ଜନତା ପାର୍ଟିର ଜାତୀୟ ମୁଖପାତ୍ର ଡଃ ସମ୍ବିତ ପାତ୍ର, ସାମ୍ପ୍ରତିକ ଦୁର୍ବିସହ କରୋନା ସଂକଟ କାଳରେ ପ୍ରବାସୀ ଓଡ଼ିଆମାନେ ଆମ ପାଇଁ ପ୍ରାର୍ଥନା ଏବଂ ଆମକୁ ଆଶୀର୍ବାଦ କରିବାକୁ ନିବେଦନ କରିଥିଲେ । ବିଶ୍ୱ ଓଡ଼ିଶା ସମାଜର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ, ପ୍ରଳୟଙ୍କରୀ ମହାମାରୀକୁ ତିଳେମାତ୍ର ଭ୍ରୁକ୍ଷେପ ନ କରି ସମଗ୍ର ପୃଥିବୀର ଓଡ଼ିଆ ସମ୍ପ୍ରଦାୟକୁ ପରସ୍ପରର ଦୁଃଖସୁଖରେ ଭାଗୀଦାର ହେବା ପାଇଁ ଗୋଟିଏ ଡିଜିଟାଲ ମଞ୍ଚରେ ଏକଜୁଟ୍‍ କରିପାରିଥିବାରୁ ଓ.ଏସ୍‍.ୟୁ.ଏ.ଇକୁ ସାଧୁବାଦ ଜଣାଇଥିଲେ । ବ୍ୟାଙ୍କ ଅଫ୍‍ ବରୋଦାର ସି.ଇ.ଓ ନିଶାନ୍ତ ରଞ୍ଜନ ଏବଂ ଇଣ୍ଟରନ୍ୟାସନାଲ୍‍ ସିଫି ଏଣ୍ଡ ଲଜିଷ୍ଟିକ୍ସର ସି.ଇ.ଓ କ୍ୟାପ୍‍ଟେନ୍‍ ସୌମ୍ୟରଞ୍ଜନ ପଟ୍ଟନାୟକ ବାର୍ଷିକ ଉତ୍ସବ ପାଇଁ ଆୟୋଜକମାନଙ୍କୁ ଶୁଭକାମନା ଜ୍ଞାପନ କରିଥିଲେ । ଓ.ଏସ୍‍.ୟୁ.ଏ.ଇର ସଭାପତି ଅମୀୟ ମିଶ୍ର ସ୍ୱାଗତ ଭାଷଣ ପ୍ରଦାନ କରି ମୁଖ୍ୟ ଅତିଥି ଡଃ ପାତ୍ରଙ୍କ ଜରିଆରେ ଓଡ଼ିଶା ସମାଜ ୟୁ.ଏ.ଇ କୋଭିଡ୍‍ ମୁକାବିଲା ପାଇଁ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କର ରିଲିଫ ପାଣ୍ଠିକୁ ୨ ଲକ୍ଷ ଟଙ୍କାର ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ଓ.ଏସ୍‍.ୟୁ.ଏ.ଇର ସାଧାରଣ ସମ୍ପାଦକ ପ୍ରିତୀଶ ଦାଶ ଧନ୍ୟବାଦ ଅର୍ପଣ କରିଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ନିଜର ବକ୍ତବ୍ୟ ପ୍ରଦାନ କରି ପ୍ରଖ୍ୟାତ ଅଭିନେତ୍ରୀ ଅନୁ ଚୌଧୁରୀ ବିଦେଶ ଭୂମିରେ ମା’ ଓ ମାଟିର ଟେକ ରଖିବାକୁ ଓ ଓଡ଼ିଶାର ପରିଚୟକୁ ପରିବର୍ଦ୍ଧନ କରିବାକୁ ଓଡ଼ିଶା ସମାଜର ସଦସ୍ୟମାନଙ୍କୁ ନିବେଦନ ଜଣାଇଥିଲେ । ହାସ୍ୟ ସମ୍ରାଟ ଜ୍ଞାନ ହୋତା ତାଙ୍କର ଅନର୍ଗଳ ତୀର୍ଜକ ବାକ୍ୟବାଣରେ ଦର୍ଶକମାନଙ୍କର ଭରପୂର ମନୋରଞ୍ଜନ କରିଥିଲେ । ଶାଶ୍ୱତ ଯୋଶୀ ଓ ସାଥୀ କଳାକାରମାନେ ନୃତ୍ୟମାଧ୍ୟମରେ ବନ୍ଦେ ଉତ୍କଳ ଜନନୀ ପରିବେଷଣ କରିଥିଲେ । ସମଗ୍ର କାର୍ଯ୍ୟକ୍ରମକୁ ସୁନ୍ଦର, ସାବଲୀଳ ଓ ସୂଚାରୁ ରୂପରେ ସୁଦକ୍ଷ ସଂଯୋଜକ ଏବଂ ସଂଚାଳକ ସୁଧାଶ୍ରୀ ଦାଶ ଉପସ୍ଥାପନା କରିଥିଲେ । ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଡଃ ନଳିନୀ ପତି, ସନ୍ତୋଷ ମିଶ୍ର, ଦେବର୍ଶୀ ମଲ୍ଲିକ, ସୁମନ୍ତ ମାନସିଂହ, ଶିବ ରଞ୍ଜନ ବିଶ୍ୱାଳ, ଆଦ୍ରିଶ ବ୍ରହ୍ମଦତ୍ତ, ପ୍ରଦୀପ ରଥ, ସୁକାନ୍ତ ସାହୁ, ଶାସ୍ୱତ ପାଢ଼ୀ, ସୁବାସ ସାହୁ, ଗୌତମ ଦାସ, ତ୍ରିଲୋଚନ ତ୍ରିପାଠୀ, ମମତା ମିଶ୍ର, ମନୋଜ ମନ୍ମୟ, ପୁଷ୍ପାଞ୍ଜଳି ବାରିକ, ଚିଦାତ୍ମିକା ଖଟୁଆ, ବିଶ୍ୱରଞ୍ଜନ ପାଢ଼ୀ, ହୃଷିକେଶ ପାତ୍ର, ସସ୍ମିତା ପଟ୍ଟନାୟକ, ଲୋପାମୁଦ୍ରା ଦାସ, ଅଂଶୁମାନ ମହାପାତ୍ର, ଜୀତେନ୍ଦ୍ର ପରିଡ଼ା, ବଳରାମ ବଳିଆରସିଂହ, ମାନସ ପ୍ରଧାନ, ବିରଜା ରଥ, ରାଜେଶ ତ୍ରିପାଠୀ ଓ ସୁକାନ୍ତ ଜେନା ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ । ବାର୍ଷିକ ଉତ୍ସବର ସଫଳ ଆୟୋଜନ ଓ ସୁପରିଚାଳନା କରିବାରେ ଓ.ଏସ୍‍.ୟୁ.ଏ.ଇର ସାଂସ୍କୃତିକ ସମ୍ପାଦକ ସ୍ୱୟମ୍‍ ପ୍ରକାଶ ଏବଂ ସଦସ୍ୟ ଚିନ୍ମୟ ଜେନା, ରାଜୀବ ଦାସ, ଅବନୀ ପଟ୍ଟନାୟକ ଏବଂ ତନୁଜ ସାହୁ ପ୍ରମୁଖ ମୁଖ୍ୟ ଭୂମିକା ନିର୍ବାହ କରିଥିଲେ ।

Share this
Continue Reading
Click to comment

Leave a Reply

Your email address will not be published. Required fields are marked *

Uncategorized

ଆଜିର ରାଶିଫଳ

Published

on

🐏ମେଷ 🐏🦚
👉ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି । ସହକର୍ମୀ ଓ ପରିବାରର ସମସ୍ତ ସଦସ୍ୟ ସାହାଯ୍ୟ ଓ ସହାନୁଭୂତିର ହାତ ବଢ଼ାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପରିଶ୍ରମ ଜାରି ରଖିବେ । ମହିଳାମାନେ କର୍ତ୍ତବ୍ୟ ପ୍ରତି ସଚେତନ ହେବେ ।
🐂ବୃଷ🐂🦚
👉ବାପାମା’ଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହେବେ କିମ୍ବା ତାଙ୍କ ସହ ମତଭେଦ ଘଟିପାରେ । ପରିବାରରେ ଅଶାନ୍ତି ଓ ବନ୍ଧୁଙ୍କଠାରୁ ଅପମାନ ପାଇପାରନ୍ତି । ବିଦ୍ୟାର୍ଥୀ କର୍ମରେ ଅବହେଳା କରିବେ । ମହିଳାମାନଙ୍କର ଗୁରୁଜନଙ୍କ ସହ

👩‍👩‍👦ମିଥୁନ👩‍👩‍👦🦚
👉ମନ ଅସ୍ଥିର ରହିବ ଓ ପରିବାରରେ ବିବାଦ ଦେଖାଦେବ । ସମସ୍ତ କର୍ମରେ ଅଯଥା ବିଳମ୍ବ ଓ ବାଧାବିଘ୍ନ ଉପୁଜିବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ସ୍ୱକର୍ମରେ ଅବହେଳା କରିବେ । ମହିଳାମାନେ ବିଷାଦଗ୍ରସ୍ତ ହେବେ
🦀କର୍କଟ🦀🦚
👉କର୍ମସ୍ଥାନରେ ଉଚ୍ଚ ପ୍ରଶଂସିତ ହେବେ ଓ ମହିଳା ସହକର୍ମୀଙ୍କ ସାହାଯ୍ୟ ଓ ସହଯୋଗ ପାଇବେ । ସହଧର୍ମିଣୀଙ୍କ ସହଯୋଗ ପାଇବେ ଓ ସ୍ତ୍ରୀ ହେତୁକ ଧନପ୍ରାପ୍ତିର ଯୋଗ ରହିଛି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେ
🦁ସିଂହ🦁🦚
👉ବାଦବିବାଦ ପ୍ରତି ସତର୍କ ରହିବେ ଓ ଗ୍ୟାସ ହିଟର ବ୍ୟବହାର କାଳରେ ସାବଧାନ ରହିବେ । ବାଣିଜ୍ୟ, ବ୍ୟବସାୟରେ ଆୟ ସ୍ୱଳ୍ପ ରହିବ ଓ କର୍ମରେ ଆଳସ୍ୟତା ଏବଂ ଅନାଗ୍ରହଭାବ ପ୍ରକାଶ ପାଇବ । ଶତ୍ରୁମାନଙ୍କ ଦ୍ୱାରା ପୀଡ଼ା ପାଇବେ।

💃କନ୍ୟା💃🦚
👉ଅପମାନ, ଅପଯଶ, ଅପବାଦ ପାଇପାରନ୍ତି। ପୁତ୍ର, କନ୍ୟା ଅବଜ୍ଞା କରିବେ ଓ ସେମାନଙ୍କ କର୍ମକୁ ନେଇ ଚିନ୍ତିତ ହେବେ । ବାପାମା’ଙ୍କ ସହ ମତାନ୍ତର କିମ୍ବା ତାଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଅବହେଳା କରିବେ ।
ତୁଳା⚖️🦚
👉ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମସ୍ଥାନରେ ପ୍ରଶଂସିତ, ସଫଳତା ଓ ସୁବିଧା ସୁଯୋଗ ହାସଲ କରିବେ। ମୂଲ୍ୟବାନ ଧାତୁ, ଭୂମି କିମ୍ବା ଯାନବାହନ କ୍ରୟ କରିପାରନ୍ତି । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ସଫଳତା ପାଇବେ। ମହିଳାମାନେ ଅତିଥି ସତ୍କାର କରିବେ।

🦂ବିଛା🦂🦚
👉କର୍ମ ପ୍ରତି ଆଗ୍ରହ, ଏକାଗ୍ରତା ଓ ଆନ୍ତରିକତା ବୃଦ୍ଧି ପାଇବା ହେତୁ ସମସ୍ତ କର୍ମରେ ଆଶାତୀତ ସଫଳତା ପାଇବେ। ନୂତନ କର୍ମାରମ୍ଭ କିମ୍ବା ନୂତନ ନିଯୁକ୍ତିର ସମ୍ଭାବନା ରହିଛି। ଭ୍ରାତୃ ଓ ଭଗ୍ନିଙ୍କର ସାହାଯ୍ୟ ଏବଂ ପରିବାରର ସାହାଯ୍ୟ ମିଳିବ
🏹ଧନୁ 🏹🦚
👉କର୍ମରେ ଅନାଗ୍ରହ ଓ ବିଘ୍ନ ସୃଷ୍ଟି ହେବ । ମୂଲ୍ୟବାନ ପଦାର୍ଥ ନଷ୍ଟ ବା ଖରାପ ହୋଯାଇପାରେ । ଧନକୁ ନେଇ ବିବାଦ ଓ ପରିବାରରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ ଅସ୍ଥିରମନା ହେବେ। ମହିଳାମାନେ ବଦଖର୍ଚ୍ଚି ହେବେ ।
🐊ମକର🐊🦚
👉ଯଶ, ସମ୍ମାନ ଓ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ଘଟିବ। ବାଣିଜ୍ୟ, ବ୍ୟବସାୟରେ ଆୟ ମଧ୍ୟମ ହେବ । କର୍ମରେ କିଛି ବିଘ୍ନ ଘଟିପାରେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ପ୍ରଶଂସିତ ହେବେ । ମହିଳାମାନେ ପରିବାରର ଆଦର ପାଇବେ ।

🏺କୁମ୍ଭ🏺🦚
👉ଅଟକିଥିବା କାମ ପୁଣି ଆରମ୍ଭ କରିବେ, ବ୍ୟବସାୟରେ ଆୟ ଅଧିକ ହେବ । ବ୍ୟୟ ଭାର କମ୍‌ ରହିବ । ହୃତଧନ ଫେରିପାଇବେ । ବିଦ୍ୟାର୍ଥୀ, କ୍ରୀଡ଼ାବିତ୍‌ କର୍ମରେ ଆଗ୍ରହୀ ହେବେ । ମହିଳାମାନେ ଘରକରଣା ଜିନିଷ କ୍ରୟ କରିବ
🦈ମୀନ🦈🦚
👉ଆକସ୍ମିକ ଧନଲାଭ ଓ କୌଣସି ସୂତ୍ରରୁ ଧନପ୍ରାପ୍ତିର ଯୋଗ ରହିଛି । ମୂଲ୍ୟବାନ ଧାତୁ କିମ୍ବା ଭୂମି କ୍ରୟ କରିବା ପାଇଁ ଯୋଜନା କରିବେ । ବିଦ୍ୟାର୍ଥୀ କର୍ମରେ ପରିଶ୍ରମ ଜାରି‌ ରଖିବେ । ମହିଳାମାନେ ଆନନ୍ଦିତ ହେବେ ।

Share this
Continue Reading

Uncategorized

ନଭେମ୍ବର 19 ତାରିଖ ରବିବାର🌹꧁ ଆଜିର ରାଶିଫଳ🌹ମେଷ🌹👉 : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି।ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ ହେବେ। ଆଜି ସେମାନେ ଆପଣଙ୍କ ଜୀବନରେ ମହତ୍ତ୍ୱପୂର୍ଣ୍ଣ ଭୁମିକା ନିର୍ବାହ କରିବେ ।✧═════•❁❀❁•═════✧🌹ବୃଷ 🌹👉: ଆଜି ଆପଣଙ୍କର ସାହାସ ଏବଂ ସୌଭାଗ୍ୟ ଦୁଇଟି ଯାକ ମିଶିକରି ଆପଣଙ୍କୁ ସଫଳତା ଦେବେ । ଆଜି ଆତ୍ମନିର୍ଭରତା ଏବଂ ଆତ୍ମବିଶ୍ୱାସର ଦିନ ଅଛି ଯାହାକି ଆପଣଙ୍କ ନିଜର ନିର୍ଣ୍ଣୟ ଅନ୍ୟ ମାନଙ୍କର ନିର୍ଣ୍ଣୟ ଠାରୁ ଅଧିକ ଗୁରୁତ୍ତ୍ୱ ହେବ ।✧═════•❁❀❁•═════✧🌹ମିଥୁନ🌹👉 : ଆଜି ଆପଣଙ୍କ ଆତ୍ମିୟମାନେ ଆପଣଙ୍କୁ ସାହାଯ୍ୟ କରିବେ । ସେମାନଙ୍କ ଛୋଟ ଛୋଟ ଚ଼େଷ୍ଟା ଆପଣଙ୍କ ମନକୁ ଛୁଇଁଯିବ । ସେମାନଙ୍କ ସାହାଯ୍ୟ ଏବଂ ଭଲ ପାଇବା ଯୋଗୁଁ ଆପଣ ସେମାନଙ୍କୁ କୃତଜ୍ଞତା ଜଣାଇବେ ।✧═════•❁❀❁•═════✧🌹କର୍କଟ🌹👉 : ଆଜି ଆପଣ କୌଣସି ସମସ୍ୟାରେ ପଡିଛନ୍ତି ,ସେଥିପାଇଁ ଆପଣଙ୍କୁ ମିଳୁଥିବା ସାହାଯ୍ୟ ଆପଣଙ୍କୁ ସମସ୍ୟାରୁ ମୁକୁଳିବାର ବାଟ ସାହାଯ୍ୟ କରିବ । ଆପଣ ଏହାଦ୍ୱାରା ଜାଣି ଖୁସି ହେବେ ଯେ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆପଣଙ୍କର ପୁତ୍ରମାନେ ଆଗେଇ ଆସିବେ ।✧═════•❁❀❁•═════✧🌹ସିଂହ 🌹👉: ଆଜି ଧନଲାଭ ହେବା ସହ ଅପଣଙ୍କ ପ୍ରିୟଜନ ଆପଣଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିବେ ନିଜର ଚ଼େଷ୍ଟା ଏବଂ ସ୍ନେହ ବଳରେ ଆପଣଙ୍କ ଦିନକୁ ସେମାନେ ବହୁତ ସୁନ୍ଦର କରିଦେବେ । ଆପଣ ସେମାନଙ୍କ ସ୍ନେହ ପାଇଁ ବହୁତ ଖୁସି ହେବେ ଏବଂ ନିଜକୁ କୃତାର୍ଥ ମନେ କରିବେ ।✧═════•❁❀❁•═════✧🌹କନ୍ୟା 🌹👉: ଆପଣ ଯେଉଁ ଲୋକଙ୍କ ସହିତ ଚ଼ାଲୁଛନ୍ତି ସେହି ଆପଣଙ୍କର କଳିକଜିଆ ଶେଷ କରି ପାରିବ । କୌଣସି ଘରୋଇ କଳିକଜିଆ ଯେଉଁଟା କି ଆପଣଙ୍କର ଅଶାନ୍ତିର କାରଣ ହୋଇଥିଲା, ସମସ୍ତଙ୍କର ଅଶାନ୍ତିର କାରଣ ହୋଇଥିଲା, ଏବେ ଶେଷ ହୋଇଯିବ ।✧═════•❁❀❁•═════✧🌹ତୁଳା🌹👉: ଆଜି ଆପଣଙ୍କ ମନ କରିବ ଯେ ,ଆପଣ ଆପଣଙ୍କ ସବୁ କାମ ଏକ ପାର୍ଶ୍ୱରେ ରଖି ନିଜ ପରିବାର ଓ ବନ୍ଧୁମାନଙ୍କ ସହ ଭଲ ସମୟ ବ୍ୟତିତ କରନ୍ତୁ । ନିଜ ପସନ୍ଦର ଖାଦ୍ୟ ଓ ପୁରାତନ ଘନିଷ୍ଠ ବନ୍ଧୁମାନଙ୍କ ସହ ମିଳାମିସା କରିବାର ସୁଯୋଗ ମିଳିବ।✧═════•❁❀❁•═════✧🌹ବିଛା🌹👉 : ଆପଣ ଏ ପରିସ୍ଥିତିରେ ଅଛନ୍ତି ଯେ ଆପଣଙ୍କୁ ଅନେକ ଅଧିକାର ଓ କ୍ଷମତା ମିଳିବ । ଏଥିରେ ଆପଣଙ୍କୁ ବହୁତ ଆନନ୍ଦ ମିଳିବ କିନ୍ତୁ ଏହା ଧ୍ୟାନ ରଖିବା ଉଚ଼ିତ୍ ଯେ ଏହି ଅଧିକାର ସହିତ ଆପଣଙ୍କୁ ଅତିରିକ୍ତ ଦାୟୀତ୍ତ୍ୱ ମଧ୍ୟ ମିଳିବ ।✧═════•❁❀❁•═════✧🌹ଧନୁ 🌹👉: ଆପଣ ଖୁସି ମନେଇବାପାଇଁ କିମ୍ବା ବ୍ୟବସାୟ ଦୃଷ୍ଟିରୁ ବାହାରକୁ ଯାତ୍ରା କରିପାରନ୍ତି । କିନ୍ତୁ କୌଣସି ପ୍ରକାର ଅସୁବିଧା ସୃଷ୍ଟିହେବାର ସଂକେତ ଅଛି । ଯୋଜନାରେ କିଛି ବିଘ୍ନ ଘଟିପାରେ ଏବଂ ଆପଣ ଯୋଜନାର ପରିବର୍ତ୍ତନ କରିପାରନ୍ତି ।✧═════•❁❀❁•═════✧🌹ମକର 🌹👉: ଏହି ସମୟ ନିଜ ସାଙ୍ଗ ସାଙ୍ଗରେ କୌଣସି କଳି କଜିଆରେ ପଡ଼ନ୍ତୁ ନାହିଁ । ବୋଧ ହୁଏ ସମସ୍ତେ ଚ଼ିନ୍ତାର ସମ୍ମୁଖୀନ ହୋଇଛନ୍ତି, ଯାହାର କାରଣ ଚ଼ିନ୍ତାର ପରିବେଶ ସୃଷ୍ଟି ହୋଇଛି । ପ୍ରତିକ୍ଷେତ୍ରରେ ସତର୍କ ରହି କାର୍ଯକରିବା ବୁଦ୍ଧିମାନ ର କାର୍ଯହେବ।✧═════•❁❀❁•═════✧🌹କୁମ୍ଭ🌹👉 : ଅନ୍ୟ ଲୋକ ଆପଣଙ୍କ ଦୟାକୁ ଭୂଲ ବାଟରେ ନେବା ପାଇଁ ଚ଼େଷ୍ଟା କରିବେ । ମନେରଖ ଜୀବନରେ ପ୍ରତ୍ୟେକ ଜିନିଷର ସନ୍ତୁଳିତ ହେବା ଆବଶ୍ୟକ ଅଟେ ଏଥିପାଇଁ ଆବଶ୍ୟକତା ଠାରୁ ଅଧିକ ଦୟା କରିବା ମଧ୍ୟ ଠିକ୍ ନୁହେଁ ।✧═════•❁❀❁•═════✧🌹ମୀନ🌹👉 : ଆପଣଙ୍କର କୌଣସି ପ୍ରିୟଜନ ସହିତ ସମ୍ପର୍କ ଖରାପ ହୋଇଯାଇଛି । ଏହି ସମୟ ଆପଣ ନିଜ କ୍ରୋଧକୁ ଆୟତ୍ତରେ ରଖିବାର ସମୟ ଅଟେ । ଆପଣ ଏହି ସମୟରେ ପୁରୁଣା ମିଠାସ୍ମୃତିକୁ ମନେପକାଇ ପରଷ୍ପରକୁ ଗୁରୁତ୍ତ୍ୱ ଦେବା ଉଚ଼ିତ୍ ହେବ ।

Published

on

Share this
Continue Reading

Uncategorized

Published

on

ଆଠଗଡ ରେ ଭାଲୁ ଆତଙ୍କ, ଭାଲୁ ଆକ୍ରମଣ ରେ ଜଣେ ଆହତ, ଭାଲୁକୁ କାବୁକଲା ବନବିଭାଗ

Share this
Continue Reading
Advertisement
Uncategorized3 weeks ago

Business3 years ago

ମା କରି କୋଲିଆଣି ପେଟ୍ରୋଲ ପମ୍ପ ଉଦଘାଟିତ

Trending