#Breaking News #Uncategorized

ତୁମେ ଅନ୍ଧ ହୋଇପାର ଆମେ ଆଖି ବୁଜି ପାରିବୁନି, କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ହାଇକୋର୍ଟ

ଦେଶରେ କରୋନା ସଂକ୍ରମଣ ସବୁ ରେକର୍ଡ଼ ଭାଙ୍ଗୁଥିବାବେଳେ ରାଜଧାନୀ ଦିଲ୍ଲୀରେ ଅଏକ୍ସିଜେନର ମଧ୍ୟ ଅଭାବ ଲାଗି ରହିଛି। ମଙ୍ଗଳବାର ପୁଣିଥରେ ଦୀଲ୍ଲି ହାଇକୋର୍ଟରେ ଏହି ମାମାଲାର ଶୁଣାଣି କରାଯାଇଛି । ମହାମାରୀ ବେଳେ ଅକ୍ସିଜେନର ଏଭଳି ସଂକଟକୁ ନେଇ ଦିଲ୍ଲୀ ହାଇକୋର୍ଟ କେନ୍ଦ୍ର ଉପରେ ବର୍ଷିଛନ୍ତି।

ହାଇକୋର୍ଟ କେନ୍ଦ୍ରକୁ ଦିଲ୍ଲୀକୁ ତୁରନ୍ତ ୭ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ନୋଟିସ କରିଛନ୍ତି। ହାଇକୋର୍ଟ କହିଛନ୍ତି, ‘ଅମ୍ଳଜାନ ଯୋଗାଣ ଉପରେ କୌଣସି ବାହାନା କିମ୍ବା ଯୁକ୍ତି ଆଉ ଶୁଣାଯିବ ନାହିଁ। ବର୍ତ୍ତମାନ ଆପଣଙ୍କୁ ତୁରନ୍ତ ଦିଲ୍ଲୀକୁ ୭ଶହ ମେଟ୍ରିକ୍ ଟନ୍ ଅମ୍ଳଜାନ ଯୋଗାଇବାକୁ ପଡ଼ିବ। ଏହି ଆଦେଶ ପାଳନ କରିବା ବ୍ୟତୀତ ଆପଣଙ୍କ ପାଖରେ ଅନ୍ୟ କୌଣସି ବାଟ ନାହିଁ।’

ପ୍ରତ୍ୟେକ ଦିନ ଦିଲ୍ଲୀରେ ଅମ୍ଳଜାନ ଅଭାବରେ ହଜାର ହଜାର ରୋଗୀଙ୍କ ମୃତ୍ୟୁ ହେଉଥିବାବେଳେ, କେଦ୍ର ସରକାର ଦିଲ୍ଲୀକୁ ଅକ୍ସିଜେନ ଯୋଗାଣ ମାମଲାରେ ତତ୍ପରତା କାହିଁକି ଦେଖାଉନାହାଁନ୍ତି ବୋଲି ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ଏହା ବ୍ୟତୀତ କୋର୍ଟ କହିଛନ୍ତି ଯେ କେନ୍ଦ୍ର ସରକାର ଅନ୍ଧ ହୋଇପାରନ୍ତି ହେଲେ ଆମେ ଆଖି ବୁଜିପାରିବୁ ନାହିଁ।

ମଙ୍ଗଳବାର ଦିଲ୍ଲୀ ସରକାର ଅକ୍ସିଜେନ ପର୍ଯ୍ୟାପ୍ତ ପରିମାଣରେ ମହଜୁଦ ଥାଇ ମଧ୍ୟ ତାହାକୁ ବିତରଣ କରାଯାଇ ପାରୁ ନଥିବା ହାଇକୋର୍ଟଙ୍କୁ କହିଥିଲେ। ଏହାକୁ ନେଇ ହାଇକୋର୍ଟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ହାଇକୋର୍ଟ ଅକ୍ସିଜେନ ଯୋଗାଣ ପରିଚଳାନା ବିଫଳତାକୁ ନେଇ କେନ୍ଦ୍ରକୁ ଦାୟୀ କରିଛନ୍ତି। ଏବଂ କହିଛନ୍ତି ଯେ ଆଇଆଇଟି ଏବଂ ଆଇଆଇଏମ ସଂସ୍ଥା ଗୁଡ଼ିକ ଅକ୍ସିଜେନ ଯୋଗାଣରେ ବେଶ ଭଲ କାମ କରିପାରିବେ। ତେଣୁ ଅକ୍ସିଜେନ ଯୋଗାଣରେ ସେମାନଙ୍କୁ ଦାୟିତ୍ୱ ଦିଆଯାଉ। ଏଥିସହ କୋଭିଡ୍‌ ମୁକାବିଲା ପାଇଁ ଦେଶର ସେନାକୁ ମୁତୟନ କରାଯାଉ ବୋଲି ହାଇକୋର୍ଟ କହିଛନ୍ତି।

ଏହା ବ୍ୟତୀତ ହାଇକୋର୍ଟ କେନ୍ଦ୍ର ସରକାରଙ୍କୁ କହିଛନ୍ତି ଯେ ଯଦି ଏହି ସମୟରେ ମହାରାଷ୍ଟ୍ରରେ ଅମ୍ଳଜାନର ଆବଶ୍ୟ କମ୍ ରହିଛି ବା ବ୍ୟବହାର କମ୍ ରହିଛି, ତେବେ କିଛି ଟ୍ୟାଙ୍କର୍ ଦିଲ୍ଲୀ ପଠାଯାଇପାରିବ।

ଅନ୍ୟପଟେ ହାଇକୋର୍ଟ ଅକ୍ସିଜେନର ଅଭାବ ଦୂର କରିବା ପାଇଁ ଦିଲ୍ଲୀ ସରକାରଙ୍କୁ ରକ୍ତ ବ୍ୟାଙ୍କ ଭଳି ସମାନ ଅମ୍ଳଜାନ ସିଲିଣ୍ଡର ବ୍ୟାଙ୍କ ତିଆରି କରିବାକୁ ପରାମର୍ଶ ଦେଇଛନ୍ତି, ଯେଉଁଠାରେ ଲୋକମାନେ ଅମ୍ଳଜାନ ସିଲିଣ୍ଡର ଜମା କରିପାରିବେ ଏବଂ ଯାହାର ଆବଶ୍ୟକ ଇବ ସେ ଏଠାରୁ ସିଲିଣ୍ଡର ନେଇପାରିବେ। ହାଇକୋର୍ଟ ଦିଲ୍ଲୀ ସରକାରଙ୍କୁ ଏହା ଉପରେ କାର୍ଯ୍ୟ କରିବାକୁ ଓ ଲୋକଙ୍କୁ ବୁଝାଇବାକୁ କହିଛନ୍ତି ଯେ ଯଦି ଅମ୍ଳଜାନ ସିଲିଣ୍ଡରର କୌଣସି ଆବଶ୍ୟକତା ନାହିଁ ତେବେ ଏହାକୁ ସିଲିଣ୍ଡର ବ୍ୟାଙ୍କରେ ଜମା କରିବା ଉଚିତ୍।

Leave a comment

Your email address will not be published. Required fields are marked *