ଗଜରାଜଙ୍କ ପାଇଁ କାଳ ହେଲା ବଜ୍ରପାତ, ନାଗନରେ ୧୮ ହାତୀ ମୃତ

Udaya_Labanya | May 14, 2021 | 31 views |0 | Uncategorized

ଆସାମରେ ବଜ୍ରାଘାତରେ ୧୮ ହାତୀଙ୍କ ଜୀବନ ଯାଇଛି । ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ବୁଧବାର ବିଳମ୍ବିତ ରାତିରେ ନାଗନ ଜିଲ୍ଲାର କୁଣ୍ଡୋଲି ପାହାଡ଼ ଅଞ୍ଚଳରେ ବଜ୍ରପାତ ହୋଇଥିଲା । ଏଥିରେ ୧୮ଟି ହାତୀଙ୍କ ମୃତ୍ୟୁ ହୋଇଛି । ମାମଲାର ତଦନ୍ତ ସହ ଘଟଣାସ୍ଥଳ ପରିଦର୍ଶନ ପାଇଁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।

କାଠିଆଟୋଲି ରେଞ୍ଜର କୁଣ୍ଡୋଲି ଜଙ୍ଗଲରେ ଏହି ଘଟଣା ଘଟିଛି । ୨ଟି ଦଳରେ ଥିବା ୧୮ ହାତୀଙ୍କ ମୃତ୍ୟୁ ହୋଇଛି । ପାହାଡ଼ର ଉପରୁ ଭାଗରେ ୧୪ ହାତୀଙ୍କ ମୃତଦେହ ପଡ଼ିଥିବା ବେଲେ ତଳ ଭାଗରେ ୪ଟି ହାତୀଙ୍କ ମରଶରୀର ପଡ଼ିଛି ।

ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି, ଗଜରାଜଙ୍କ ମୃତ୍ୟୁ ଗତରାତିରେ ହୋଇଥିବ ବଜ୍ରପାତ ଯୋଗୁଁ ହୋଇଛି । ତେବେ ମୃତ୍ୟୁର କାରଣ ପୋଷ୍ଟ ମର୍ଟମ ପରେ ଜଣାପଡ଼ିବ । ଶୁକ୍ରବାର ମୃତହାତୀଙ୍କ ପୋଷ୍ଟମର୍ଟମ କରାଯିବ ।

Share this

Related Posts

ଘର ସମ୍ମୁଖ ରୁ ବାଇକ୍ ଚୋରୀ

Udaya_Labanya | September 11, 2023 | 35 views |0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ଦିନକୁ ଦିନ ଚୋରୀ ଡକାୟତି, ରାହାଜlନୀ ବଢିବାରେ ଲାଗିଛି l ଲୋକେ ଆଉ ନିଜକୁ ଆଉ ସୁରକ୍ଷିତ ମଣୁ ନାହାନ୍ତି lଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ lଟାଉନ୍ ଥାନା ପୋଲିସ ର ହୁଗୁଳl…

ବାଲିଗୁଡାରେ ୫-ଟି ସଚିବ ଭି କେ ପାଣ୍ଡିଆନ…

Udaya_Labanya | June 17, 2023 | 45 views | 0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ୫-ଟି ମୁଖ୍ୟ ସଚିବ ଭି.କେ.ପାଣ୍ଡିଆନ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଆସି ଦ୍ୱିତୀୟ ଦିନ ଶନିବାରରେ ବାଲିଗୁଡାକୁ ଆସି ପ୍ରଥମେ ଅଞ୍ଚଳର ଅଧିଷ୍ଠାତ୍ରୀ ଦେବୀ ମା' ପାଟଖଣ୍ଡାଙ୍କୁ ଦର୍ଶନ କରିବା ପରେ ପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଦର୍ଶନ…

Leave a Reply

Your email address will not be published. Required fields are marked *

Archives

Categories