#Breaking News #Uncategorized

ତୁମୁଡିବନ୍ଧ ରେ ଟ୍ରକ ଓଆମ୍ବୁଲାନ୍ସ ଦୁର୍ଘଟଣା ୩ ଗୁରୁତର


ଫୁଲବାଣୀ- (ସୁନୀଲ ପଟନାୟକ) ମଙ୍ଗଳବାର ପୂର୍ବାହ୍ନରେ କନ୍ଧମାଳ ଜିଲ୍ଲା ତୁମୁଡ଼ିବନ୍ଧ ଥାନା ଅନ୍ତର୍ଗତ ବାର ମାଇଲ ନିକଟରେ ଏକ ଟ୍ରକ ଓ ଆମ୍ବୁଲାନ୍ସ ମଧ୍ୟରେ ଧକ୍କା ହେବା ଫଳରେଆମ୍ବୁଲାନ୍ସ ଟି ଭାଙ୍ଗିରୁଜି ନଷ୍ଟ ହୋଇଯାଇଛି । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହତ ହୋଇ ଥିବା ବେଳେ ହେଲପର ଓ ଆମ୍ବୁଲାନ୍ସ ଡ୍ରାଇଭରମଧ୍ଯ ଆହତ ହୋଇଥିବା ଜଣା ପଡିଛି । ତୁମୁଡିବନ୍ଧ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିବା ସହ ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ପୋଲିସ ଘଟଣାର ତଦନ୍ତ କରୁଛି ।


ସୂଚନାଯୋଗ୍ୟଯେ ସକ।ଳେ ଓଡ଼ି୧୨ସି୬୭୧୦ ନମ୍ବର ଏକ ଆମ୍ବୁଲାନ୍ସ ତୁମୁଡିବନ୍ଧରୁ ବାଲିଗୁଡ଼ା ଆସୁଥିବାବେଳେ ଓଡ଼ିo୨ ଏର୍ବି୬୮୪୭ ନମ୍ବର ବିଶିଷ୍ଟ ଏକ ମାଲ ବୋଝେଇ ଟ୍ରକ ଫୁଲ ବାଣୀରୁ ଭବାନିପାଟଣା ଆଡକୁ ଯାଉଥିବାବେଳେ ବାର ମାଇଲଠାରେ ମୁହଁ । ମୁହିଁ ଧକ୍କା ହୋଇଥିଲା ।ଆମୁଲାନ୍ସ ଟି ଭାଙ୍ଗି ଚୁରମାର ହୋଇଯାଇଥିବାବେଳେ ଟ୍ରକଟି ଓଲଟି ପଡିଥିଲା।., ଆହତ ଜଣ ଙ୍କୁ ବାଲିଗୁଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆହତ ଆମ୍ବୁଲାନସ ଡ୍ରାଇଭର ଆସିକ ପ୍ରଧାନ ବୋଲି ଜଣାପଡିଛି ।

Leave a comment

Your email address will not be published. Required fields are marked *