କନ୍ଧମାଳ ଜିଲ୍ଲା ଫ୍ରଣ୍ଟଲାଇନ ମିଡ଼ିଆ ଏସୋସିଏସନ ପକ୍ଷରୁ ଦାବୀ ପତ୍ର ପ୍ରଦାନ

Udaya_Labanya | May 20, 2021 | 26 views |0 | Uncategorized

ଫୁଲବାଣୀ -. (ସୁନୀଲ ପଟନାୟକ) ଜିଲ୍ଲା ସଦରମହକୁମା ମୁଖ୍ୟ ଚିକିତ୍ସାଲୟରେ ICU ଏବଂ ଭେଣ୍ଟିଲେଟର ର ସୁବିଧା ଯୁଦ୍ଧ କାଳୀନ ଭିତ୍ତିରେ କରିବା ପାଇଁ ଦାବୀ କରାଯାଇଛି !ଏ ନେଇ ଆଜି ଫ୍ରଣ୍ଟ ଲାଇନ ମିଡିଆଏସୋସିଏସନ ତରଫରୁ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବୀ ପତ୍ର କନ୍ଧମାଳ CDMO ଡ଼.ରାଜଶ୍ରୀ ପଟ୍ଟନାୟକଙ୍କୁ ପ୍ରଦାନ କରାଯାଇଛି !ଏହା ସହିତ ଏହି ଦାବୀ ସମ୍ପର୍କରେ କନ୍ଧମାଳ ସାଂସଦ ଏବଂ ଜିଲ୍ଲାପାଳଙ୍କୁ ମଧ୍ୟ ଅବଗତ କରିବା ପାଇଁ ଏସୋସିଏସନ ତରଫରୁ ଏହି ଦାବୀ ପତ୍ରର ଏକକତା ନକଲ ପ୍ରଦାନ କରାଯାଇଛି !ଏବଂ ଅତିଶୀଘ୍ର ଦାବୀ ସମ୍ପର୍କରେ ନିଜେ କନ୍ଧମାଳ CDMO ପ୍ରତ୍ୟକ୍ଷ ଭାବେ ସ୍ୱାସ୍ଥ୍ୟ ବିଭାଗ ସହିତ ଆଲୋଚନା କରି ଜିଲ୍ଲା ମୁଖ୍ୟ ଚିକତ୍ସାଳୟରେ ଯାହା ସୁବିଧା କରାଯାଇପାରିବ ତାହା ଅତିଶୀଘ୍ର କରିବ। ପାଇଁ ଉଦ୍ୟମ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି !ଗୁରୁବାର ଏହି ଦାବୀ ପତ୍ର ପ୍ରଦାନ ବେଳେ ଏସୋସିଏସନର ଉପଦେଷ୍ଟା ସଦାଶିବ ପାତ୍ର, ଅଜିତ କୁମାର ମହାରଣା, ସୁନୀଲ ପଟ୍ଟନାୟକ, ସଭାପତି ସୁଜିତ ବେହେରା, ସମ୍ପାଦକ ତ୍ରିନାଥ ସାହୁ, କାର୍ଯ୍ୟକାରୀ ସଭାପତି ବ୍ରଜ ବିହାରୀ ନନ୍ଦ, ଉପ -ସଭାପତି ଅଶୋକ ମହାନ୍ତି, କୋଷାଧକ୍ଷ ସୁନୀଲ କୁମାର ବିଶ୍ୱାଳ,କାର୍ଯ୍ୟକାରୀ ସଦସ୍ୟ ପ୍ରଶାନ୍ତ ଜେନା, ହିମାଂଶୁ ଶେଖର ବେହେରା, ସ୍କୃଟିନି କମିଟି ମୁଖ୍ୟ ରାକେଶ ରାଉତ ଏବଂ ରଞ୍ଜନ କୁମାର ପ୍ରଧାନ ପ୍ରମୁଖ ଉପସ୍ଥିତ ରହିଥିଲେ !

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 16 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories