ବାଲିଗୁଡା:ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘ କନ୍ଧମାଳ ଶାଖା ତରଫରୁ ଦାବୀ ପତ୍ର ପ୍ରଦାନ

Udaya_Labanya | May 20, 2021 | 12 views |0 | Uncategorized


ବାଲିଗୁଡା,୨୦/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ):ବୈଷିକ ମହାମାରୀ କରୋନା ହେଉ କି ଯେକୌଣସି ପ୍ରାକୃତିକ ବିପର୍ଯ୍ୟାୟ ହେଉ ମଧ୍ୟବିତ୍ତ ବର୍ଗର ଲୋକେ ସବୁବେଳେ ସରକାରୀ ସହାୟତା ରୁ ବଞ୍ଚିତ ହେଉଛନ୍ତି lସମାଜର ସମ୍ପୂର୍ଣ୍ଣ ଜନସଂଖ୍ୟାର ଏକ ବୃହତ ଅଂଶ ଯାହାକି ପାଖାପାଖି ୪୦% ଲୋକଙ୍କୁ ସରକାର ମଧ୍ୟବିତ୍ତ ବୋଲି କହି ବିଭିନ୍ନ ସରକାରୀ ଯୋଜନାରେ ସେମାନଙ୍କୁ ସାମିଲ ନକରିବା, ସେମାନଙ୍କ ପ୍ରତି ପକ୍ଷପାତିତା କରିବା ଦ୍ୱାରା ଏହି ବର୍ଗର ଲୋକଙ୍କ ଜୀବନ ଜୀବିକା ଗୁରୁତର ଭାବେ ପ୍ରଭାବିତ ହେଉଛି ଏହା ମଧ୍ୟବିତ୍ତ ଶ୍ରେଣୀର ଲୋକଙ୍କ ପ୍ରତି ଏକ ଭୟଙ୍କର ସରକାରୀ ଷଡଯନ୍ତ୍ର l ମଧ୍ୟବିତ୍ତ ବର୍ଗଙ୍କ ଜୀବନ ଜୀବିକାଙ୍କୁ ସୁରକ୍ଷିତ କରିବା ପାଇଁ ସରକାର ଏକ ସ୍ୱତନ୍ତ୍ର ଆର୍ଥିକ ପ୍ୟାକେଜ ଘୋଷଣା କରନ୍ତୁ ବୋଲି ମହାସଂଘ ପକ୍ଷରୁ ଦାବି ହୋଇଛି l ଆଜି ରାଷ୍ଟ୍ରୀୟ ମଧ୍ୟବିତ୍ତ ପରିବାର ମହାସଂଘର ସଭାପତି ପ୍ରଦୀପ ମିଶ୍ରଙ୍କ ନିର୍ଦେଶ କ୍ରମେ ମହାସଂଘର କନ୍ଧମାଳ ଜିଲ୍ଲା କମିଟି ପକ୍ଷରୁ ରାଜ୍ୟ ସମ୍ପାଦକ ରାମଚନ୍ଦ୍ର ସିଂ ପାତ୍ର, ଜିଲ୍ଲା ସଭାପତି ମକରଧ୍ୱଜ ନାୟକ ଓ କ୍ଷେତ୍ରୀୟ ପ୍ରଭାରୀ ପ୍ରତାପ ମଳିକ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାଙ୍କ ଉଦେଶ୍ୟରେ ବାଲିଗୁଡା ଉପ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି l

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 17 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories