ପ୍ରକଳ୍ପ ନିର୍ମାଣର ୩ବର୍ଷ ବିତି ଲାଣି,ହେଲେ ଲୋକଙ୍କୁପାଣି ମିଳୁନି

Udaya_Labanya | May 21, 2021 | 15 views |0 | Uncategorized


ଫୁଲ ବାଣୀ-( ସୁନୀଲପଟନାୟକ) ଗାଁଲୋକଙ୍କୁ ସ୍ଵଛପାନୀୟ ଜଳ ହାତପାଆନ୍ତ।ରେ ଯୋଗାଇଦେବା ଲକ୍ଷ୍ୟରେ ସରକାର ଲକ୍ଷ ଲକ୍ଷ ଟଙ୍କା ଖର୍ଚ କରି ଗ୍ରାମ୍ୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କଲେ । ହେଲେ ନିର୍ମାଣ ସରିବାର ୩ ବର୍ଷ ବିତି ଲାଣି ଲୋକଙ୍କୁ ପାଣି ମିଳିବାକୁ ନାହିଁ। ଫଳରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟ ରପ୍ରକଳ୍ପ କରାଯିବାର ମୁଲ୍ୟ କଣ? ବୋଲି ପ୍ରଶ୍ନ କରିଛନ୍ତି ଗ୍ରାମବାସୀ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ରୁପା ଗାଁରୁ I
ଲୋକଙ୍କ ଲଗା ତ।ର ଦାବୀ ଫଳରେ ଗ୍ରାମବାସୀଙ୍କ ପାଣି ସମସ୍ୟା ଦୁର କରିବାପାଇଁ ଗତ ୨୦୧୭/୧୮ ମସିହାରେ ପ୍ରାୟ ୪୦ ଲକ୍ଷ ଟଙ୍କା ବାୟ କରାଯାଇ ଗ୍ରାମ୍ୟ ଜଳଯୋଗାଣ ବିଭାଗ ଦ୍ଵାରା ଓ ଭରହେଡ ପାଣି ଟ୍ୟାଙ୍କ, ପମ୍ପହାଉସ ନିର୍ମାଣ କରାଯିବା ସହ ପାଇପଲାଇନ ମଧ୍ୟବିଛାଯାଇଥିଲା । ହେଲେ ପାଣି ଟୋପାଏ ଆସିବାକୁ ନାହିଁ। ଗ୍ରାମରେ ୧୫୦ ପରିବାର ରହୁଛନ୍ତି । ସମସ୍ତେ ପୂର୍ବରୁ ଥିବା ନଳକୁ ପଗୋଟିଏ ଦୁଇଟା ଉପରେ ନିର୍ଭର କରୁଥିବାରୁ ସେଇଟା ବି ବେଳେ ଚାଲିଲେ ବେଳେ ଅଚଳ ହୋଇ ପଡୁଛି । ଫଳରେ ୩ କିମି ବାଟ ଚାଲି ଚାଲିଯାଇ ନଦୀ ନାଳରେ ଲୋକେ ଗାଧୋଇବା ସହ ପାଣି ଆସୁଛନ୍ତି । ସେ ପୁଣି ମଇଳା ପାଣି । ଫଳରେ ଲୋକେ ଚର୍ମରୋଗରେ ଆକ୍ରାନ୍ତ ହେଇଥିବା ଗ୍ରାମର ଦିବାକର ମଲିକ, କାଞ୍ଚନ ମଲିକ,ପୁଷ୍ପା ମାଲିକ ପ୍ରମୁଖ ଅଭିଯୋଗ କରିଛନ୍ତି । ପାନୀୟ ଜଳ ପ୍ରକଳ୍ପ ଚାଲୁ କରିବାପାଇଁ ଗ୍ରାମବାସୀ ସର ପଞ୍ଚଙ୍କଠାରୁ ଆରମ୍ଭ କରି ଗ୍ରାମ୍ୟ ଜଳଯୋଗାଣ ଯନ୍ତ୍ରୀ। ସହକାରୀ ଯନ୍ତ୍ରୀ ଙ୍କୁ ବାରମ୍ଵାର ଅଭିଯୋଗ କରିଥିଲେ ମଧ୍ୟ ଶୁଶୁନ ଥିବା କହିଛନ୍ତି ।


ପ୍ରକଳ୍ପ ନିର୍ମାଶ କରି ଠିକାଦାର ଓ ଯନ୍ତ୍ରୀ ମୋଟା ଅଙ୍କର ପିସି ପାଇ ମାଲା ମାଲ ହେଉଛନ୍ତି ସିନା ଲୋକଙ୍କ ସମସ୍ୟା ଦୁର ହେଉନି । ନିମ୍ନମାନର କାର୍ଯ୍ୟ କରାଯାଇଥିବା ପ୍ରକଳ୍ପରେ ତୃଟି ଥାଇ ପାରେ ଯାହାଫଳରେ ପ୍ରକଳ୍ପ କାର୍ଯ୍ୟକ୍ଷମ ହୋଇପାରୁନି ବୋଲି ଗ୍ରାମବାସୀମତ ଦେଇଛନ୍ତି ।
ଏଣୁ ଦୁର୍ନିତି ନିବାରଣ ବିଭାଗ ପକ୍ଷରୁ ବିଧିବଦ୍ଧ ଭାବେ ତଦନ୍ତ କରାଯାଇଏହି ପ୍ରକଳ୍ପ ନିର୍ମାଣ କାର୍ଯ୍ୟକରିଥିବା ଠିକାଦାର, ଯନ୍ତ୍ରୀ ଓ ସହକାରୀ ଯନ୍ତ୍ରୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଲୋକେ ଦାବୀ କରିଛନ୍ତି ।
ଏନେଇ ସହକାରୀ ଯନ୍ତ୍ରୀ ଇଁ ଦେବ ପ୍ରଧାନ ଙ୍କୁ ଫୋନ ଯୋଗେ ମତାମତ ପାଇଁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ବାବୁଙ୍କ ମୋବାଇଲ ସୁଇଚ ଅଫରହୁଥିବାରୁ ମତାମତ ମିଳି ପାରିନି।ତେବେ ନିର୍ବାହୀ ଯନ୍ତ୍ରୀ ଙ୍କୁ ପଚାରିବାରେ ସେ ନୂତନ ଭାବେ ନିକଟରେ ଦାୟିତ୍ଵ ଗ୍ରହଣ କରିଥିବାରୁ ଏ ସଂପର୍କରେ ତଦନ୍ତ କରି ପ୍ରକଳ୍ପ ଚାଲୁ କରିବା ଦିଗରେ ଉଦ୍ୟମ କରିବେ ବୋଲି କହିଛନ୍ତି ।
ହେଲେ ପାନୀୟ ଜଳ ପ୍ରକଳ୍ପ କେବେ କାର୍ଯ୍ୟକ୍ଷମ ହେବ ଆଉ ରୁପା ଗାଁ ଲୋକେ ହାତ ପାଆନ୍ତାରେ ସ୍ୱଛ ପାନୀୟ ଜଳ ପାଇବେ ତାକୁ ହିଁ ଅପେକ୍ଷା ।

Share this

Related Posts

ଜାତୀୟ ଶିକ୍ଷାନୀତିର ସଫଳ ରୂପାୟନ କର୍ମଶାଳା

Udaya_Labanya | May 30, 2023 | 4 views |0

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): ସ୍ବେଚ୍ଛାସେବୀ ସଂଗଠନ ‘ସ୍ବାତୀ’ ଏବଂ ‘କ୍ରାଏ’ ପକ୍ଷରୁ ଜାତୀୟ ଶିକ୍ଷାନୀତି ର ସଫଳ ରୂପାୟନ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ବିଜୟକୃଷ୍ଣ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ମୁଖ୍ୟ ଅତିଥି ଭାବେ…

ଶାଶୁ ଶଶୁରଙ୍କୁ ଥାନାକୁ ଟାଣିଲେ ଓଏଏସ ବୋହୁ

Udaya_Labanya | May 14, 2023 | 17 views | 0

କୋରାପୁଟ ( ଉଲ୍ଲାପ୍ର )ଶାଶୁ ଶ୍ୱଶୁରଙ୍କୁ ଥାନାକୁ ଟାଣିଲେ OAS ବୋହୂ l ମହଙ୍ଗା ପଡ଼ିଲା ମାଟ୍ରିମୋନିରୁ ଜୀବନ ସାଥୀ ଚୟନ। ଜଣେ OAS ଅଧିକାରିଣୀଙ୍କୁ ବିବାହ କରି ହରଡ଼ଘଣାରେ ପଡ଼ିଛନ୍ତି ନିଜକୁ ନାଲକୋର ଡେପୁଟୀ ମ୍ୟାନେଜର କହୁଥିବା ସ୍ବାମୀ। ପତ୍ନୀଙ୍କ…

Leave a Reply

Your email address will not be published. Required fields are marked *

Archives

Categories