#Breaking News #Uncategorized

କରେ।ନା ସହ ଲଢେଇ କରି ଶେଷରେ ହାରିଗଲେ କରୋନା ଯୋଦ୍ଧା


ଫୁଲବାଣୀ- (ସୁନୀଲ ପଟନାୟକ) ମହାମାରୀ କରେ । ନା ନେଇଗଲା କରେ । ନାଯୋଦ୍ଧାଙ୍କ ଜୀବନ । ଲଢେଇ କରି ଶେଷରେ ହାରିଗଲେ କରେ । ନାଯୋଦ୍ଧା ଆଶୁତୋଷ ବେହେରା ଓ ରଫ ବଣ୍ଟି ।
ଆଜି ରବିବାର ରାତି ୧୦ଟା ବେଳେ ଆଶୁ ତୋଷଙ୍କ ଫୁଲ ବାଣୀ କୋଭିଡ଼ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଥିବା ଖବର ପହଞ୍ଚିବାପରେ ସାମ୍ବାଦିକଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । ଆଶୁତୋଷ କୋଭିଡ଼ରେ ଆକ୍ରାନ୍ତ ହୋଇ ହୋମ ଆଇସୋଲେସନରେ ଥିଲେ। ୨୦ ତାରିଖ ଦିନ ସେ କୋଭିଡ଼ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ଆଜି ତାଙ୍କର ପରଲୋକ ଘଟିଛି । ମୃତ୍ୟୁବେଳକୁ ତାଙ୍କୁ ୪୮ ବର୍ଷ ହୋଇଥିଲା
ସେ କିଛି ମାସ ହେଲା ସର୍ବସାଧାରଣଖବରକାଗଜର ଫୁଲ ବାଣୀ ସହର ପ୍ରତିନିଧି ଥିଲେ । ତାଙ୍କର ଆକାଳ ମୃତ୍ୟୁରେ ବରୀଷ୍ଟ ସାମ୍ବାଦିକ ସୁନୀଲପଟନାୟକ, ସନ୍ତୋଷ ଡ଼ିଗଲ, ସୁନୀଲ ବିଶ୍ଵାଳ, ହୁରଞନ ସେଠି, ତ୍ରିନାଥ ସାହୁ,ସୁଜିତ ବେହେରା ,ସଦାଶିବ ପାତ୍ର, ପ୍ରମୁଖ ବହୁ ସାମ୍ବାଦିକ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି ।

Leave a comment

Your email address will not be published. Required fields are marked *