ଜନ ବିକାଶ ତରଫରୁ କରୋନା ସଚେତନତା ସହ ବିଭିନ୍ନ ସାମଗ୍ରୀ ବଣ୍ଟନ

Udaya_Labanya | May 26, 2021 | 14 views |0 | Uncategorized


ବାଲିଗୁଡା,୨୬/ ୦୫(ସଞ୍ଜୟ କୁମାର ପାଣିଗ୍ରାହୀ): ସାରା ବିଶ୍ୱ ଆଜି କରୋନା ମହାମାରୀର ଦ୍ୱିତୀୟ ଲହରରେ ଅସ୍ତବ୍ୟସ୍ତ I କରୋନାର ଦ୍ୱିତୀୟ ଲହରରେ ମଣିଷ ଜୀବନ ମୃତ୍ୟୁ ସହ ଲଢେଇ କରୁଛି I ଏ ସମୟରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜନବିକାଶ ତରଫରୁ ବାଦେକେତା, ଗେଗୁରିପଦର, କୁଡୁପାକିଆ, ବାରଡିକିଆ, ଗହୀଙ୍ଗିଆ, ସାରିକେତା, ସାଇନପଡା ଓ ସଲାଗୁଡା ଗ୍ରାମରେ ଆଞ୍ଚଳିକ ଭାଷା ତଥା କୁଇ ଓ ଓଡ଼ିଆ ଭାଷାରେ ଲୋକମାନଙ୍କୁ କରୋନା ସମ୍ପର୍କିତ ବିଭିନ୍ନ ସଚେତନ ମୂଳକ କାର୍ଯ୍ୟକ୍ରମ କରାଯାଇଥିଲା I ବର୍ତ୍ତମାନ କରୋନା ମହାମାରୀର ଦ୍ୱିତୀୟ ଲହରରେ କିପରି ଭାବରେ ସୁରକ୍ଷିତ ରହିବ ଓ କଣ ସବୁ ସରକାରୀ ନିୟମ ରହିଛି ତାହା ଜନସାଧାରଣଙ୍କ ନିକଟରେ ଉପସ୍ଥାପନ କରାଯାଇଥିଲା I ଜନ ବିକାଶର ଏପରି ସଚେତନ କାର୍ଯ୍ୟକ୍ରମରେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ଗୋଷ୍ଠିଉନ୍ନୟନ ଅଧିକାରୀ ଶରତ ଚନ୍ଦ୍ର ପାତ୍ର, ସିଡିପିଓ ଦ୍ରୌପତି କହଁର ଓ ଜନ ବିକାଶର ନିର୍ଦେଶକ ଫାଦର ମଦନ ସୁଆଲ ସିଂ ଏବଂ ଅନ୍ୟମାନେ ଉପସ୍ଥିତ ରହି ସଚେତନ ମୂଳକ କାର୍ଯ୍ୟକ୍ରମ କରିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ପ୍ରତ୍ୟେକ ପଞ୍ଚାୟତର ସରପଞ୍ଚ , ଆଶାକର୍ମୀ, ଅଙ୍ଗନବାଡି ଏବଂ ୱାର୍ଡ ମେମ୍ବର ଙ୍କ ଉପସ୍ଥିତିରେ ଜନବିକାଶ ଦ୍ୱାରା ମାସ୍କ, ସାବୁନ ଓ ସାନିଟାଇଜର ବଣ୍ଟନ କରାଯାଇଥିଲା I ଏପରି ଭୟାନକ ବିପଦ ସମୟରେ ଜନ ବିକାଶ ଲୋକଙ୍କ ପାଖରେ ପହଂଚି ସଚେତନ ଓ ସହାୟତା କରିଥିବାରୁ ବୁଦ୍ଧିଜୀବୀ ଏବଂ ଅଞ୍ଚଳବାସିଙ୍କ ତରଫରୁ ଜନବିକାଶ ଅନୁଷ୍ଠାନକୁ ଧନ୍ୟବାଦ ଏବଂ ପ୍ରଶଂସା କରାଯାଇଛି I

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories