#Breaking News #Uncategorized

ବାପାଙ୍କ ପରେ ଚାଲିଗଲେ ମା, ଅନାଥ ହୋଇଗଲା ଝିଅ


ନରସିଂହପୁର-(ଉଲାପ୍ର)
ନରସିଂହପୁର ବ୍ଲକ ଅନ୍ତର୍ଗତ ବାଲିଝରି ଗ୍ରାମର ସ୍ବର୍ଗତ ଗୋଲକ ପ୍ରତିହାରୀ ଙ୍କ ପତ୍ନୀ ଶାନ୍ତିଲତା ପ୍ରତିହାରୀ ଙ୍କର ୪୭ ବର୍ଷ ଙ୍କର ଆଜି ଅକାଳ ବିୟୋଗ ଘଟିଯାଇଛି ଯାହା ଫଳରେ ଅନାଥ ହୋଇଯାଇଛି ୧୦ ବର୍ଷର ଝିଅ ପୂଜାରାଣୀ ପ୍ରତିହାରୀ ଅନାଥ ହୋଇଯାଇଛି।
ସୂଚନା ରୁ ପ୍ରକାଶ ଯେ ବାଲିଝରି ଗ୍ରାମର ଗୋଲକ ପ୍ରତିହାରୀ ଙ୍କ ପରିବାର କହିଲେ ପତ୍ନୀ ଶାନ୍ତିଲତା ପୁଅ ଭାଗିରଥି ଏବଂ ଝିଅ ପୂଜା ଙ୍କୁ ନେଇ ଛୋଟିଆ ପରିବାର ପୂର୍ବରୁ ଗୋଲକ ଙ୍କର ମୃତ୍ୟୁ ଘଟିଥିଲା।ପୁଅ ଭାଗିରଥି ଓ ଝିଅ ପୂଜା ଙ୍କୁ ନେଇ ଦୁଃଖେକଷ୍ଟେ ଶାନ୍ତିଲତା ପରିବାର ଚଳାଉଥିଲେ। ମାତ୍ର ଦେଢ଼ ବର୍ଷ ହେବ ରୋଗଗ୍ରସ୍ତ ହୋଇ ନିଜର ସ୍ଥାବର ଆସ୍ଥାବର ସମ୍ପତ୍ତି ଘର ଦ୍ଵାର ବିକ୍ରି କରି ଏକ ସରକାରୀ ଜମିରେ ଅତି ଦୟନୀୟ ଅବସ୍ଥାରେ ରହୁଥିଲେ ଆଜି ଶାନ୍ତିଲତା ଙ୍କର ଅକାଳ ବିୟୋଗ ପରେ ଅନାଥ ହୋଇଗଲେ ପୁଅ ଝିଅ ପ୍ରଶାସନ ପକ୍ଷରୁ ତୁରନ୍ତ ଉକ୍ତ ଅସହାୟ ପରିବାରକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଦାବି ହେଉଛି।।

Leave a comment

Your email address will not be published. Required fields are marked *