ଅଜଣା ଗାଡି ଧକ୍କାରେ ଜଣେ ଯୁବକ ଗୁରୁତର

Udaya_Labanya | June 6, 2021 | 42 views |0 | Uncategorized


~~~~~~~
ବୁଗୁଡା ୦୬/୦୬ (ଡ଼ଃ.କୁମୁଦ ଚନ୍ଦ୍ର ବେହେରା) ବୁଗୁଡା ଥାନା ଅନ୍ତର୍ଗତ ତାକରଡ଼ା ଗ୍ରାମ ବାଘୁଆ କେନାଲ ନିକଟରେ ଜୁନ ୬ ତାରିଖ ଦିନ ଏକ ଅଜଣା ଚାରିଚକିଆ ଗାଡି ଧକ୍କାରେ ଜଣେ ଯୁବ ବାଇକ ଚାଳକ ଗୁରୁତର ଆହତ ହୋଇ ବ୍ରହ୍ମପୁର ସ୍ଥାନାନ୍ତର ହୋଇଥିବା ଜଣାପଡିଛି। ଘଟଣାରୁ ଜଣାପଡିଛି ଯେ ଓଡ଼ି ୦୭ କେ ୩୨୬୬ ହୋଣ୍ଡ ସାଇନ ବାଇକରେ ପୋଲସରା ଥାନା ଅନ୍ତର୍ଗତ ମଧୂପଲ୍ଲୀ ଗ୍ରାମ ପଞ୍ଚାୟତ, ଜିଲୁଣ୍ଡା ଗ୍ରାମର ୨୭ ବର୍ଷ ବୟସ୍କ ନରେନ୍ଦ୍ର କୁମାର ପୋଲାଇ ବୁଗୁଡା ଦିଗକୁ ଫେରୁଥିବା ବେଳେ ତାକରଡ଼ା ଗ୍ରାମ ନିକଟ ବାଘୁଆ କେନାଲ ବାଙ୍କରେ ଏକ ଅଜଣା ଗାଡି ବାଇକକୁ ଧକ୍କା ଦେଇ କରସିଙ୍ଗି ଦିଗରେ ଚାଲିଯାଇଥିଲା। ଯାହା ଫଳରେ ବାଇକ ଚାଳକ ନରେନ୍ଦ୍ର ପିଚ ରାସ୍ତାରେ କଚାଡି ହୋଇପଡି ଥିବା ବେଳେ ମୁଣ୍ଡକୁ ଗୁରୁତର ଆହତ ହୋଇ ପ୍ରଚୁର ରକ୍ତସ୍ରାବ ହୋଇଥିଲା। ବାଇକଟି ମଧ୍ୟ ଭାଙ୍ଗି ଯାଇଥିବା ବେଳେ ପଛରେ ଥିବା ଜିନିଷ ରାସ୍ତାରେ ବିଛାଡି ହୋଇ ପଡ଼ିଥିଲା। ସେଠାରେ ଥିବା ଗାଈ ମାହାର ଓ ଅନ୍ୟ ଲୋକମାନେ ଆହାତ ଯୁବକଙ୍କୁ ରାସ୍ତାରୁ ଉଠାଇ ଗଛ ଛାଇ ତଳକୁ ନେବାସହ ବାଇକ ଟିକୁ ରାସ୍ତାରୁ ଉଠାଇ ରଖି ୧୦୮ ଆମ୍ବୁଲାନ୍ସକୁ ଖବର ଦେଇଥିଲେ। ଘଟଣା ଦେଖିଥିବା ଲୋକମାନେ ଏକ ୪୦୭ ଗାଡି ଧକ୍କା ଦେଇ କରସିଙ୍ଗି ଦିଗରେ ଚାଲିଯାଇଥିବା ପ୍ରକାଶ କରିଥିଲେ ମଧ୍ୟ ଗାଡି ନମ୍ବର କହିପାରି ନଥିଲେ। ଆମ୍ବୁଲାନ୍ସ ପହଞ୍ଚି ଆହାତ ଯୁବକଙ୍କୁ ବୁଗୁଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ମୁଣ୍ଡରେ ଗୁରୁତର ଆହାତ ହୋଇଥିବା ଯୋଗୁଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଆହାତ ଯୁବକଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପ୍ରକାଶ ଥାଉକି ଯୁବକ ଜଣକ ପୋଲସରାର କୌଣସି ବ୍ୟାଙ୍କରେ ଚାକିରୀ କରୁଥିବା ଶୁଣାଯାଉଛି।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories