ମନରେଗା ଯୋଜନା ଫେଲ : ଲକ୍ଷାଧିକ ଟଙ୍କାର ଆମ୍ବ ଓ ଲିଚୁ ଗଛ ଗଲା କୁଆଡେ ? ତଦନ୍ତ ଦାବି

Udaya_Labanya | June 6, 2021 | 21 views |0 | Uncategorized


ବାଲିଗୁଡା,୬/୬.(ସଞ୍ଜୟ କୁମାର ପାଣିଗ୍ରାହୀ):ଜନସାଧାରଣ ଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି କରିବା ପାଇଁ ସରକାର ମନରେଗା ଯୋଜନାରେ ଉନ୍ନତ କିସମ ଫଳ ବଗିଚାକରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟ କରାଯାଉଛି । ହେଲେ ବିଭାଗୀୟ କର୍ମଚାରୀ ମାନଙ୍କ ଅବହେଳା ତଥା ଦୁର୍ନୀତିପୂର୍ଣ୍ଣ ମନୋଭାବ କାରଣରୁ ଫଳ ଚାଷ ଯୋଜନା ଜିଲ୍ଲାରେ ଏତେଟା ସଫଳତା ହାସଲ ହୋଇ ପାରୁନଥିବା ଦେଖାଯାଉଛି । ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି, କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକର ଅଧିକାଂଶ ପଞ୍ଚାୟତରେ । ଗତ କିଛି ବର୍ଷରେ ମନରେଗା ଯୋଜନାରେ ପ୍ରାୟ ସବୁ ପଞ୍ଚାୟତରେ ବହୁ ଏକର ଜମିରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଉନ୍ନତ କିସମର ଆମ୍ବ ଓ ଲିଚୁଗଛ ଲଗାଯାଇଥିଲା । ଚାରିପଟେ ତାର ବାଡ ମଧ୍ୟ ହେଲା । ହେଲେ ରକ୍ଷଣାବେକ୍ଷଣ ଅଭାବରୁ ଅଧାରୁ ଅଧିକ ଗଛ ସବୁ ନଷ୍ଟ ହୋଇଯାଇଥିବା ଦେଖିବାକୁ ମିଳିଛି । ଗଛ ସବୁ ଗଲା କୁଆଡେ ? ବାଡ ବୁଜା ଯାଇଥିବା ବେଳେ ଗଛ ସବୁ ଗଲା କୁଆଡେ ଓ ନଷ୍ଟ ହେଲା କେମିତି ସମସ୍ତଙ୍କ ମନରେ ପ୍ରଶ୍ନ ଉଠିବା ସ୍ୱଭାବିକ । ନଷ୍ଟ ହେଲେ ବିଭାଗ ପୁନର୍ବାର ବୃକ୍ଷରୋପଣ କରିବାର କଥା କିନ୍ତୁ କରାଯାଇ ନାହିଁ କାହିଁକି ? ଚକାପାଦ ବ୍ଲକର ପ୍ରାୟ ଅଧିକାଂଶ ପଞ୍ଚାୟତ ରେ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି କେଉଁଠାରେ ତାର ବାଡ ଗୁଡିକ ମଧ୍ୟ ବିକ୍ରି ହୋଇଥିବା ଜଣାପଡିଛି । ଆଉ ମଧ୍ୟ ପାଣି ଦେବା ପାଇଁ ରନିଙ୍ଗବିଲ ମଧ୍ୟ ଚାଲିଛି । ଯାହାଫଳରେ ବିିଭାଗୀୟ ଅଧିକାରୀ ହେଉଛନ୍ତି ମାଲାମାଲ । ଏହା ମଧ୍ୟ ଦେଖିବାକୁ ମିଳିଛି । ପୁଣି ଦେଖିବାକୁ ମିଳିଛି ଯେଉଁ ଶ୍ରମିକମାନେ କାମ କରିଛନ୍ତି ତାଙ୍କ ବକେୟା ଟଙ୍କା ମଧ୍ୟ ମିଳି ନଥିବା ଅଭିଯୋଗ ହୋଇଛି । ତେବେ ଏହାର ଏକ ନିରପେକ୍ଷ ତଦନ୍ତ କରାଗଲେ ପ୍ରକୃତ ଘଟଣା ଜଣାପଡିବ ବୋଲି ସାଧାରଣରେ ମତ ପ୍ରକାଶପାଉଛି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 10 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories