ସରକାରି ସହାୟତା ଅପେକ୍ଷାରେ ପଲିଥିନ ତଳେ ଅଗ୍ନି ବିପନ୍ନ

Udaya_Labanya | June 6, 2021 | 22 views |0 | Uncategorized


ଫୁଲ ବାଣୀ- (ସୁନୀଲ ପଟନାୟକ) ସରକାରି ସହାୟତା କିଛି ମିଳିନି । ଘରପୋଡିଯିବା ପରେ ଏବେ ବେସାହାରା ହୋଇ ଗଛ ମୁଳେ ପଲିଥିନ ତଳେ ଦୁଇଟି ଅଗ୍ନି ବିପନ୍ନ ପରିବାର ରହୁଛନ୍ତି । ଆଗକୁ ଦିନ କେଇଟା ପରେ ବର୍ଷାଦିନ । ଏଭଳି ପରିସ୍ଥିତିରେ ଭାଗ୍ୟକୁ ଆଦରୀପଡି ରହିଛନ୍ତି ବାଲିଗୁଡା ବ୍ଳକ କୁଟିକିଆ ପଞ୍ଚାୟତର ସିଟୁ ବାଡି ଗ୍ରାମର ଦିଗି ମଲିକ ଓ ବିନୋଦ ମଲିକଙ୍କ ପରିବାର।
ନିଆଁର ଆଁରେ ଯାହା ଥିଲା ସବୁକିଛି ପୋଡିଯାଇଛି । ଖାଇବାକୁ ମଧ୍ୟ କିଛି ନାହିଁ। ଗ୍ରାମବାସୀ ଖାଇବାକୁ ଗଣ୍ଡା ଏ ଦେବାରୁ ଖାଉଛନ୍ତି । ସୂଚନାଯୋଗ୍ୟଯେ, ଶୁକ୍ରବାର ଶୋଇଥିବାବେଳେ ଅଗ୍ନିକାଣ୍ଡ ଘଟି ଦୁଇ ଭାଇଙ୍କ ଘର ଦେଖୁ ଦେଖୁଆଖି ସାମନାରେ ହୃତ ହୁତ ହୋଇ ଜଳି ଗଲା । ଘରେ ଥିବା ଧାନ ଚାଉଳ ଟଙ୍କା ପଇସା ଆସବାବପତ୍ର ଯାହାଥିଲା ସବୁ ପୋଡିଗଲା। ପ୍ରଶାସନ ପକ୍ଷରୁ ତୁରନ୍ତ ଆର୍ଥୀକ ସହାୟତା ସାଙ୍ଗଙ୍କୁ ବାସଗୃହ ମଧ୍ୟ ଯୋଗାଇ ଦେବ। କୁ ଗ୍ରାମବାସୀ ଦୀବୀ କରିଛନ୍ତି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories