ଡାକ୍ତର କୀର୍ତ୍ତନ ଗୌଡ଼ଙ୍କ ଦେହାନ୍ତ

Udaya_Labanya | June 7, 2021 | 32 views |0 | Uncategorized


ବୁଗୁଡା, (ଉଲାପ୍ର) ବୁଗୁଡା ଏନଏସି ଅନ୍ତର୍ଗତ ଏକ ନମ୍ବର ୱାର୍ଡ ଗୋଳାମୁଣ୍ଡୁଳା ଗ୍ରାମର ଜଣାଶୁଣା ଡାକ୍ତର କୀର୍ତ୍ତନ ଗୌଡ଼ ଜୁନ ୬ ତାରିଖ ସନ୍ଧ୍ୟା ସାଢ଼େ ଛଅଟା ସମୟରେ ବୁଗୁଡା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି। ସ୍ବର୍ଗତ ଡାକ୍ତର ଶ୍ରୀ ଗୌଡ଼ କରୋନା ସଂକ୍ରମଣ ହୋଇ ବ୍ରହ୍ମପୁର କୋଭିଡ ହସପିଟାଲରେ ଚିକିତ୍ସା ହୋଇ ସୁସ୍ଥ ହୋଇ ଫେରିଥିଲେ। ଗତକାଲି ସନ୍ଧ୍ୟାରେ ଶ୍ବାସକ୍ରିୟାରେ ଅସୁବିଧା ଅନୁଭବ କରିବାରୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଆଣିଥିଲେ। ଡାକ୍ତର ପରୀକ୍ଷା କରି ଅମ୍ଳଜାନ ସ୍ତର ଯଥେଷ୍ଟ କମିଥିବା ଜାଣିବା ପରେ ଅମ୍ଳଜାନ ଦେଇଥିଲେ। ସମସ୍ତ ଚେଷ୍ଟା ସ୍ଵତ୍ତ୍ୱେ ଡାକ୍ତର କୀର୍ତ୍ତନ ଗୌଡ଼ଙ୍କ ଜୀବନ ରକ୍ଷା ହୋଇପାରିନଥିଲା। ସ୍ବର୍ଗତ ଶ୍ରୀ ଗୌଡ଼ଙ୍କୁ ତାଙ୍କ ନିଜ ଗ୍ରାମ ଶ୍ମଶାନରେ ଶବ ସଂସ୍କାର କରାଯାଇଥିଲା। ସେ ଗୋପାଳ ସମାଜର ସଭାପତି ଦ୍ୱାୟିତରେ ଥିବା ଜଣାପଡିଛି। ସ୍ବର୍ଗତ କୀର୍ତ୍ତନ ଗୌଡ଼ଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବାପରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 9 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories