ଶ୍ରାଲି ଜଡି ଗ୍ରାମକୁ ବିଦ୍ୟୁତ ସଂଯୋଗ ଆସିବ କେବେ ?

Udaya_Labanya | June 15, 2021 | 23 views |0 | Uncategorized


ଫୁଲବାଣୀ- (ସୁନୀଲ ପଟନାୟକ)ରାସ୍ତା,ଘାଟ, ପାଣି, ବି ଦ୍ୟୁତ, ଓ ଶିକ୍ଷା ପରି ସବୁ ମୌକିକ ସୁବିଧାସୁଯୋଗ ରୁ ବଞ୍ଚିତ ଶ୍ରାଲିଜଡ଼ି ଗ୍ରାମବାସି, ଗାଁ ଲୋକଙ୍କ ଏ ସବୁ ମୌଳିକ ସୁବିଧାସୁଯୋଗ ନିମନ୍ତେ ସରକାରଙ୍କ ପକ୍ଷରୁ କୋଟି କୋଟି ଟଙ୍କା ଖର୍ଚ କରାଯାଉଥିବା କୁହାଯାଉଥିବା ବେଳେ ସ୍ୱାଧୀନତା ର ସାତ ଦଶନ୍ଧି ପରେ ବି କନ୍ଧମାଳ ଜ଼ିଲ୍ଲା ତୁମୁଡ଼ିବନ୍ଧ ବ୍ଲକ ଅନ୍ତର୍ଗତ ମୁଣ୍ଡି ଗଡ ପଞ୍ଚାୟତ ର ଶ୍ରାଲିଜଡ଼ି ଗ୍ରାମବାସି ଏସବୁ ଯୋଜନା ରୁ ବଞ୍ଚିତ ।
, ଏହି ଗ୍ରାମକୁ ଯିବା ଲାଗି ଭଲ ରାସ୍ତା ଖଣ୍ଡେ ନ ଥିବାବେଳେ ସାହା ଭରସା ପାହାଡ଼ିଆ ପାଦ ଚଲା ରାସ୍ତା, ଟିକେ ଅନ୍ୟ ମନସ୍କ ହେଲେ ଦୁର୍ଘଟଣା ଘଟିବା ସୁନିଶ୍ଚିତ, ଏ ଭଳି ପରିସ୍ଥିରେ ବିଦ୍ୟୁତ ଆଲୋକ ଏମାନଙ୍କ ପାଇଁ ସାତ ସପନ ପାଲଟିଛି । ଏ କଥା ସତ କି ଗ୍ରାମବାସୀ ବିଦ୍ୟୁତ ଆଲୋକ ଟିକିଏ ବି ଦେଖି ନାହାନ୍ତି ଏଯାଏ । ଏହା ଏକ ଉପାନ୍ତ ଅଞ୍ଚଳ ହେଇଥିବରୁ ବନ୍ୟ ଜନ୍ତୁଙ୍କ ଭୟରେ ସଞ୍ଜ ନଇଁଲେ ତାଟି କବାଟ ପଡ଼ିଯାଏ ଗାଁରେ। କେବଳ ଡିବିରି ଆଲୁଅ ଏମାନଙ୍କ ଏକମାତ୍ର ସାହା ଭରସା ପାଲଟି ଥାଏ l
ତେବେକେନ୍ଦ୍ର ଓ ରାଜ୍ୟ ସରକାର ରାଜୀବ ଗାନ୍ଧୀ ବିଦ୍ୟୁତ ଯୋଜନା 6 ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନାରେପ୍ରତି ଘରକୁ ମାଗଣା ବିଜୁଳି ଆଲୁଅ, ଯୋଗାଇଦେଉଥିବା କଥା କହୁଛନ୍ତି । ନିକଟରେ ଶ୍ରୀଲି ଯୋଡି ଗ୍ରାମରେସରକାରଙ୍କ ଦ୍ୱାରା ସୌଭାଗ୍ୟ ବିଦ୍ୟୁତ କରଣ ଯୋଜନା ଆରମ୍ଭ କରାଯାଇଥିଲା । ଫଳରେ ବିଦ୍ୟୁତ ଆଲୋକ ଗ୍ରାମକୁ ଆସିବ ବୋଲି ବେଶ ଖୁସି ହୋଇ ଯାଇଥିଲେ । ହେଲେ ଅଧାପନ୍ତୁରିଆ ଅବସ୍ଥାରେ ପଡିଛି ଯୋଜନା।
ଏହି ଯୋଜନା ଦ୍ୱାରା ଶ୍ରାଲିଜଡ଼ି ଗ୍ରାମର ଘରେ ଘରେ ସୁଇଚ ବୋର୍ଡ ଲଗା ଯାଇଛି ହେଲେ ନା ବିଦ୍ୟୁତ ଖୁଣ୍ଟ ପୋତାଯାଇଛିନା ତାର ପଡିଛି
ଘରେ ମିଟର ବି ବସିନି ।ଏପରିକି ଗ୍ରାମରେ କୌଣସି ଟ୍ରାନ୍ସଫରମର ଟିଏ ବି ବସା ଯାଇନାହିଁ l ତେବେ ଆଶ୍ଚର୍ଯ୍ୟର କଥା ବିଦ୍ୟୁତ ସଂଯୋଗ ନ ହୋଇ ଲୋକଙ୍କଠୁ କୁଆଡେ ବିଦ୍ୟୁତ ବିଲ ଆଦାୟ କରାଯାଉଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଅଭିଯୋଗ କଲେ ବିଦ୍ୟୁତ ବିଭାଗ କର୍ମଚାରୀ ଶୁଣୁନଥିବା ଅଭିଯୋଗ ହେଉଛି ।
ସେହିପରି ଗ୍ରାମରେ ପାନୀୟ ଜଳ ର ସମସ୍ୟା ରହିଛି ।
ଏଥିପ୍ରତି ପଶାସନ ଦୃଷ୍ଟି ଦେଇ ପ୍ରତିକାର ବ୍ୟବସ୍ଥା ଗ୍ରହଣ କଲେ ଗ୍ରାମବାସୀ ଉପକୃତ ହୋଇପାରନ୍ତେ ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Share this

Related Posts

ଆର୍ମି ଅଫିସର ଘରେ କଳା କନା ବୁଲାଇଲେ…

Udaya_Labanya | March 2, 2023 | 8 views | 0

ଫୁଲବାଣୀ(ଉଲ୍ଲାପ୍ର )କନ୍ଧମାଳ ଜିଲ୍ଲା ବାଲିଗୁଡା ଜାମପଦା ସାହି ରେ ରହୁଥିବା ଜଣେ ଆର୍ମି ଜେସିଓ ଚନ୍ଦ୍ର ପ୍ରକାଶ ପ୍ରଧାନ ଙ୍କ ଘରେ ଗତ କାଲି ବିଳମ୍ବିତ ରାତିରେକେହି ନଥିବା ବେଳେ ଦୁର୍ବୁତ୍ତ ମାନେ ସାମନା ଗ୍ରିଲ ଓ କବାଟ ଭାଙ୍ଗି ଚାରିଲକ୍ଷ…

Leave a Reply

Your email address will not be published. Required fields are marked *

Archives

Categories