#Breaking News

ପାହାଡ ଚଢିଲେ ଉତ୍ତା ବାଣ୍ଟିଲେ ବ୍ଲକ ଅଧିକାରୀ


ଫୁଲ ବାଣୀ- (ସୁନୀଲ ପଟନାୟକ)
କରୋନା ମହାମାରି କୁ ବ୍ରେକ୍ ଲଗାଇବା ପାଇଁ ସରକାର ଲକଡ଼ାଉନ ଘୋଷଣା କରିଛନ୍ତି। ଫଳରେ ଗାଡି ମଟର ସବୁ ବନ୍ଦ ରହିଛି।
ଫଳରେ ଲୋକେ କୌଣସି ଜରୁରୀକାର୍ଯ୍ୟରେ ମଧ୍ୟ ବ୍ଲକକୁଆସିପାରୁନାହାଁନ୍ତି। ଫଳରେ ସରକାର ମଧ୍ୟ ରାଜସ୍ୱ ଓ ବ୍ଳକ ପ୍ରଶାସନିକ ଅଧିକାରୀଙ୍କୁ ଗ୍ରାମକୁ ଯାଇ ଲୋକଙ୍କୁ ସେବା ଯୋଗାଇଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ଏଭଳି ପରିସ୍ଥିତିରେ ଶୁକ୍ରବାର ରାଇକିଆ ବ୍ଲକ୍ ବିଡିଓ ପ୍ରବୀଣ କୁମାରବାଣୁଆ ଙ୍କ ସମେତ ବିଭିନ୍ନ ବିଭାଗର ଅଧିକ।ରି ମାନେ ମିଶି .ବ୍ଳକର ଦୁର୍ଗମ ପଞ୍ଚାୟତ ଭାବେ ପରିଚିତ ଇନ୍ଦ୍ରଗଡ଼ପଞ୍ଚାୟତର ଦୁବା ଓ ରତିଙ୍ଗିଆ ଗ୍ରାମରେ ପହଞ୍ଚି ଲୋକଙ୍କ ସୁବିଧା ଅସୁବିଧାବୁଝିବା ସହ ଭତ୍ତା ବାଣ୍ଟିଥିଲେ।
ଏହି ଗ୍ରାମଗୁଡିକ ବ୍ଳକରୁ ପ୍ରାୟ ୨୫ କିମି ଦୁରରେ ରହିଛି । ପ୍ରଶାସନିକ ଅଧିକାରି ମାନେ ପ୍ରାୟ ୫ କିମି ଘଞ୍ଚ ଜଙ୍ଗଲରେ ଚାଲି ଚାଲିଯାଇଥଲେ । ଗ୍ରାମବାସୀମାନେ ବ୍ଲକ ପ୍ରଶାସନିକ ଅଧିକାରୀଙ୍କୁ ପାଖରେ ପାଇ ବେଶ ଖୁସି ବ୍ୟକ୍ତ କରିଥିଲେ ।
ପ୍ରଶାସନ ପକ୍ଷରୁ କରୋ । ନାସଂପର୍କରେ ସଚେତନ ମଧ୍ୟ ସୃଷ୍ଟି କରିଥିଲେ । ସମସ୍ତକୁ ଟିକା ନେବା ଲାଗି ପରାମର୍ଶ ଦେଇଥିଲେ।
ଗ୍ରାମବାସୀ ମଧ୍ୟ ସେମାନଙ୍କ ସମସ୍ୟା ନେଇ ବିଡିଓଙ୍କୁ ଜଣାଇଥିଲେ। ବିଡିଓ ମଧ୍ୟ ସେମାନଙ୍କ ରାସ୍ତା, ପାନୀୟ ଜଳ ଆଦି ସମସ୍ୟାଗୁଡ଼ିକୁ ସମାଧାନ କରିବା ଦିଗରେ ଆଗ୍ରାଧିକାର ଭିତ୍ତିରେ ଦୃଷ୍ଟି ଦେବେ ବୋଲି କହିଥିଲେ ।
ତେବେ ରାଇକିଆ ବିଡିଓ ପ୍ରବୀଣ କୁମାରବାଣୁଆ ଦୁର୍ଗମ ଅଞ୍ଚଳଗୁଡିକ ଗସ୍ତକରି ସମସ୍ୟା ବୁଝୁଥିବାରୁ ଲୋକେ ସୁଫଳ ପାଉଥିବା ଦେଖାଯାଉଛି। ସେହିପରି ଜିଲ୍ଲାର ଅନ୍ୟ ବିଡିଓମାନେ ମଧ୍ୟ .ଏଥିରୁ ଶିଖି କାମରେ ଲଗାଇ ବା ଉଚିତ ବୋଲି ପ୍ରକଳ୍ପ ନିର୍ଦେଶକ ଡିଆରଡିଏ ବିଶ୍ଵ ରଂଜନ ନାଏକ କହିଛନ୍ତି । ଏହାଦ୍ଵାରା ପ୍ରଶାସନ ପ୍ରତି6 ଲାକଙ୍କ ଅସ୍ଥା ବୃଦ୍ଧି ପାଇବ ବୋଲି ସେ କହିଛନ୍ତି ।

Leave a comment

Your email address will not be published. Required fields are marked *