କୋଟଗଡ଼ ଚାଷୀଙ୍କୁ ଜଳସେଚନ ସୁବିଧା , ଚାଷୀଙ୍କ ମୁହଁରେ ହସ ଫୁଟିଲା

Udaya_Labanya | June 25, 2021 | 43 views |0 | Breaking News

ଫୁଲ ବାଣୀ- (ସୁନୀଲ ପଟନାୟକ)
ଏଣିକି କନ୍ଧମାଳ ଜିଲ୍ଲାର ଦୁର୍ଗମ ତଥା ମାଓ ଇଲାକା ଭାବେ ପରିଚିତ କୋଟଗଡରକ୍ଷୁଦ୍ର, ନାମ ମାତ୍ର ଗରୀବ ଚାଷୀ ଜଳସେଚନର ସୁବିଧା ପାଇବେ । ଉଠା ଜଳସେଚନ ବିଭାଗ ପକ୍ଷରୁ ଚଳିତବର୍ଷ କୋଟଗଡ଼ ବ୍ଳକ 6ର କୋଟି କୋଟି ଟଙ୍କା ବ୍ୟୟରେ ଗୋଟିଏ କି ଦୁଇଟି ନୁହେଁ ଛଅ ଛଅଟି ପ୍ରକଳ୍ପ ନିର୍ମାଣ ହୋଇଛି, ଫଳରେ ଏହି ଅଞ୍ଚଳର ଶତାଧିକ ଗରୀବ ଚାଷୀଙ୍କ ମୂ ହଁରେ ହସ ଫୁଟିଲ।
କେନ୍ଦ୍ର ସରକାରଙ୍କ ରୁ ରୁବାନ ଯୋଜନାରେ ବଣ୍ଡ୍।ପିପିଲି ଓ ଧରାକୋଟ ଠାରେ ଦୁଇଟି ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିବାବେଳେ ଆରଆଇଡି ଏଫ୍ ଯୋଜନାରେ କୋଟଗଡ, ପାଣ୍ଡାରିପ, ଜାମୁଝୋର, ଓ ବଣ୍ଡ । ପିପିଲିରେ ପ୍ରତିଷ୍ଠା ହୋଇଛି।
। ଆଗରୁ ଜଳସେଚନ ଅଭାବରୁ ସେମାନଙ୍କ ଚାଷ ଜମି ସବୁ ପଡ଼ିଆ ପଡୁଥିଲା। କାଂଭା ଚାଷୀ ବର୍ଷାଜଳ ଉପରେ ନିର୍ଭର କରି କିଛି କିଛି ଚାଷ କରୁଥିଲେ।
ଏବେ ଏହି ସବୁ ପ୍ରକଳ୍ପମାନ ପ୍ରତିଷ୍ଠାହେବା ପରେ ସେମାନେ ଖରୀ ଫ ଓ ରବୀ ଚାଷ କରିବେ ବୋଲି କହିଛନ୍ତି ।
ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ଇଂରୁଦ୍ରପ୍ରସାଦ ମିଶ୍ର ଙ୍କ ବ୍ୟକ୍ତିଗତ ନିଷ୍ଠାପର ଉଦ୍ୟମ,ଆନ୍ତରୀକତା, କାର୍ଯ୍ୟଦକ୍ଷତା ସାଙ୍ଗକୁ ଉନ୍ନତ ଜ୍ଞାନକୌଶଳ ଯୋଗୁ ଦୀର୍ଘବର୍ଷ ପରେ ଏ ସବୁ ସମ୍ଭବ ହୋଇପାରିଛି। ଏହି ପ୍ରକଳ୍ପଗୁଡିକ ଖରୀଫ ଓ ରବୀ ଋତୁରେ ପର୍ଯ୍ୟାପ୍ତ ଜଳସେଚନ ସୁବିଧା ଯୋଗାଇବ ବୋଲି ନିର୍ବାହୀ ଯନ୍ତ୍ରୀ ଇଂ ମିଶ୍ର କହିଛନ୍ତି । ଫଳରେ ଚାଷୀମାନେ ବର୍ଷରେ ଦୁଇଥର ଧାନ ଓ ପରିବା ଚାଷ କରିପାରିବେ ବୋଲି ଇଂ ମିଶ୍ର ଆହୁରି କହିଛନ୍ତି ।
ଏହାଦ୍ଵାରା ଚାଷୀଙ୍କ ସାମାଜିକ ଓ ଅର୍ଥନୈତିକ ଉନ୍ନତି ସମ୍ଭବ ହେବ ବୋଲି କହିଛନ୍ତି ।

Share this

Related Posts

ଦାବି ପୂରଣ ନେଇ ପାଚିକା ସଂଘ ର୍…

Udaya_Labanya | September 27, 2023 | 4 views |0

ଫୁଲବାଣୀ - (ସୁନୀଲ ପଟ୍ଟନାୟକ)ସରକାର ପାଚିକା ଓ ସହାୟିକା ମାନଙ୍କୁ ବିଭିନ୍ନ୍ ସମୟରେ ଦରମା ବୃଦ୍ଧି କରିବାକୁ ପ୍ରତିଶ୍ରୁତି ଦେଇ ପରବର୍ତ୍ତୀ ସମୟରେ ପ୍ରତାରଣା କରୁଥିବା ରୁ ପାଚିକା ସଂଘ ପକ୍ଷ୍ୟରୁ ଫୁଲବାଣୀ ଠାରେ ବିଭିନ୍ନ୍ ଦାବି ପୂରଣ ନେଇ ରାଲି…

କନକ କୁମାର ମାଝୀ ନୂତନ ଟାଉନ୍ ଥାନା…

Udaya_Labanya | September 27, 2023 | 9 views | 0

ଫୁଲବାଣୀ (ସୁନୀଲ ପଟ୍ଟନାୟକ)କନକ କୁମାର ମାଝୀ ଫୁଲବାଣୀ ଟାଉନ୍ ଥାନା ର୍ ନୂତନ ଥାନା ଅଧିକାରୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି l ଫଳରେ ବିଭିନ୍ନ୍ ସଂଗଠନ ପକ୍ଷରୁ ନୂତନ ଥାନା ଅଧିକାରୀ ମାଝୀ ଙ୍କୁ ସ୍ୱାଗତ୍ ସମ୍ବର୍ଦ୍ଧନା ଦିଆଯାଇଥିଲା lଗୃହ…

Leave a Reply

Your email address will not be published. Required fields are marked *

Archives

Categories