ବିଡିଓ ହେବ ତ ଏମିତି… ଦୁର୍ଗମ ପାହାଡ଼ ଚଢିଲୋକଙ୍କ ସମସ୍ୟା ବୁଝୁ ଛନ୍ତି ରାଇକିଆ ବିଡିଓ

Udaya_Labanya | June 25, 2021 | 56 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
ଆଦିବାସୀ ବହୁଳବ୍ଳକଗୁଡିକରେ ସାଧାରଣତଃ ବିଡିଓମାନେ ଅଧିକାଂଶ ସମୟ ନିଜ ଘରକୁ ଚାଲିଯାଉଥିବା ଆଉ ଦୁର୍ନିତୀ ରେ ଲିପ୍ତ ରହୁଥିବା ଖବର ମିଳିଥାଏ। ହେଲେ କନ୍ଧମାଳ ଜିଲା ର ରାଇକିଆ ବ୍ଳକର ବିଡିଓ ପ୍ରବୀଣ କୁମାର ବା ଣୁଆ ଙ୍କ କାର୍ଯ୍ୟକଳାପ ସଂପୂର୍ଣ୍ଣ ଭିନ୍ନ। ସେ ସର୍ବଦା ବ୍ଳକରେ ଉପସ୍ଥିତ ରହିବା ସାଙ୍ଗକୁ ଅଞ୍ଚଳର ଲୋକମାନଙ୍କ ଉନ୍ନତି କଥା ହି ଚିନ୍ତା କରିଥାନ୍ତି । ଗାଁ କୁ ଗାଁ ବୁଲି ଲୋକଙ୍କୁ କରେ । ନା ମହାମାରୀ ସଂପର୍କରେ ସଚେତନ କରିବା ସହ ଲୋକଙ୍କ ସହ ସିଧାସଳଖ ଆଲୋଚନ କରି ସେମାନଙ୍କ ସମସ୍ୟା ବୁଝି ଯଥା ସମ୍ଭବ ପ୍ରତିକାର କରିଥାନ୍ତି ।
ଦୁର୍ଗମ ପାହାଡ଼ିଆ ଗ୍ରାମକୁ କର୍ମଚାରୀଙ୍କ ସହ ମିଶି ପାଦରେ ଚାଲି ଚାଲିଯାଉଥିବା ଘଟଣା ଜିଲାରେ ଚର୍ଚାର ବିଷୟ ପାଲଟିଛି । ପ୍ରତିଦିନ ସକାଳୁ ସେ ଗୋଟିଏ ଗୋଟିଏ ପାହାଡ଼ ଉପରେ ଥିବା ଦୁର୍ଗମ ଗ୍ରାମଗୁଡିକୁ ଯାଉଛନ୍ତି । ଲୋକଙ୍କୁ ବାର୍ଦ୍ଧକ୍ୟ ଭତ୍ତା ରାସନ ଆଦି ଘରକୁ ଘର ଯାଇ ପ୍ରଦାନ କରୁଛନ୍ତି । ଯାହାକି ଅନ୍ୟମାନଙ୍କ ପାଇଁ ପ୍ରେରଣା ଯୋଗାଇଛି ।
ସେହିପରି ରାଇକିଆ ସହରକୁ ସବୁଜ ସୁନ୍ଦର କରିବା ପାଇଁ ବିଭିନ୍ନ ସ୍ଥାନରେ ବୃକ୍ଷ ରୋପଣ କରିବା ସହ ସଫେଇ କାର୍ଯ୍ୟ ମଧ୍ୟ କରୁଛନ୍ତି ।
ସେହିପରି ଦାୟିତ୍ଵ ପ୍ରବୀଣ ରାଇକିଆବିଡିଓ ଦାୟୀତ୍ଵ ଗ୍ରହଣ କରିବା ପରେ ବ୍ଳକରେ ପୂର୍ବରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ହିତାଧିକାରି ମାନେ ଘରଗୁଡିକ ଅସମ୍ପୁର୍ଣ୍ଣ ଅବସ୍ଥାରେ ପଡିଥିବା ଦେଖି ଶିଘ୍ର ସାରିବା ଲାଗି କହିଥିଲେ ହେଲେ କହିବା ପରେ ମଧ୍ୟ ହିତାଧି କ।ରି ମାନେ ନ ଶୁଣିବାରୁ ବିଡିଓ ପ୍ରବୀଣ ବାଣୁଆ କର୍ମଚାରୀ ଙ୍କ ସହ ମିଶି ହିତାଧିକାରିଙ୍କ ଘର ସମ୍ମୁଖରେ ଧାରଣାରେ ବସିବା ଘଟଣା ଜିଲ୍ଲା ତଥା ରାଜ୍ୟରେ କୌତୁହଳ ସୃଷ୍ଟି କରିଥିଲେ ମଧ୍ୟ ହିତାଧିକାରି ମାନେ ଘର କାମ ସଂପୂର୍ଣ୍ଣ କରିବାକୁ ବାଧ୍ଯ ହୋଇଥିଲେ।
ସେହିପରି ବିଡିଓ ପିସି କ।ରବାରଠାରୁ ଉର୍ଦ୍ଧ୍ଵରେ ରହି କାମର କ୍ଵାଲିଟି ଉପରେ ଗୁରୁତ୍ଵ ଦେଉଥିବା କଥା ଠିକାଦାର ଠୁ ଆରମ୍ଭ କରି ପ୍ରଶାସନ ଯାଏ ସମସ୍ତେ ଜାଣନ୍ତି ।
ଫଳରେ ଅନ୍ୟ ଲ।ଞ୍ଚୁଆ କର୍ମଚାରୀ ଗତ ୨ ବର୍ଷ ହେଲା ହରଡ଼ଘଣାରେ ପଡି ପ୍ରମାଦ ଗଣୁଛନ୍ତି।
.ଏଣୁ ଅନ୍ୟ ବିଡିଓମାନେ ଯଦି ଏଭଳି କାର୍ଯ୍ୟକରନ୍ତେ ତେବେ ଗରୀବ ଲୋକେ ସୁଫଳ ପାଇପାରନ୍ତେ ଆଉ ସରକାରଙ୍କ ଲକ୍ଷ୍ୟମଧ୍ଯ ସାଧିତ ହୋଇପାରନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି ।

Share this

Related Posts

କାମାକ୍ଷାନଗର ଅବକାରୀ ବିଭାଗର ସଫଳତା ।ବିଭିନ୍ନ ଜାଗା…

Udaya_Labanya | September 28, 2023 | 12 views |0

କାମାକ୍ଷାନଗର ( ଉଲ୍ଲାପ୍ର )କାମାକ୍ଷାନଗର ଅବକାରୀ ବିଭାଗ ପକ୍ଷରୁ କଙ୍କଡ଼ାହାଡ଼ ବିରାସାଳ ଅଞ୍ଚଳ , କାମାକ୍ଷାନଗର ଅଞ୍ଚଳ ଓ ତୁମୁସୀଙ୍ଗା ଅଞ୍ଚଳ ଚଢ଼ାଉ କରାଯାଇ ଅଠର ଟି ମକଦ୍ଦମା ରୁଜୁ ହୋଇ ଥିବା ବେଳେ ସତର ଜଣଙ୍କୁ ଗିରଫ କରିବା ସହ,୫ଶହ…

ଫୁଲବାଣୀ ରେ ବର୍ଦ୍ଧିତ ହୋଲ୍ଡିଙ୍ଗ ଟ୍ୟାକ୍ସ ସମ୍ପର୍କରେ…

Udaya_Labanya | September 28, 2023 | 10 views | 0

ଫୁଲବାଣୀ (ସୁନୀଲ ପଟନାୟକ)ଫୁଲବାଣୀ ସହର ରେ ବର୍ତ୍ତମାନ୍ହୋଲଡିଂ ଟ୍ୟାକ୍ସ ବୃଦ୍ଧି କରାଯାଇଥିବାରୁ ସାଧାରଣ ରେ ଅସନ୍ତୋଷ ପ୍ରକାଶ ପାଇଛି lଏହାକୁ ଜିଲ୍ଲା ମିଳିତ ନାଗରିକ କମିଟି ପକ୍ଷରୁ ପୂର୍ବରୁ ବିରୋଧ କରାଯାଇ ଆସୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ଗ୍ରହଣ କରିବା…

Leave a Reply

Your email address will not be published. Required fields are marked *

Archives

Categories