ପୁନମ କନ୍ଧମାଳ ଜିଲ୍ଲା ବିଜୁ ମହିଳା ଜନତା ଦଳ ସଭାପତି ହେଲେ
![](https://www.udayalabanya.com/wp-content/uploads/2021/06/IMG-20210627-WA0025.jpg)
ଫୁଲ ବାଣୀ- (ସୁନୀଲ ପଟନାୟକ)
ଫୁଲବାଣୀ ସହରର ବିଜୁ ଜନତା ଦଳର ମହିଳା ନେତ୍ରୀ ପୁନମ କହଁରଙ୍କୁ ଜିଲା ବିଜୁ ଜନତା ଦଳ ମହିଳା ମୋର୍ଚ୍ଚା ସଭାନେତ୍ରୀ ଭାବେ ନିଯୁକ୍ତି ଦିଆଯାଇଛି।
ବିଜୁ ମହିଳାଜନତା ଦଳର ରାଜ୍ୟ ସଭାନେତ୍ରୀ ତଥା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ଙ୍କ ସୁପାରିଶ କ୍ରମେ ରାଜ୍ୟ ବିଜୁଜନତା ଦଳ ସଭ। ପତି ନବୀନ ପଟନ।ୟକ ଶୁକ୍ର ବାର ପୁନମ ଙ୍କୁ ନିଯୁକ୍ତି ନେଇଛନ୍ତି।
ଫଳରେ ପୁନମ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟ ବିଜୁଜନତା ଦଳ ସଭାପତି ନବୀନ ପଟ୍ଟନାୟକ ରାଜ୍ୟ ବିଜୁ ମହିଳା ଜନତା ଦଳ ର ରାଜ୍ୟ ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ,ଜିଲା ବିଜୁ ଜନତା ଦଳ ସଭାପତି ସରୋଜ କର୍ଣ୍ଣ, ସ୍ଥାନୀୟ ବିଧାୟକ ପ୍ରମୁଖଙ୍କୁ ଗଭୀର କୃତଜ୍ଞତା ଜ୍ଞାପନ କରିଛନ୍ତି ।
ତାଙ୍କର ନିଜସ୍ଵଦକ୍ଷତା ,ଦଳ ପ୍ରତି ଥିବା ନିଷ୍ଠା, ଆନ୍ତରୀକତା ଓ ଦଳ ପ୍ରତି ଥିବା ଅନୁଗତ୍ୟ କୁ ବିଚାର କୁ ନେଇ ତାଙ୍କ ଉପରେ ଭରସା କରି ଦଳ ଏହି ଦାୟୀତ୍ଵ ଦେଇଥିବାରୁ ସେ ଏହାକୁ ସୁଚାରୁ ରୁପେ ସଂପାଦନ କରିବେ ବୋଲି କହିଛନ୍ତି। ଅଧିକରୁ ଅଧିକମହିଳା ମାନଙ୍କୁ ଦଳରେ ସାମିଲ କରି ଦଳକୁ ଅଧିକ । ମଜବୁତ କରିବାଲାଗି ଅ ହରହ ଉଦ୍ୟମ କରିବେ ବୋଲି ସେ କହିଛନ୍ତି । ରାଜ୍ୟ ସରକାର ମହିଳାମାନଙ୍କ ନିମନ୍ତ୍ରେ ଅନେକ ଯୋଜନା କରିଛନ୍ତି ସେ ସବୁ ଯୋଜନା ସଂପର୍କରେ ଗ୍ରାମୀଣମହିଳାମାନଙ୍କୁ ଅବଗତ କରାଇବା ସହ ଯୋଜନ ।ର ସୁଫଳ ଯେପରି ମହିଳା ମାନେ ଯେପରି ପାଇପାରିବେ ସେଥି ପ୍ରତି ଦୃଷ୍ଟିଦେ6ବ ବୋଲି ନବ ନିଯୁକ୍ତ ମହିଳା ସଭାନେତ୍ରୀ ପୁନମ କହଁର କହିଛନ୍ତି।
ପୁନମଙ୍କ ନିଯୁକ୍ତିକୁ ନେଇ ଜିଲା ବିଜୁ ମହିଳା ଜନତା ଦଳର ସଦସ୍ୟାମାନେ ବେଶ ଖୁସି ବ୍ୟକ୍ତ କରିଛନ୍ତି ।
ପୁନମ ଙ୍କୁ ଏବେ ଜିଲ୍ଲାରବିଭିନ୍ନ ଆଡୁ ଶୁଭେଛ। ର ସୁଅ ଛୁଟିଛି।