ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନା ଯୋଦ୍ଧା

Udaya_Labanya | June 29, 2021 | 61 views |0 | Breaking News


ଫୁଲ ବାଣୀ-( ସୁନୀଲ ପଟନାୟକ)
ଜୀବନ ଯୁଦ୍ଧରେ ହାରିଗଲେ ଆଉ ଜଣେ କରୋନାଯୋଦ୍ଧା । ସେ ହେଉଛନ୍ତି
କନ୍ଧମାଳ ଜିଲ୍ଲା ଖଜୁରୀପଡ଼ାର ଆଯୁଷ ଡାକ୍ତର ସ୍ନେହା ଶିଷ ଗିରି ।
କରେ । ନା ସହ ଲଢି । ଶେଷରେ ହାରିଗଲେ କରୋନାଯୋଦ୍ଧା, I ସ୍ନେହା ଶିଷଙ୍କ ଆଜି କଟକ ଏସସିବି ମେଡିକାଲରେ ପରଲୋକ ହୋଇଯାଇଛି।
ଗତ କିଛିଦିନ ତଳେ ସେ କରେ ନାରେ ଆକ୍ରାନ୍ତ ହେବା ପରେ ନିଶ୍ଵାସ ନେବାରେ କଷ୍ଟ ଅନୁଭବ କରିବାରୁ କଟକ ବଡ଼ ମେଡିକାଲରେ ଭର୍ତ୍ତୀ ହୋଇଥିଲେ।ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା। ଆଜି ଅପରାହ୍ନରେ ତାଙ୍କର ଚିକିତ୍ସିତ ଅବସ୍ଥାରେ ପରଲୋକ ହୋଇଯାଇଛି ।
ଡାକ୍ତର ଗିରିଗତ ୨୦୧୪ ମସିହାରୁ କନ୍ଧମାଳ ଜିଲାରେ ଆଯୁଷ ଡାକ୍ତର ଭାବେ ନିଷ୍ଠା ଓ ଆନ୍ତରିକତ।ର ସହ କାର୍ଯ୍ୟ କରିଆସୁଥିଲେ । ରୋଗୀସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିଲେ ସେ। ଖଜୁରୀପଡ଼ାର ଆରୋଗ୍ୟ ଟିମ ଦାୟୀତ୍ଵରେ ରହି ଗ୍ରାମକୁ ଗ୍ରାମ ବୁଲି ଲୋକଙ୍କୁ ଘ୍ର ମୁହଁରେ ଚିକିତ୍ସା ସେବା ଯୋଗାଉଥିଲେ ।
ସେଜଣେ ଶାନ୍ତ ସରଳ .ଅମାୟୀକ ସ୍ଵଭାବର ବ୍ୟକ୍ତି ଥିଲେ ।
ଘର ସୁଦୂର ମୟୂରଭଞ୍ଜ ଜିଲ୍ଲା ହୋଇଥିଲେ ମଧ୍ୟ ସେକନ୍ଧମାଳରେ ରହି କାର୍ଯ୍ୟକରୁଥିଲେ।
ତାଙ୍କର ଅକାଳ ମୃତ୍ୟୁରେ ଜିଲ୍ଲାରେ ଡାକ୍ତର ସ୍ଵାସ୍ଥ୍ୟକର୍ମୀଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି। ତାଙ୍କର ମୃତ୍ୟୁରେ କନ୍ଧମାଳ ଜିଲ୍ଲାପାଳ ଡାବୁନ୍ଦାଡ଼ି, ସିଡିଏମଓ ଡା .ରାଜଶ୍ରୀ ପଟ୍ଟନାୟକ , ଏନ୍ଏଚଏମ ଜିଲ୍ଲା ସଂଯୋଜକ,କୋଭିଡ଼ ସଂଯୋଜକ ଆଶିଷ ମହାନ୍ତି, ଖଜୁରୀପଡ଼ା ବ୍ଳକ ଅଧ୍ୟକ୍ଷ ବିରେନ୍ଦ୍ର କହଁର, ବିଡିଓ , ଜିଲ୍ଲାପରିଷଦ ସଭ୍ୟ । ଜୁଲିଲତା ଲେଙ୍କା, ବିଜେପି ନେତା ଅନନ୍ତ ଡିଗଲ, ଖଜୁରିପଡ଼ା ସ୍ୱାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଓ କର୍ମଚାରୀଙ୍କ ସମେତ ସ୍ଥାନୀୟ ଜନସାଧାରଣ ଗଭୀର ଶୋକ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜ୍ଞାପନ କରିଛନ୍ତି।
ସେହିପରି ଗତ ଦୁଇ ଦିନ ତଳେ ଜଣେ କରୋନାଯୋଦ୍ଧା ବୁ ଡରୁ କିଆ ଏଏନଏମ ସରୋଜା ଓଝାଙ୍କକରେ । ନାରେ ପରଲୋକ ହୋଇଥିଲା. I
ଗୋଟିଏ ସପ୍ତାହରେ ଦୁଇ ଦୁଇ ଜଣ କରୋନାଯୋଦ୍ଧାଙ୍କ ମୃତ୍ୟୁ ଘଟଣାକୁ ନେଇ ସ୍ୱାସ୍ଥ୍ୟକର୍ମୀ ଓ ଡାକ୍ତରଙ୍କ ମଧ୍ୟରେ ଆଲୋଡନ ସୃଷ୍ଟି ହୋଇଛି ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories