ବରୀଷ୍ଠ ସାମ୍ବାଦିକ ଜୀମୂତ ମଙ୍ଗରାଜଙ୍କ ପରଲୋକ ରେ ଶୋକ
Udaya_Labanya | June 29, 2021 | 37 views |0 | Breaking News
ଫୁଲବାଣୀ-( ସୁନୀଲ ପଟନାୟକ) ରାଜ୍ୟର ଜଣେ ଆଗଧାଡିର ବରୀଷ୍ଠ ସାମ୍ବାଦିକ ଡକ୍ଟର ଜୀମୁତ ମଙ୍ଗରାଜଙ୍କ ରବିବାର ସଂଧ୍ୟାରେ ଖୋର୍ଦ୍ଧା ଜାଆଁଳ ନିକଟରେ ସଡକ ଦୁର୍ଘଟଣାରେ ପରଲୋକ ହୋଇଥିବା ନେଇ ଖବର ମିଳିବାପରେ ରାଜ୍ୟରେ ସାମ୍ବାଦିକମାନଙ୍କ ମହଲରେ 6ଶ।କର ଛାୟା ଖେଳିଯାଇଥିଲା।
ମଙ୍ଗଳବାର କନ୍ଧମାଳ ଜ଼ିଲା ସାମ୍ବାଦିକ ସଙ୍ଘ ପକ୍ଷରୁ ପ୍ରେସକ୍କବ ଠାରେ ରେ ଆୟୋଜିତ ଶୋକସଭାରେ ଉପସ୍ଥିତ ସମସ୍ତ ସଦସ୍ୟମାନେ ଗଭୀର ଶ୍ରଦ୍ଧାଞଳୀ ଜଣାଇବା ସହ ଶୋକବ୍ୟକ୍ତ କରିଛନ୍ତି।ସ୍ଵର୍ଗତ ଆମର ଆତ୍ମାର ସଦଗତି ପାଇଁ ଦୁଇମିନଟ ନିରବ ପ୍ରାର୍ଥନା କରାଯାଇଥିଲା। ଡ.କାହୂ ଚରଣ ଶତପଥି ଙ୍କ ପରିଚାଳ ନା ରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ କନ୍ଧମାଳ ଜ଼ିଲା ସାମ୍ବାଦିକ ସଂଘ ସଭାପତି ଡ଼ଃ. ଅରୁପ କୁମାର ଜେନା, ବରୀଷ୍ଠ ସାମ୍ବାଦିକ ସୁନୀଲ ପଟନାୟକ,ସଂପାଦକ ଜୟସନ ପରିଡା, ନାରାୟଣ ସାହୁ, ଓୟୁଜେ ଜ଼ିଲା ସଭାପତି ପ୍ରଶାନ୍ତ ବେହେରା, ବିଜୟ ମହାନ୍ତି, କ୍ଷୀରୋଦ ସାହାଣୀ, ଶିବାନନ୍ଦ ପଟନାୟକ, ପ୍ରେସ କ୍ଲୁଵଉପ ସଭାପତି ସନ୍ତୋଷ ଡିଗାଲ, ବୈଦ୍ୟ ନାୟକ. ସତ୍ୟ ବେହେରା, ପ୍ରମୁଖ ଜୀମୂତ ମଙ୍ଗରାଜ ଜଣେ ସଚ୍ଚୋଟ , ଦକ୍ଷ ନିରପେକ୍ଷ ସାମ୍ୱାଦିକ ଥିଲେ। ତାଙ୍କର ଦୃଢ ଲେଖନୀ ଦ୍ଵାରା ଅନେକ ଦୁର୍ନିତି ଲୋକଲୋଚନକୁ ଆସିପାରିଥିଲା।
ସେ ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ଵର୍ଗତ ବିଜୁପଟନାୟ କଓ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଆମ୍ବଜୀବନୀ ସଂପର୍କରେ ତଥ୍ୟ ମୂଳକ ପୁସ୍ତକ ଲେଖିଥିଲେ । ଏକ ରାଜନୈତିକ ସମାଲୋଚନାମୂଳକ ସା ପ୍ରାହିକ ସମ୍ବାଦପତ୍ର ନେତା ର ସଂପାଦକ ଥିଲେ।
ସେହିପରି ରାଜନୈତିକ ବିଶ୍ଳେଷକ ଥିଲେ । ଉତ୍କଳ ସାମ୍ବାଦିକ ସଂଘର ରାଜ୍ୟ ସଭାପତି ସହ ବହୁ ସଂଗଠନ ସହ ଜଡିତ ଥିଲେ।ତାଙ୍କର ଏହି ଅକାଳ ମୃତ୍ୟୁ ମିଡ଼ିଆ ଜଗତର ଏକ ଅପୁରଣୀୟ କ୍ଷତି ଘଟିଲା ବୋଲି କହିଛନ୍ତି । ସ୍ଵର୍ଗତ ଜୀ ମୁତଙ୍କ ଗୋଟିଏ ପୁଅ ଓ ଝିଅ ଅଛନ୍ତି ।ପତ୍ନୀଙ୍କ ବି ଅନେକ ବର୍ଷ ହେଲା ପରଲୋକ ହୋଇଯାଇଥିଲା ଏଣୁ ପରିବାରବର୍ଗଙ୍କୁ ସରକାର ଆର୍ଥୀକ ସହାୟତା ଯୋଗାଇଦେବାକୁ ସଂଘ ଦାବୀ କରିଛି ।ଅନ୍ୟ ମାନଙ୍କ ମଧ୍ୟ ରେ ବଳଦେବ ବେହେରା, ବିଦୁର ବେହେରା, ରମେଶ ପ୍ରଧାନ, ଆଦିତ୍ୟ ତ୍ରିପାଠି., ଅଶୋକ ମିଶ୍ର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜଣାଇ ଥିଲେ l