ସରକାରଙ୍କ ମାଳମାଳ ଯୋଜନା, ଲୋକଙ୍କୁ ସୁଫଳ ମିଳୁନି କେବେ ଉଇଂବ ବିକାଶର ସୂର୍ଯ୍ୟ
Udaya_Labanya | June 29, 2021 | 27 views |0 | Breaking News
ଫୁଲବାଣୀ- (ସୁନୀଲ ପଟନାୟକ)
ବର୍ଷ ବର୍ଷ ଧରି ଉପାନ୍ତ ଅଞ୍ଚଳର ବିକାଶପାଇଁ କେବଳ ଯୋଜନା ହେଉଛି । କେବଳ ଯୋଜନା ନୁହେଁ ଏଥିପାଇଁ କୋଟିକୋଟି ଟଙ୍କା ଖର୍ଚ ବି ହେଉଛି ହେଲେ ନାବଦଳୁ ଛି ସେଠାକାର ଲୋକଙ୍କ ଭାଗ୍ୟ ,ନା ସମାଧାନ ହେଉଛି ସେମାନଙ୍କ ସମସ୍ୟା।
ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକର କର୍ଟ୍ରିଙ୍ଗିଆ ପଞ୍ଚାୟତର ବୁଡାଣି ପାଙ୍ଗା ଗ୍ରାମରୁ ।
ଫୁଲ ବାଣୀବ୍ଲକର କଟ୍ରିଙ୍ଗିଆ ପଞ୍ଚାୟତର ବୁଡ଼େଣି ପଙ୍ଗା ଗାଁ। ଫୁଲବାଣୀ ସହରଠୁ ମାତ୍ର ୨୫ କଲେ । ମିଟର ଦୁରରେ ଅବସ୍ଥିତ ଏହି ଗାଁ ଟି ।
ହେଲେ ସ୍ଵାଧୀନତାର ୭୩ ବର୍ଷ ପରେ ବି ଗାଁକୁ ଯିବାପାଇଁ ଭଲ ରାସ୍ତା ଖଣ୍ଡିଏ ନାହିଁ କି ପୋଲ ଟିଏ ବି ନଥିଲ। । ବର୍ଷାଦିନରେ ନାଳରେ ପାଣି ଆସିଲେ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ। ବିଛନ୍ନା ଅଞ୍ଚଳ ହୋଇ ରହିଯା ଉଥିଲା ଗାଁ ଟି । ଏନେଇ ଗ୍ରାମବାସୀ ଦୀର୍ଘ ବର୍ଷ ହେଲା ଦାବୀ କରି ଆସୁଥିଲେ। ଏନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବାପରେ ଫୁଲବାଣୀବ୍ଲକ ପକ୍ଷରୁ ପାଖାପାଖି ଦୁଇବର୍ଷ ତଳେ ପୋଲ ନିର୍ମାଣ କାମ ଆରମ୍ଭ ହେ।ଇଥିଲା ହେଲେ ପୋଲ କାମ ଅଧା ପନ୍ତୁରିଆ ଅବସ୍ଥାରେ ପଡିଛି ଯେ ସରିବାର ନାଁ ଧରୁନି । ପୋଲ ନିର୍ମାଣ ହେଲେ ଆଖପାଖ ୩/୪ଟି ଗ୍ରାମର ୩ଶହ ଲୋକ ଉପକୃତ ହୋଇପାରିବେ ।
ସବୁଠୁ ଆଶ୍ଚର୍ଯର କଥାସେଠାରେ କୌଣସି ଫଳକ ମଧ୍ୟ ଲାଗିନି। କାମ ଆରମ୍ଭ ହେବା ଆଗରୁ ଫଳକ ଲଗାଇ ସେଥିରେ ମୋଟବ୍ୟ ୟ ଅଟକଳ, କାର୍ଯ୍ୟ ଆରମ୍ଭ ତାରିଖ ଓ ଶେଷ ତାରିଖ, ଆଦି ରହିବା ନେଇସରକ।ରଙ୍କ ନିୟମ ରହିଛି । ହେଲେ ଏଯାଏ ଲେଖାଯାଇନାହିଁ।
ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି ।
ପୋଲ କାମ ତୁରନ୍ତ ସାରିବା ଲାଗି ଗ୍ରାମବାସୀ ଦାବୀ କରିଛନ୍ତି। କେବଳ ଏହି ଗୋଟିଏ ସମସ୍ୟା ନାହିଁ। ଗାଁରେ ପାନୀୟ ଜଳ ବିଦ୍ୟୁତ, ଆଦି ଅନେକ ସମସ୍ୟା ରହିଛି କୁ ଆଡେ ।
ଜିଲ୍ଲାପାଳ,ପ୍ରକଳ୍ପ ନିର୍ଦ୍ଦେଶକ ଡିଆରଡିଏ, ବିଡିଓ ଏଥି ପ୍ରତି ଦୃଷ୍ଟି ଦେଇ ସମସ୍ୟାର ସମାଧାନ କରିବା ଦିଗରେ ଦୃଷ୍ଟିଦେବା ଜରୁରୀ ।