ସରକାରୀ ଜମିକୁ ନିଜର କହି ମହିଳାଙ୍କୁ ଧମକ ଦେଇ ବାପ ପୁଅ ଗିରଫ

Udaya_Labanya | June 29, 2021 | 35 views |0 | Breaking News


ବାଲିଗୁଡା,୨୯/୦୬(ସଞ୍ଜୟ କୁମାର ପାଣିଗ୍ରାହୀ): ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡ଼ି ଅଞ୍ଚଳରେ ଆରମ୍ଭ ହେଲାଣି ଜମି ମାଫିଆଙ୍କ ରାଜ । ସରକାରୀ ଜମିକୁ ନିଜ ଅତ୍ୟାରକୁ ନେବା ପାଇଁ କେତେବେଳେ କାହାକୁ ଆକ୍ରମଣ କରୁଛନ୍ତି ତ ଆଉ କେତେବେଳେ କାହାରି ଘର ଭାଙ୍ଗି ଜିନିଷ ଚୋରି କରିନେଉଛନ୍ତି । ଦାରିଙ୍ଗବାଡ଼ି ଭଳି ଅନେକ ସ୍ଥାନରେ ସରକାରୀ ଜମିକୁ ହଡ଼ପ କରିବା ସହ ବିକ୍ରିବଟା କରାଯାଉଥିବା ଅଭିଯୋଗ ହୋଇଆସୁଛି । ଏପରିକି ସରକାରୀ ଜମିକୁ ନେଇ ବିଭିନ୍ନ ସମୟରେ ଗଣ୍ଡଗୋଳ ହୋଇ ଲୋକେ ଥାନାରେ ଦ୍ୱାରସ୍ତ ହେଉଥିବା ମଧ୍ୟ ଦେଖିବାକୁ ମିଳିଛି । ଏପରି କିଛି ଘଟଣା ଘଟିଛି ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ଲୋହରା ସାହି ନିକଟରେ ଥିବା ସରକାରୀ ଜମିରେ । ସରକାରୀ ଜମିକୁ ନେଇ ଦୁଇ ପକ୍ଷ ଗଣ୍ଡଗୋଳ ହୋଇଥିବା ସହ ଘର ଭାଙ୍ଗି ଲୁଟ୍‌ କରାଯାଇଥିବା ଅଭିଯୋଗ ହୋଇଥିଲା । ଏହାକୁ ଆଧାର କରି ଦାରିଙ୍ଗବାଡ଼ି ସ୍ଥିତ ତୁର୍କୀବାଡ଼ି ଗ୍ରାମର ଦୁଇ ଜଣ ଜମି ମାଫିଆଙ୍କୁ ଦାରିଙ୍ଗବାଡ଼ି ପୋଲିସ ଗିରଫ କରି କୋର୍ଟଚାଲାଣ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି । ଦୁଇ ଜଣ ଜମି ମାଫିଆ ହେଲେ ତୁର୍କୀବାଡ଼ି ଗ୍ରାମର ପୀତବାସ ମାଳବିଷୋୟୀ ଏବଂ ତାଙ୍କ ପୁଅ ଆଲୋକ ମାଳବିଷୋୟୀ । ଅଭିଯୋଗ ଅନୁଯାଇ ଗତ ଏପ୍ରିଲ ମାସ ୨୪ ତାରିଖ ଦିନ ଲୋହରା ସାହି ନିକଟରେ ରହିଥିବା ସରକାରୀ ଜମି( ଖାତା ନଂ- ୩୬୯,ପ୍ଲଟ ନଂ-୮୫୬) ଉପରେ ଗୌଡ଼ସାହି ଗ୍ରାମର କିଳା ନାୟକ ନାମକ ଜଣେ ମହିଳା ଏକ ଘର କରିଥିବା ବେଳେ ପିତବାସ ମାଳବିଷୋୟୀ ଓ ପୁଅ ଆଲୋକ ମାଲବିଷୋୟୀ ଦୁହେଁ ମିଶି ଏହି ଜାଗା ଆମର କହି ଉକ୍ତ ମହିଳାଙ୍କ ଘର ଭାଙ୍ଗିଦେବା ସହ ସମସ୍ତ ଘରକରଣ ସାମାନ ଚୋରି କରି ନେଇଥିଲେ । ଏପରିକି ଉକ୍ତ ମହିଳାଙ୍କୁ ବାପ,ପୁଅ ମିଶି ଜୀବନରୁ ମାରିଦେବାକୁ ଧମକ ଦେବା ସହ ଅଶାଳୀନ ଭାଷାରେ ଗାଳିଗୁଳଜ ମଧ୍ୟ କରିଥିଲେ । ଏହାପରେ ମହିଳା ଜଣକ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୋଲିସ ମାମଲା ନଂ ୭୩/୨୧ ରୁଜୁ କରିଥିବା ବେଳେ ଏସଆଇ ସୌମ୍ୟକାନ୍ତ ପଣ୍ଡା ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଆହୁରି ଅନେକ ଏଭଳି ସରକାରୀ ଜମି ହଡପ କାରୀଙ୍କୁ ଆଗକୁ ଧରାଯିବ ବୋଲି ଦାରିଙ୍ଗବାଡି ତହସିଲଦାର ସୂଚନା ଦେଇଛନ୍ତି ।

Share this

Related Posts

ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତକୁ ୩…

Udaya_Labanya | March 29, 2023 | 7 views |0

କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲାର ଫୁଲବାଣୀ ଫାଷ୍ଟ ଟ୍ରାକ ପୋକ୍ସୋ କୋର୍ଟ ଶୁଣାଇଛନ୍ତି ଦଣ୍ଡବିଧାନ । ବୁଧବାର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ ମାମଲାର ଅଭିଯୁକ୍ତ ବଶିଷ୍ଠ ଦିଗାଲ ୩୫ଵର୍ଷକୁ ଦୋଷୀ ସାବ୍ୟସ୍ତ କରି ୩ ଵର୍ଷ ସଶ୍ରମ କାରାଦଣ୍ଡ…

ନେହୁରୁ ଯୁବ କେନ୍ଦ୍ର ପକ୍ଷରୁଇନ୍ଦୋର ଫେରନ୍ତା ଆଦିବାସୀ…

Udaya_Labanya | March 29, 2023 | 17 views | 0

ଫୁଲବାଣୀ(ସୁନୀ ଲ ପଟନାୟକ )ସ୍ଥାନୀୟ ନେହୁରୁ ଯୁବ କେନ୍ଦ୍ର ପକ୍ଷରୁ ମଧ୍ୟ ପ୍ରଦେଶ ଇନ୍ଦୋର ରୁ କୃତିତ୍ୱ ହାସଲ କରି ଫେରିଥିବା ଜିଲ୍ଲାରଦୁର୍ଗମ ତୁମୁଡିବନ୍ଧ ବ୍ଲକ ଅଂଚଳ ର କୋଡିଏ ଜଣ ଯୁବକ ଯୁବତୀ ଙ୍କୁ ସମ୍ବର୍ଧିତ କରାଯାଇଥିଲା lଏହି ଅବସର…

Leave a Reply

Your email address will not be published. Required fields are marked *

Archives

Categories