ଟୋଲ ଆଦିବାସୀଙ୍କୁ ଜିବୀ କା ଯୋଗାଉଛି

Udaya_Labanya | June 30, 2021 | 39 views |0 | Breaking News


ଫୁଲବାଣୀ- (ସୁନିଲ ପଟନାୟକ)
ବିଶେଷକରି କନ୍ଧମାଳ ଜିଲ୍ଲାରେ ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭରକରନ୍ତି ଆଦିବାସୀମାନେl ଜଙ୍ଗଲ ରେ ମିଳୁଥିବା ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ତାକୁ ବଜାରରେ ବିକ୍ରି କରି ଦୁଇ ପଇସା ରୋଜଗାର କରିଥାନ୍ତି lସେଥିମଧ୍ୟରୁ ଟୋଲ ବା ଗରା ଫଳ ଅନ୍ୟତମ l ଗରା ବା ଟୋଲକୁ ସଂଗ୍ରହ କରି କେହି କେହି ଟୋଲ ମଞ୍ଜିକୁ ସିଧାସଳଖ ବିକ୍ରି କରିଥାନ୍ତି ତ ଆଉ କିଏ ଏଥିରୁ ତେଲ ମଧ୍ୟ ବାହାର କରିଥାନ୍ତି l ନିଜେ ଏହି ଗରାତେଲକୁ ରୋଷେଇରେବ୍ୟବହାର କରିବା ସହ ଏହି ତେଲକୁ ଚର୍ମ ରୋଗ ହେଲେ ମଧ୍ୟଉପଚାର ପାଇଁ ବ୍ୟବହାର କରନ୍ତି ।
ଖରାଦିନ ଶେଷକୁ ମହୁଲ ଫୁଲ ସରିବା ମାତ୍ରେ ମହୁଲ ଗଛରେ ଫଳ ଆସିଥାଏ, ଏହି ଫଳ କୁ ଗରା ବା ଟୋଲ କୁହଯାଏ l ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲା ରେ ଏହି ଗରା ଫଳ କୁ ଜଙ୍ଗଲ କୁ ଯାଇ ଆଦିବାସୀ ମହିଳାମାନେ ସଂଗ୍ରହ କରିଥାନ୍ତି l ଏହାକୁ କିଛିଦିନ ଖରାରେ ଶୁଖାଇବା ପରେ ତାକୁ ଛେଚି ଲେ ସେହି ଫଳ ରୁ ବାଦାମ ଭଳି ମଞ୍ଜି ବାହାରିଥାଏ। ସେଗୁଡିକୁ ପୁଣି ଖରାରେ ଭଲ ଭାବେ ଶୁଖେଇ ଥାନ୍ତି l ସେହି ମଞ୍ଜି ଗୁଡିକ ଭଲ ଭାବେ ଶୁଖିଗଲା ପରେ ତାକୁ ନେଇ ପେଡ଼ି ସେଥିରୁ ତେଲ ବାହାର କରିଥାନ୍ତି l ଏହି ତେଲକୁ ଗରା ତେଲ ବା ଟୋଲ ତେଲ ମଧ୍ୟ କୁହନ୍ତି l ବଜାରରେ ଖାଇବା ତେଲ ଲିଟର ପିଛା୧୫୦ ଟଙ୍କା ଥିବାବେଳେ ଏହି ତେଲ ସେମାନଙ୍କୁ ୧୦ରୁ ୨୦ଟଙ୍କା ମାତ୍ର ପଡ଼ିଥାଏ,।
ଆଦିବାସୀ ଙ୍କ ର ଏହି ତେଲ ମୁଖ୍ୟ ତେଲ ଏହି ତେଲକୁ ବର୍ଷ ତମାମ ରୋଷେଇ ରେ ବ୍ୟବହାର କରିବା ସହ ଛଣା ଛଣି ରେ ବ୍ୟବହାର କରନ୍ତି l ଏହି ତେଲ ରେ ଟିକିଏ ପିତା ଅଂଶ ରହି ଥିବା ଯୋଗୁଁ ଏହା କୁ ଖାଇବା ଦ୍ୱାରା ଦେହ ପକ୍ଷେ ଭଲ ବୋଲି କହନ୍ତି ଆଦିବାସୀ ଲୋକେ l

ପ୍ରତି ଦିନ ଆମେ ରୋଷେଇ ରେ ତେଲ ବ୍ୟବହାର କରୁ l ଯାହାକି ଆମେ ବଜାରରୁ ଆଣିଥାଉ l କିନ୍ତୁ ଗ୍ରାମରେ ରହୁଥିବା ଆଦିବାସୀ ଲୋକେ ଏହି ଗରା ତେଲକୁ ବ୍ୟବହାର କରନ୍ତି l ଗରା ତେଲ ରେ ଔଷଧୟ ଗୁଣ ରହିଛି l ସେହି ପରି ଦେହରେ କୌଣସି ପ୍ରକାର ଚର୍ମ ଜନିତ ରୋଗ ହୋଇଥିଲେ ଏହି ତେଲ ଉପଚାର ପାଇଁ ବ୍ୟବହାର କରନ୍ତି l ଏହି ଗରା ତେଲ ବଜାର ରେ ମିଳେ ନାହିଁ ଏହା ହେଉଛି ଆଦିବାସୀ ଲୋକଙ୍କର ପାରମ୍ପରିକ ତେଲ l ଆଦିବାସୀ ଲୋକେ କାହିଁ କେଉଁ କାଳରୁ ଏହି ତେଲ ବ୍ୟବହାର କରନ୍ତି l

ଏହି ଟୋଲ ସେମାନଙ୍କ ଜୀବନ ଜିବୀ କାରେ ବେଶ ସହାୟକ ହୋଇଥାଏ ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories