ସମ୍ବଲପୁରୀ ବସ୍ତ୍ରାଳୟର ମେଗା ସୋ ଏମ ଉଦଘାଟିତ

Udaya_Labanya | June 30, 2021 | 29 views |0 | Breaking News


ବରଗଡ଼:- ସମ୍ବଲପୁରୀ ବସ୍ତ୍ରାଳୟର ର ମୁଖ୍ୟ କାର୍ଯ୍ୟାଳୟ ନିକଟ ଗୋବିନ୍ଦ ପାଲି ରୋଡ଼ ରେ ବସ୍ତ୍ରାଳୟର ମେଗା ସୋ ରୁମ (ବିକ୍ରୟ କେନ୍ଦ୍ର) କୁ ଆଜି ରାଜ୍ୟ ହସ୍ତତନ୍ତ ,ବୟନ ଶିଳ୍ପ ହସ୍ତ ଶିଳ୍ପ ବିଭାଗର ମନ୍ତ୍ରୀ ପଦ୍ମିନୀ ଦିଆନ ଆନୁଷ୍ଠାନିକ ଭାବେ ଉଦଘାଟନ କରିଛନ୍ତି। ଏହି ଅତ୍ୟାଧୁନିକ ବିଶାଳ ବିକ୍ରୟ କେନ୍ଦ୍ର ୨୮୦୦ ବର୍ଗ ଫୁଟ ପରିଧି ମଧ୍ୟରେ ନିର୍ମିତ ହୋଇଛି। ଏହା ନିର୍ମାଣ ପାଇଁ ୧୭୭.୪୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି। ସେଥିମଧ୍ୟରୁ ୧୩୩.୦୫ ଲକ୍ଷ ଟଙ୍କା ରାଜ୍ୟ ସରକାର ଙ୍କ ହସ୍ତତନ୍ତ ବିକାଶ ଯୋଜନା ରୁ ଖର୍ଚ୍ଚ ହୋଇଥିବା ବେଳେ ୪୪.୩୫ ଲକ୍ଷ ଟଙ୍କା ସମିତିର ନିଜସ୍ଵ ପାଣ୍ଠି ରୁ ଖର୍ଚ୍ଚ ହୋଇଛି। ଏହି ସୋ ଋମରେ ବାର୍ଷିକ ୫ ରୁ ୭ କୋଟି ଟଙ୍କା ର ଲୁଗା ବିକ୍ରୟ ର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି। ଉଦଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଜିଲ୍ଲାପାଳ ଜ୍ୟୋତି ରଞ୍ଜନ ପ୍ରଧାନ,ସମ୍ବିତ ଆଚାର୍ଯ୍ୟ, ପରିଚାଳନା ନିର୍ଦ୍ଦେଶକ ସମ୍ବଲପୁରୀ ବସ୍ତ୍ରାଳୟ ଶିଶିର କୁମାର ନାଗ, ସମ୍ପାଦକ ସମ୍ପୂନାନନ୍ଦ ପ୍ରଧାନ, ବାଣିଜ୍ୟ ଅଧିକାରୀ ହେମନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।

Share this

Related Posts

ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର…

Udaya_Labanya | March 25, 2023 | 12 views |0

ଫୁଲବାଣୀ (ସୁନୀଲ ପଟନାୟକ )ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ ର ରାଜ୍ୟ ଛାତ୍ର ସଭାପତି ହେଲେ କନ୍ଧମାଳ ର ଯୁବ ସମାଜସେବୀ ଦେବାଶିଷ ସାହାଣୀ lଦେବାଶିଷ ଙ୍କୁ ରାଜ୍ୟ ଶାଖା ତରଫରୁ ମନନୀତ କରାଯାଇଛି lଶନିବାର ଅନୁଷ୍ଠିତ ସଭାରେ ଅନ୍ତର୍ଜାତୀୟ ମାନବାଧିକାର ରକ୍ଷକ…

ଆଠଗଡ ବ୍ଲକ ଅମଲା ସଙ୍ଘ ଗଠିତ,

Udaya_Labanya | March 24, 2023 | 140 views | 0

ଆଠଗଡ ( ଉଲ୍ଲାପ୍ର )ଆଠଗଡ ବ୍ଲକ ଅମଲା ସଙ୍ଘ ବୈଠକ ସ୍ଥାନୀୟ କୃଷି କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି,ଏଥିରେ ସଭାପତି ଭାବେ ଅଜୟ କୁମାର ପଟ୍ଟନାୟକ ନିର୍ବାଚିତ ହୋଇଛନ୍ତି, ମୁଖ୍ୟତଃ 1900 ଗ୍ରେଡ଼ ପେ କୁ 4200 କୁ ବୃଦ୍ଧି କରିବାପାଇଁ…

Leave a Reply

Your email address will not be published. Required fields are marked *

Archives

Categories