#Breaking News

ଜାତୀୟ ଡାକ୍ତର ଦିବସ ରେ ଡାକ୍ତର ଶିଶିର ସାହୁ ସମ୍ବର୍ଦ୍ଧିତ

ବରଗଡ଼ : – ଆଜି ଜାତୀୟ ଡାକ୍ତର ଦିବସ ଅବରସରେ ସୋହେଲାର ଜଣାଶୁଣା ଡାକ୍ତର ଶିଶିର ସାହୁଙ୍କୁ ମନ୍ତ୍ରୀ ସୁଶାନ୍ତ ସିଂ ସମ୍ବର୍ଦ୍ଧିତ କରିଥିଲେ। ମନ୍ତ୍ରୀ ଶ୍ରୀ ସିଂ ଡାକ୍ତର ସାହୁଙ୍କ ବାସଭବନକୁ ପହଞ୍ଚି ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ, ଡାକ୍ତର ଶିଶିର ସାହୁ ସୋହେଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମୁଖ୍ୟ ଚିକିତ୍ସା ଅଧିକାରୀ ଭାବେ ଅବସର ଗ୍ରହଣ କଲା ପରେ ତାଙ୍କ ବାସଭବନରେ ନି ଶୁଳ୍କ ରୋଗୀ ସେବା କରିଆସୁଛନ୍ତି । ସୋହେଲା ଅଚଂଳରେ ସେ ଗରିବଙ୍କ ଡାକ୍ତର ଭାବେ ପରିଚିତ ଥିବା ବେଳେ ଯିଏ ବି ଯେଉଁ ପରିସ୍ଥିତିରେ ତାଙ୍କ ପାଖକୁ ଗଲେ ଡାକ୍ତର ସାହୁ ଚିକିତ୍ସା କରିଥାନ୍ତି ଏବଂ କୌଣସି ଫି ଦାବି କରନ୍ତି ନାହିଁ ।

Leave a comment

Your email address will not be published. Required fields are marked *