ବାଲିଗୁଡାର ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପଜିଟିଭ ଚିହ୍ନଟ : ଏମସରେ ଭର୍ତ୍ତି: ଆଶୁ ଆରୋଗ୍ୟ କାମନା କଲେ ଶୁଭେଚ୍ଛୁ

Udaya_Labanya | July 1, 2021 | 8 views |0 | Breaking News


ବାଲିଗୁଡ଼ା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ନିର୍ବାଚନ ମଣ୍ଡଳୀ ର ପୂର୍ବତନ ଭାଜପା ବିଧାୟକ କରେନ୍ଦ୍ର ମାଝୀ ବୁଧବାର କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ଭୁବନେଶ୍ବର ସ୍ଥିତ ଏମସରେ ଭର୍ତ୍ତି ହୋଇଛନ୍ତି। କରୋନା ମହାମାରୀ ସମୟରେ ନିଜ ଅଞ୍ଚଳରେ ବସବାସ କରୁଥିବା ଆଦିମ ଜନଜାତି କୁଟିଆ କନ୍ଧ ସମେତ ବିଭିନ୍ନ ଲୋକେ କିଭଳି ରହିଛନ୍ତି ସେନେଇ ଏକ ସପ୍ତାହ ହେଲା ନିଜ ନିର୍ବାଚନ ମଣ୍ଡଳୀ ତୁମୁଡ଼ିବନ୍ଧ ବ୍ଲକ ର ଗୁମା, ବେଲଘର ଅଞ୍ଚଳକୁ ଆସିଥିବା ବେଳେ ଥଣ୍ଡା ଖାଶ ହେବା ସହ ମୁଁହ ଫୁଲି ଯାଇଥିଲା ।ସେ ପ୍ରଥମେ ଆଣ୍ଟୀଜେନ ଟେଷ୍ଟ ରେ ନେଗେଟିଭ ଆସିଥିବା ବେଳେ ଆର୍ଟିପିସିଆର ରେ ପଜିଟିଭ ଆସିଲା ଚିକିତ୍ସା ପାଇଁ ଏମସରେ ଭର୍ତ୍ତି ହୋଇଛନ୍ତି। ପ୍ରକାଶ ଯେ,କରେନ୍ଦ୍ର ମାଝି ୨୦୦୪-୨୦୦୯, ୨୦୦୯-୨୦୧୪ ଦୁଇଥର ବାଲିଗୁଡା ବିଧାୟକ ଭାବେ ନିର୍ବାଚିତ ହୋଇ ଥିବା ବେଳେ କନ୍ଧମାଳ ଜିଲ୍ଲା ବିଜେପି ସଭାପତି ସମେତ ରାଜ୍ୟର ବିଭିନ୍ନ ସାଙ୍ଗଠନିକ ଦାୟୀତ୍ଵ ସୁଚାରୁ ରୂପେ ତୁଲାଇ ଆସୁଛନ୍ତି। ତାଙ୍କ ଆଶୁ ଆରୋଗ୍ୟ ପାଇଁ ତାଙ୍କ ଶୁଭେଛୁ ଓ ସମର୍ଥକ କାମନା କରିଛନ୍ତି l

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories