ବାଲିଗୁଡା : ଟ୍ରକ୍-ବାଇକ୍ ମୁହାମୁହିଁ ଧକ୍କା : ଜଣେ ମୃତ

Udaya_Labanya | July 1, 2021 | 10 views |0 | Breaking News


ବାଲିଗୁଡା,୦୧/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ନୂଆଗାଁ ନିକଟରେ ଏକ ବାଇକ ସହ ମାଲବାହୀ ଟ୍ରକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଚାଳକ ର ଘଟଣା ସ୍ଥଳରେ ମୃତ୍ୟୁ ହୋଇଛି l ଘଟଣା ରୁ ପ୍ରକାଶ ଯେ, ତୁମୁଡିବନ୍ଧ ବ୍ଲକ ଗୁମା ଗ୍ରାମ ର ବୃନ୍ଦାବନ ଜାନୀ,(୫୦) ତାଙ୍କ ଝିଅ ବାହାଘର ତିଥି ନିର୍ଣ୍ଣୟ କରିବାକୁ ଶଢୁ ସହ ଦୁଇଟି ବାଇକ ରେ ଯାଉଥିଲେ, ହେଲେ କୋଟଗଡ ର ନୂଆଗାଁ ନିକଟରେ ହଠାତ ଏକ ମାଲବାହୀ ଟ୍ରକ ଡାହାଣ ଆଡୁ ମାଡି ଆସି ଜୋରରେ ବାଡେଇ ହେବା ଫଳରେ ଘଟଣା ସ୍ଥଳରେ ବୃନ୍ଦାବନ ଜାନୀ ଙ୍କ ମୃତ୍ୟୁ ଘଟିବା ସହ ବୃନ୍ଦାବନ ଙ୍କ ବାଇକ ଟି ଟ୍ରକ ରେ ଲାଗି ପ୍ରାୟ ୩ କିଲୋମିଟର କୋଟଗଡ ପାହାଡି ଢ଼ାବା ପର୍ଯ୍ୟନ୍ତ ଆସିଥିଲା ଓ ସେଠାରୁ ଟ୍ରକ ଚାଳକ କେଉଁଆଡେ ଫେରାର ହୋଇଯାଇଥିଲା, ଖବର ପାଇ ଘଟଣା ସ୍ଥଳରେ କୋଟଗଡ଼ ଥାନା ଅଧିକାରୀ ଧୀରାଜ ଲେଙ୍କା ପହଂଚି ଟ୍ରକ କୁ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିବା ଜଣା ପଡିଛି |

Share this
  •  
  •  
  •  
  •  
  •  
  •  
  •  

Related Posts

ପ୍ରଶାସନ ର ହସ୍ତକ୍ଷେପ ପରେ ବିବାଦ ତୁଟିଲା,…

Udaya_Labanya | September 24, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ପ୍ରଶାସନ ର ହସ୍ତକ୍ଷେପ ପରେ ଦାରିଂବାଡ଼ି ଚାରିଛକ ଠାରେ ଦୁର୍ଗାମଣ୍ଡପ ସ୍ଥାନ କୁ ନେଇ ଦୀର୍ଘ ବର୍ଷ ଧରି ଲାଗିରହିଥିବା ବିବାଦ ର ସମାଧାନ ହୋଇଛି lସେଠାରେ ପ୍ରଶାସନ ପକ୍ଷରୁ ଏକ ବିଶ୍ରାମଗାର ନିର୍ମାଣ କୁ ନେଇ…

ନାବାଳିକା ଦୁଷ୍କର୍ମ ମାମଲା, ଅଭିଯୁକ୍ତ କୁ ୨…

Udaya_Labanya | September 24, 2022 | 5 views | 0

ଫୁଲବାଣୀ (ଉଲ୍ଲାପ୍ର )ଏକ୩ ବର୍ଷ ର ନାବାଳିକା ଦୁଷ୍କର୍ମ ମାମଲା ରେ ୧୨ ଜଣ ଙ୍କ ସାଖ୍ୟ ପ୍ରମାଣ,ପୋଲିସ ରିପୋର୍ଟ କୁ ଭିତ୍ତି କରି ଅତିରିକ୍ତ ଜିଲ୍ଲା ଦୌରା ଜଜ ତଥା ସ୍ୱତନ୍ତ୍ର ପୋକସ୍କୋ କୋର୍ଟ ବିଚାର ପତି ସଂଜିତ କୁମାର…

Leave a Reply

Your email address will not be published. Required fields are marked *

Archives

Categories