#Breaking News

ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ ତମ ବନମହୋତ୍ସବ


ବରଗଡ଼:- ପାଇକମାଲ ସ୍ଥିତ ଅଗ୍ନି ସମ ବିଭାଗ କାର୍ଯ୍ୟାଳୟ ପରିସରରେ ନୃସିଂହନାଥ ବନାଞ୍ଚଳ ପକ୍ଷରୁ ୭୨ ତମ ବନମହୋତ୍ସବ ସପ୍ତାହ ପାଳିତ ହୋଇ ଯାଇଛି । ଏହି କାର୍ଯ୍ୟକ୍ରମରେ ନୃସିଂହନାଥ ବନାଞ୍ଚଳ ଅଧିକାରୀ ଗିରିଧାରୀ ପ୍ରଧାନ ମୂଖ୍ୟ ଅତିଥି,ବନପାଲ ଲୋକେଶ ଭୋଇ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବୃକ୍ଷ ରୋପଣ ପରିବେଶ ସୁରକ୍ଷା ପ୍ରତି ସମସ୍ତେ ଯତ୍ନବାନ ହେବା ଆବଶ୍ୟକ ରହିଛି ବୋଲି ମତ ପୋଷଣ କରି ଥିଲେ। ମୂଖ୍ୟ ଅତିଥି ଶ୍ରୀ ପ୍ରଧାନ ବର୍ତ୍ତମାନ ଏହି ପରିବେଶ ପ୍ରଦୂଷଣ ହେବାର ସମ୍ଭାବନା ରହିଛି ତାହା କୁ ନିୟନ୍ତ୍ରଣ କରିବା ପାଇଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତ ସଜାଗ ହେବାକୁ ପଡିବ ।
ବର୍ତ୍ତମାନ ସାରା ବିଶ୍ବରେ କରୋନା ବିପତ୍ତି ସମୟରେ ଲୋକେ ଅମ୍ଳଜାନ ଅଭାବ ଯୋଗୁଁ ମୃତ୍ୟୁ ମୁଖରେ ପଡୁଛନ୍ତି । ଏଣୁ ଆମେ ସମସ୍ତେ ଜଣେ ଜଣେ ଦଶ ଗୋଟି ଲେଖାଏଁ ଗଛ ଲଗାଇ ପରିବେଶ ସୁରକ୍ଷା ଦିଗରେ ସମସ୍ତେ ଯତ୍ନବାନ ହେବାକୁ ଆହ୍ବାନ କରିଥିଲେ। ଏହି ଅବସରରେ ଅଗ୍ନିସମ ବିଭାଗ କାର୍ଯ୍ୟାଳୟ ପରିସରରେ ବିଭିନ୍ନ ୫୦ ପ୍ରକାରର ୫୦ ଗୋଟି ଫୁଲ ଜାତୀୟ ଓ ଔଷଧୀୟ ଚାରା ରୋପଣ କରିଥିଲେ । ଆଜି ଏହି କାର୍ଯ୍ୟକ୍ରମ ରେ ଅନ୍ୟ ମାନଙ୍କ ମଧ୍ୟରେ ବନ କର୍ମଚାରୀ ତଥା ଫରେଷ୍ଟ ଗାର୍ଡ ,ଇଲ ଲାଇଭ ସ୍ବାର୍ଡ ଓ ଅଗ୍ନିସମ ବିଭାଗ କର୍ମଚାରୀ ଙ୍କ ସମେତ ଅନ୍ୟ ମାନେ ଉପସ୍ଥିତ ଥିଲେ ।

କାର୍ଯ୍ୟରତ ବିଦ୍ୟୁତ ଜେଇକୁ ମାରଣା ନ୍ତକ ଆକ୍ରମଣ ଘଟଣା : ଏସ୍ ମା ଆଇନ୍ ଅନୁସାରେ ରେ ସମସ୍ତ ଅଭିଯୁକ୍ତଙ୍କୁ ଗିରଫ ଦାବି
ବରଗଡ଼ :- ବରଗଡ଼ ବିଦ୍ୟୁତ୍ ଅଧିନସ୍ଥ ସୋହେଲା ସେକସନ ର ଜୁନିୟର ଇଞ୍ଜିନିୟର ଉମେଶ କୁମ୍ଭାର ଙ୍କୁ ଦୁବୃର୍ତ୍ତ ମାନେ ମାରଣାନ୍ତକ ଆକ୍ରମଣ କରିଥିଲେ । ଦଶମାଇଲ ୩୩/୧୧ କେଭି ଗ୍ରୀଡ ସବ୍ ଷ୍ଟେସନ ରେ ଶିରଗିଡା ଫିଡର ର ବିଦ୍ୟୁତ ସରବରାହ ସଜାଡ଼ିବା ସହିତ ବିଦ୍ୟୁତ ଯୋଗାଣ କାର୍ଯ୍ୟ କରୁଥିବା ସମୟରେ ସୋହେଲା ଗାଁ ର ଋକଧର ବେହେରା , ବିନୋଦ ସା , ନାରାୟଣ ସା ,ଖିରେଶ୍ଵର ସା , ଡାକ୍ତର ସା ,ଶିଦ୍ଧେଶ୍ଵର ସା , ଅକ୍ଷୟ ଭୋଇ , ରାଜେଶ ସାହୁ ଏବଂ ଅନ୍ୟ ମାନେ କାର୍ଯ୍ୟରତ ଜେଇ ଶ୍ରୀ କୁମ୍ଭାର ଙ୍କୁ ବାଡି , ପଥର ,ଇଟା ଦ୍ଵାରା ଆକ୍ରମଣ କଲେ ।
ଜାତି ଆକ୍ଷେପ କରି ଅଶ୍ଲିଲ ଭାଷା ରେ ଗାଲିଗୁଲଜ କଲେ । ପଥର ମାଡରେ ଶ୍ରୀଜେଇ ମୁଣ୍ଡରେ ଗଭୀର ଆଘାତ ରକ୍ତ ସ୍ରାବ ହେଲା । ଲାଠିରେ ପିଟିବା ଦ୍ଵାରା ତାଙ୍କ ଶରୀରର ବିଭିନ୍ନ ଅଂଶରେ ଆଘାତ ହୋଇଥିଲା । ଘଟଣା କୁ ନେଇ ଶ୍ରୀ କୁମ୍ଭାର ସୋହେଲା ଥାନା ରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗ ଭିତ୍ତିରେ ସୋହେଲା ଥାନ କେଶ ନଂ ୧୪. ତା ୩୦ .୬.୨୦୨୧ ଆଇପିସି ଧାରା ଦଫା ୧୪୭,୧୪୮,୨୯୪,୩୫୩, ୩୩୨, ୫୦୬,୧୪୯ , ଏବଂ ଏସ୍ ଟି ଏସସି ପ୍ରିଭେନସନ ଅଫ୍ ଏଟ୍ରୋସିଟି ଏକ୍ଟର ଦଫା ୩(୧) ଆର୍ ୩ ୨(ଏସ) ଓ ୩ ୧(ଭି) ରେ ଏକ ମାମଲା ରୁଜୁ ହୋଇଛି । ବରଗଡ଼ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ତଦନ୍ତ ଏବଂ କାର୍ଯ୍ୟାନୁଷ୍ଠାନ ଭାର ଡିଏସପି କୁ ଦିଆଯାଇଛି ।
ତେବେ ବିଦ୍ୟୁତ ବିତରଣ ଉତ୍ପାଦନ ଯୋଗାଣ ସେବା ଏକ ଜରୁରୀ ସେବା ହୋଇଥିବା ରୁ ଅଭିଯୁକ୍ତ ମାନଙ୍କୁ ଏସମା ଏକ୍ଟ ରେ ଗିରଫ କରିବାକୁ 6ୱ।ସ୍କୋ ,ୟୁଟିଲିଟି ଏସସି ଏସ୍ ଟି ଏମ୍ଳଇଜ ୱଲଫେୟାର ଏସୋସିଏସନ ର ସଭାପତି ନୀରଞ୍ଜନ ବିଶି , ସାଧାରଣ ସଂପାଦକ ଜୟଦେବ ମିର୍ଦ୍ଧା , ଉପସଭାପତି ସୁନିଲ ମୁଗ୍ରୀ , ପୂର୍ଣ୍ଣ ଚନ୍ଦ୍ର ମାଝି , କେଦାର ଧରୁଆ , ଶଙ୍କର କିସାନ , ସହ ସମ୍ପାଦକ ଲଲିତ ନାଏକ , କୋଷାଧ୍ୟକ୍ଷ ଟିକନାଥ ବାଦୀ , କାର୍ଯ୍ୟ କାରି ସଭାପତି ଅରବିନ୍ଦ ଛତ୍ରିଆ ପ୍ରମୁଖ ଦାବି କରିଛନ୍ତି । କାର୍ଯ୍ୟରତ ବିଦ୍ୟୁତ କର୍ମଚାରୀ ମାନଙ୍କ ସୁରକ୍ଷା ,ଗ୍ରୀଡ ସବ୍ ଷ୍ଟେସନ ,ଫ୍ୟୂଜ କଳ , ଅଫିସ ରେ ସୁରକ୍ଷା ଗାର୍ଡ ମୁତୟନ କରିବାକୁ ସଂଘ ପକ୍ଷରୁ ଦାବି କରାଯାଇଛି ।

Leave a comment

Your email address will not be published. Required fields are marked *