ବିଜୁ ଜନତା ଦଳର କାର୍ଯ୍ଯକର୍ତ୍ତା ମାନଙ୍କ ବିଜେପିରେ ଯୋଗଦାନ

Udaya_Labanya | July 5, 2021 | 91 views |0 | Breaking News


ବରଗଡ,ତା ୫ ୵ ୭
ଡା: ଶ୍ଯାମ ପ୍ରସାଦ ମୁଖାର୍ଜୀଙ୍କ ବଳିଦାନ ଦିବସ ଅବସରରେ ସାରା ଦେଶରେ ଭାରତୀୟ ଜନତା ପାର୍ଟିର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମ ଚାଳିଥିବା ବେଳେ ଆଜି ସୋମବାର ଦିନ ବରଗଡ ଜିଲ୍ଲା ପାଇକମାଲ ବ୍ଲକ ଅନ୍ତର୍ଗତ ପଲସଦା ଗ୍ରାମ ପଞ୍ଚାୟତ ବିଜୁ ଜନତାଦଳ ର କେତେକ ପ୍ରମୁଖ କାର୍ଯ୍ଯକର୍ତ୍ତା ଆଜି ପାଇକମାଲ ଠାରେ ପୂର୍ବତନ ବିଧାୟକ ଶ୍ରୀ ପ୍ରଦୀପ ପୁରୋହିତଙ୍କ ଉପସ୍ଥିତିରେ ଭାରତୀୟ ଜନତା ପାର୍ଟିରେ ଯୋଗଦାନ କରିଛନ୍ତି । ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ଯକର୍ତ୍ତା ଶ୍ରୀ ଭଗବାନ ଲୁହାର,ରାଜ କୁମାର ତରିଆ,ମଧୁସୂଦନ ମେହେର,ଦିବ୍ଯ କୁମାର ନାୟକ,ଅନ୍ତ ପଟେଲ,ସୋନୁ ମିର୍ଦ୍ଧା,ଦୟାନିଧି ଝଗରା,ରୂପାଧର ମଲ୍ଲିକ,ଫକିର ରଣା,ଲାଲ ବିହାରୀ ରଣା,ନାରାୟଣ ବାଗ,ତୁରେଶ ନାଗ ଆଦି ବିଜେପି ଦଳର ସଦସ୍ଯତା ଗ୍ରହଣ କରିବା ସହ ବିଜେପିର ବିଚାର ଧାରାରେ ରାଜନୀତି କରିବା ପାଇଁ ଶପଥ ପାଠ କରିଥିଲେ । ପୂର୍ବରୁ ବିଜୁ ଜନତା ଦଳର ବରିଷ୍ଠ ନେତା ଶୁଶାନ୍ତ ନାଗ ଓ ଦିବାକର ତାଣ୍ତି,ଅଜୟ ସେଠଙ୍କ ନେତୃତ୍ବରେ ଶତାଧିକ ବିଜେଡି କାର୍ଯ୍ଯକର୍ତ୍ତା ବିଜେପିରେ ସାମିଲ ହୋଇଥିଲେ । ଆଜିର ଏହି ମିଶ୍ରଣ ପର୍ବରେ ବିଜେପି ଜିଲ୍ଲା ଉପ ସଭାପତି ଶ୍ରୀ ସରୋଜ ସାମଲ, କୃଷକ ମୋର୍ଚ୍ଚା ଜିଲ୍ଲା ସଭାପତି ଶ୍ରୀକାନ୍ତ ମିଶ୍ର,ପାଇକମାଲ ମଣ୍ତଳ ସଭାପତି କୈଳାସ ଦିଶ୍ରୀ,ରାଜେନ୍ଦ୍ର ସେଠ,ମାଧବ ପାଣିଗ୍ରାହୀ,ବିରଞ୍ଚି ଭୁଏ,ଶିବିନ ଲୁହାର ଆଦି ଉପସ୍ଥିତ ଥିଲେ ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories