#Breaking News

୭୨ତମବନମହୋତ୍ସବ ଅବସରରେ ପର୍ଯ୍ୟ ଟନ ସ୍ଥଳୀ ରେ ବୃକ୍ଷ ରୋପଣ


ଫୁଲବାଣୀ-(ସୁନୀଲ ପଟନାୟକ )
-ବୃକ୍ଷହିଁ ଜୀବନ l ବୃକ୍ଷ ବିନା ବଂଚିବା ଅସମ୍ଭ ବ l ଏଣୁ ପ୍ରତ୍ୟେକ ବ୍ୟକ୍ତି ଅନ୍ତତଃ ଗୋଟିଏ ଲେଖାଁଏ ବୃକ୍ଷ ଚାରା ଲଗାଇବା ସହ ତାର ଯତ୍ନ ନେଲେ ସୁସ୍ଥ ଓ ସବୁଜପରିବେଶ ସୃଷ୍ଟି ହେବ ଓ ଆଗାମୀ ପିଢ଼ି ଏହାଦ୍ଵାରା ଲାଭବାନ ହୋଇପାରିବେ ବୋଲି ୭୨ତମବନମହୋତ୍ସବ ଅବସରରେଫୁଲବାଣୀ ବ୍ଲକ ର କଟ୍ରିଂଗିଆ ପଂଚାୟତ ର ପର୍ଯ୍ୟଟନ ସ୍ଥଳୀ ଉର୍ମାଗଡ଼ରେ ଆୟୋଜିତ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ଯୋଗଦେଇବିଡ଼ିଓ ଶାନ୍ତନୁ କୁମାର ନାୟକ ମତବ୍ୟକ୍ତ କରିଛନ୍ତି । ।ଅନ୍ୟମାନଙ୍କ ମଧ୍ୟରେ କଟ୍ରିଂଗିଆ ସରପଞ୍ଚ, ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଓ ଅନ୍ୟ କର୍ମଚ।ରୀମାନେ ଉପସ୍ଥିତ ଥିଲେ।ଉର୍ମାଗଡ଼ କୁଅଧିକ ସୁନ୍ଦର ଓ ପର୍ଯ୍ୟଟକ ମାନକୁ ଆକୃଷ୍ଟ କରିବାଲାଗି ବୃକ୍ଷ ରୋପଣ ଜରୁରୀ ବୋଲି ବିଡ଼ିଓ ନାୟକ କହିଥିଲେ l
ସେହିପରି ମୁଖ୍ୟଅତିଥି ବିଡ଼ିଓ ନାୟକ ଓ ସରପଞ୍ଚ ନୂତନ ଜଙ୍ଗଲ ସୃଷ୍ଟି ଓ ସୁରକ୍ଷା ଉପରେ ଗୁରୁତ୍ଵ ଦେଇଥିଲେl
ଏହି ଅବସରରେ ପଂଚାୟତ ପକ୍ଷରୁ ବିଭିନ୍ନ ସ୍ଥାନରେ ବୃକ୍ଷରୋପଣ ଓ ସଚେତନ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହେବ ବୋଲି ସରପଞ୍ଚ କହିଛନ୍ତି l

Leave a comment

Your email address will not be published. Required fields are marked *