ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ ମୋ କଲେଜ ଅଭିଯାନ

Udaya_Labanya | July 6, 2021 | 14 views |0 | Breaking News


ବାଲିଗୁଡା,୦୫/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ଋଷିମାଳ ମହାବିଦ୍ୟାଳୟ ପକ୍ଷରୁ କଲେଜ ପରିସରରେ ମୋ କଲେଜ ଅଭିଯାନ ପରିଚାଳନା ସଙ୍ଘର ସଦସ୍ୟ ମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ମହାବିଦ୍ୟାଳୟ ଅଧ୍ୟକ୍ଷ ଭାସ୍କର ନାୟକ ସଭାପତିତ୍ୱକରିଥିଲେ lମହାବିଦ୍ୟାଳୟର ବିଭିନ୍ନ ଆବଶ୍ୟକତା ପୂରଣ କରିବା ନେଇ କମିଟି ସଦସ୍ୟ ମାନଙ୍କମଧ୍ୟରେ ଆଲୋଚନା କରାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ନିଷ୍ପତି ନିଆ ଯାଇଥିଲା।ଏହା ସହିତ ପ୍ରତି ମାସର ଶେଷ ସପ୍ତାହରେ ବୈଠକ କରାଯିବାକୁ ନିଷ୍ପତି ନିଆଗଲା। ଉପସ୍ଥିତ ଥିବା ସଦସ୍ୟ ମାନେ ହେଲେ ଇତିହାସ ବିଭାଗ ଅଧ୍ୟାପକ ଅକ୍ଷୟ କୁମାର ବେହେରଦଳେଇ , ଅଧ୍ୟାପିକା ଲଳିତା ସିଂ, କଲେଜର ପୂର୍ବତନ ଛାତ୍ର ଅଜିତ ପରିଡା, ବାବୁନି ପଣ୍ଡା, ଆନନ୍ଦ ବଳିୟାରସିଂ, ମୋ କଲେଜର ସଂଯୋଜକ ଉପେନ୍ଦ୍ର କୁମାର ଛଟାଇ, ଲକ୍ଷ୍ମୀକାନ୍ତ ରାଜଗୁରୁ, ସୁବାସ ବଳିୟାରସିଂ ଓ ବନବାସୀ ବିଶୋଇ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ସେବେରିଆନ ଉଠାନସିଂ ସହିତ ମହାବିଦ୍ୟାଳର ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ମୁଣ୍ଡାଗାଁ ରେ ବଜ୍ରପାତ, ୩ ଛାତ୍ର ଗୁରୁତର

Udaya_Labanya | October 6, 2022 | 3 views |0

ଫୁଲବାଣୀ (ସୁନୀଲ ପଟନାୟକ )ବୁଧବାର କନ୍ଧମାଳ ଜିଲ୍ଲା ଚକାପାଦ ବ୍ଲକ ଅନ୍ତର୍ଗତ ମୁଣ୍ଡାଗାଁ ଅଂଚଳ ର ୩ ଜଣ ଛାତ୍ର ମୋବାଇଲ ଇଣ୍ଟର୍ନେଟ ଦେଖିବାପାଇଁ ମୁଣ୍ଡାଗାଁ ପାହାଡ଼ କୁ ଯାଇଥିବା ବେଳେ ସନ୍ଧ୍ୟା ରେ ହଟାତ ବଜ୍ରପାତ ହୋଇଥିଲା ଫଳରେ ୩…

ବିଜୟ ନାୟକ କନ୍ଧମାଳ ଜିଲ୍ଲା ନୂତନ ପର୍ଯ୍ୟବେକ୍ଷକ

Udaya_Labanya | October 6, 2022 | 7 views | 0

ଫୁଲବାଣୀ (ସୁନୀଲ ପଟନାୟକ )ରାଜ୍ୟ ରେ ବିଯୁଜନତା ଦଳ ପକ୍ଷରୁ ରାଜ୍ୟର ସମସ୍ତ ସାଙ୍ଗଠନିକ ଜିଲ୍ଲା ରେ ନୂତନ ପର୍ଯ୍ୟବେକ୍ଷକ ନିଯୁକ୍ତି ଦିଆଯାଇଛି lଏହି ପ୍ରରିପେକ୍ଷୀରେ କନ୍ଧମାଳ ଜିଲ୍ଲା ପାଇଁ ବିଜେଡିନେତା ବିଜୟ ନାୟକ ଙ୍କୁ ଦଳ ନୂତନ ଭାବେ ନିଯୁକ୍ତି…

Leave a Reply

Your email address will not be published. Required fields are marked *

Archives

Categories