#Breaking News

ବାଲିଗୁଡା : ପଞ୍ଚାୟତ କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ


ବାଲିଗୁଡା,୦୬/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ବ୍ଲକ କରକୁଡୁପା ଗ୍ରାମ ପଞ୍ଚାୟତର କାର୍ଯ୍ୟାଳୟ ଓ ମିଶନ ଶକ୍ତି ଗୃହ ଉଦଘାଟିତ ହୋଇଛି I ଏଥିରେ ମୁଖ୍ୟ ଅତିଥି ଭାବେ ବାଲିଗୁଡା ବିଧାୟକ ଚକ୍ରମଣି କହଁର, ସମ୍ମାନିତ ଅତିଥି ଭାବେ ତୁମୁଡ଼ିବନ୍ଧ ପଞ୍ଚାୟତ ସମିତି ଅଧ୍ୟକ୍ଷ ପ୍ରକାଶ ଚନ୍ଦ୍ର ପାତ୍ର ଯୋଗ ଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ I ଉକ୍ତ କାର୍ଯ୍ୟକ୍ରମରେ ବାଲିଗୁଡାର ପୂର୍ବତନ ବିଧାୟକ ରାଜୀବ ପାତ୍ର, ତୁମୁଡ଼ିବନ୍ଧ ଗୋଷ୍ଠୀ ଉନ୍ନୟନ ଅଧିକାରୀ ରୀନା ପ୍ରଧାନ, ତୁମୁଡ଼ିବନ୍ଧ ବ୍ଲକ୍ ବିଜୁ ଜନତା ଦଳ ସଭାପତି ପ୍ରମୋଦ କୁମାର ସାହୁ , ବିଧାୟକ ପ୍ରତିନିଧି ଶ୍ୟାମ ସୁନ୍ଦର ବଡ଼ସେଟ୍, ଜିଲ୍ଲା ପରିଷଦ ସଭ୍ୟ ବାସନ୍ତୀ ପାତ୍ର, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଶିରିସ୍ ଚନ୍ଦ୍ର ମଲିକ ଓ ତୁମୁଡ଼ିବନ୍ଧ ବ୍ଲକର ଅନେକ କର୍ମକର୍ତ୍ତା ଉପସ୍ଥିତ ଥିଲେ I ଗ୍ରାମ ପଞ୍ଚାୟତର ଅନେକ ଅସୁବିଧା ମୁଖ୍ୟତଃ ମୋବାଇଲ୍ ସେବା, ରାସ୍ତାଘାଟ , ଶିକ୍ଷା ବିକାଶ ଓ ଜନ ମଙ୍ଗଳ କାର୍ଯ୍ୟକୁ ସମାଧାନ କରିବା ପାଇଁ ସମିତି ସଭ୍ୟା ରିଞ୍ଜ ମଲିକ ଉପସ୍ଥିତ ବିଧାୟକ ଓ ସମସ୍ତ ସରକାରୀ କର୍ମକର୍ତ୍ତାଙ୍କୁ ଅନୁରୋଧ କରିଥିଲେ l ପ୍ରକାଶ ଯେ, କୁର୍ତ୍ତମଗଡ଼ ଗ୍ରାମପଞ୍ଚାୟତ ଠାରୁ ଅଲଗା ହୋଇ ୨୦୧୫ ମସିହା ଜୁଲାଇ ୦୧ତାରିଖ ଦିନ କରକୁଡୁପା ଗ୍ରାମ ପଞ୍ଚାୟତ ଗଠିତ ହୋଇଥିଲା I କାର୍ଯ୍ୟାଳୟ ନ ଥିବାରୁ ପଞ୍ଚାୟତର ସରପଞ୍ଚ ଓ କର୍ମଚାରୀମାନେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିଲେ I କିନ୍ତୁ ଏହି ସମସ୍ୟାର ବର୍ତ୍ତମାନ ଅନ୍ତ ଘଟିଛି I ଗ୍ରାମପଞ୍ଚାୟତ ବାସୀଙ୍କ ଅନେକ ଦିନର ଆଶା ଆଜି ପୂରଣ ହୋଇପାରିଛି l

Leave a comment

Your email address will not be published. Required fields are marked *