#Breaking News

ମହିଳା ସ୍ଵେଛାସେବୀ ଙ୍କ ଅକାଳ ମୃତ୍ଯୁ ରେ ଶୋକ


ଫୁଲବାଣୀ -(ସୁନୀଲ ପଟନାୟକ )

କନ୍ଧମାଳ ଜିଲ୍ଲା ଫୁଲବାଣୀ ନେହୁରୁ ଯୁବ କେନ୍ଦ୍ରର ଜଣେ ମହିଳା ସ୍ଵେଛା ସେବୀ ଙ୍କ ଅକାଳ ମୃତ୍ଯୁ ରେ ଶୋକ ର ଛାୟା ଖେଳିଯାଇଛି l
ଆଜି ଫୁଲବାଣୀ ସହର ରେ ନେହୂରୁ ଯୁବ କେନ୍ଦ୍ର ରେ ଭଲ୍ୟୁ ଣ୍ଟରଭାବେ କାର୍ଯ୍ୟ କରୁଥିବା ଚୁନୁରି ଜେନା ନାମକ ଏକ ଯୁବତୀ ଙ୍କମୃତ୍ଯୁ ହୋଇଛି l
ସୂଚନା ଅନୁଯାୟି, ଗତ ୨ତାରିଖରେ ଚୁ ନରି ନିଜ ଅଫିସ୍ କୁ ଆସିଥିଲେ ଏବଂ କାର୍ଯ୍ୟାଳୟ ରେ ତାଙ୍କର ହଟାତ ଦେହ ଅସୁସ୍ଥ ହୋଇଯାଇଥିଲା ଏବଂ ତାଙ୍କୁ ତୁରନ୍ତ ନେହୁରୁ ଯୁବ କେନ୍ଦ୍ର ର ଯୁବକ ମନେ ନିଜ ଘରକୁ ନେଇଥିଲେ ପରେ ନିଜ ପରିବାର ଲୋକେ ଫୁଲବାଣୀ ମେଡ଼ିକାଲ କୁ ଆଣିଥିଲେ ଏବଂ ଚିକିତ୍ସା କରୁଥିଲେ ଆଜି ବିଳମ୍ବିତ ରାତି ରେ ଚିକିତ୍ସା ଅବସ୍ଥା ରେ ତାଙ୍କର ମୃତୁ ଘଟିଥିଲା ଏହି ମୃତୁ ଖବର ପାଇ କନ୍ଧମାଳ ଜିଲ୍ଲା ର ଯୁବକ ଯୁବତୀ ଙ୍କ ମନ ରେ ଶୋକ ର ଛାୟା ଖେଳି ଯାଇଛି ଏବଂ ନିଜ ବାସ ସ୍ଥାନ କୁ ନେହେରୁ ଯୁବ କେନ୍ଦ୍ର ର ସମସ୍ତ କର୍ମୀ ମାନେ ପହଞ୍ଚି ଶେଷ ଦର୍ଶନ କରିଥିଲେ ଚୁନରୀ ଜଣେ ମେଳବି ଯୁବତୀ ଥିଲେ ତାଙ୍କ ଘର ଫୁଲବାଣୀ ସହର ର ଜିରିଂପଡା ରେ ତାଙ୍କର ମରଣ ଶରୀର କୁ ଫୁଲବାଣୀ ସ୍ଥିତ କେନ୍ଦୂପଦର ର ଶ୍ମଶାନ ଘାଟ ରେ ତାଙ୍କୁ କବର ଦେଇଥିଲେ ଏହି ଘଟଣା କୁ ଦେଖି ଫୁଲବାଣୀ ର ନେହୂରୁ ଯୁବ କେନ୍ଦ୍ର କାର୍ଯ୍ୟାଳୟ ରେ ଯୁବ ଭଲୁଣ୍ଟର ମାନେ ଶୋକ ସଭା ପାଳନ କରିଥିଲେ ଏବଂ ମୂର୍ତ ଯୁବତୀ ଙ୍କ ଆତ୍ମା ର ଶାନ୍ତି ପାଇଁ ନୀରବ ପ୍ରାର୍ଥନା ମଧ୍ୟ କରିଥିଲେ

Leave a comment

Your email address will not be published. Required fields are marked *