#Breaking News

ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବିଜେପି ତରଫରୁ ବ୍ଲକ ଘେରାଉ: ବିଡ଼ିଓଙ୍କୁ ଦାବୀ ପତ୍ର ପ୍ରଦାନ


ବାଲିଗୁଡା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବିଜେପି ଦଳ ପକ୍ଷରୁ ଆବାସ ଯୋଜନା ଦୁର୍ନିତି ବିରୋଧରେ ବାଲିଗୁଡା ବ୍ଳକ ଘେରାଓ ସହିତ ବିଡିଓଙ୍କ ଜରିଆରେ ରେ ରାଜ୍ୟପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି ।କନ୍ଧମାଳ ଜିଲ୍ଲାରେ ଆବାସ ଯୋଜନା ଉଚିତ ହିତାଧିକାରୀଙ୍କୁ ନ ମିଳିବାନେଇ ବିଜେପି କର୍ମୀ ନାରାବାଜି କରିଥିଲେ ।ଏହି ଦୁର୍ନିତି ବିରୋଧରେ ବିଜେଡି ସରକାରଙ୍କୁ ନିନ୍ଦା କରିବା ସହିତ ଆଗାମି ଦିନରେ ଦଳ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରାଯିବ ବୋଲି ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଦେବେନ୍ଦ୍ର କୁଦେଇ ପ୍ରକାଶ କରିଛନ୍ତି ।ଏହି ବ୍ଳକ ଘେରାଓ ରେ ଜିଲ୍ଲା ମହିଳା ମୋର୍ଚ୍ଚା ଉପ ସଭାନେତ୍ରୀ କୁସୁମୀ ପ୍ରଧାନ,ମଣ୍ଡଳ ସଭାପତି ଦିବାକର ସାହୁ,ସାଧାରଣ ସମ୍ପାଦକ ଆଦିକନ୍ଦ ପଟ୍ଟନାୟକ,ରାମାନନ୍ଦ ଘଡେଇ,ସୁରେନ୍ଦ୍ର କୁମାର ପାତ୍ର,ସୁଷମା ସାହୁଙ୍କ ସମେତ ବହୁ କର୍ମି ଯୋଗ ଦେଇଥିଲେ । କରୋନା କଟକଣାକୁ ମାନି ଘେରାଓ କରିବା ସହିତ ବାଲିଗୁଡା ବିଡିଓଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା |

Leave a comment

Your email address will not be published. Required fields are marked *