କନ୍ଧମାଳ ମିଡ଼ିଆ ଫୋରମର ନୂତନ କର୍ମକର୍ତ୍ତା

Udaya_Labanya | July 9, 2021 | 72 views |0 | Breaking News


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ) ଶୁକ୍ରବାର ଏକ ସରକାରୀ ପଞ୍ଜିକୃତ ସାମ୍ବାଦିକ ସଂଘକନ୍ଧମାଳ ଜିଲ୍ଲା ମିଡିଆ ଫୋରମର ନୂତନ କର୍ମକର୍ତ୍ତା ନିର୍ବାଚନ ସ୍ଥାନୀୟ ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇ ଥିଲା।
ସଭାପତି ଶିବାନନ୍ଦ ପଟନାୟକଙ୍କ ସଭାପତିତ୍ଵରେ ଅନୁଷ୍ଠିତ ବୈଠକରେ ପ୍ରଥମେ ଗତ ଦୁଇ ବର୍ଷର ଆୟବ୍ୟୟ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ସଂପର୍କରେ ସଂପାଦକ ପ୍ରଶାନ୍ତ ପଣ୍ଡା ସୂଚନା ଦେଇଥିଲେ। ଓସଦସ୍ୟମାନେ ଆନ୍ତରୀକ ସହଯୋଗ କରିଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ।
ସେହିପରି ସଂଘର କାର୍ଯ୍ୟକାଳ ପୁରି ଯାଇଥିବାରୁ ଆଗାମୀ ୨ବର୍ଷ ଲାଗି ନୂତନ କର୍ମବର୍ତ୍ତ। ନିର୍ବାଚନ ହୋଇଥିଲା ।
ଏଥିରେ ସଭାପତି ଭାବରେ ସୁନୀଲ ବିଶ୍ୱାଳ ନିର୍ବାଚିତ ହୋଇଥିବାବେଳେ ଉପସଭାପତି,ଆଦିତ୍ୟ ତ୍ରିପାଠୀ ସଂପାଦକସୂର୍ଯ୍ୟ ବେହେରା ସହ ସଂପାଦକ ରମେଶ ପ୍ରଧାନ ଓ କୋଷା ଧ୍ୟକ୍ଷ ଶିବ ବିଶ୍ୱାଳ ଭାବେ ନିର୍ବାଚିତ ହୋଇଥିଲେ।

ସମସ୍ତ ନବନିର୍ବାଚିତ ସଭାପତି, ସଂପାଦକ ଓ କର୍ମକର୍ତ୍ତ। ମାନେ ନିଷ୍ଠା, ଓ ଆନ୍ତରୀକତା ର ସହ ସମସ୍ତ ସଦସ୍ୟଙ୍କୁ ସାଥିରେ ନେଇ ସଂଘୀୟ ସ୍ଵାର୍ଥକୁ ଦୃଷ୍ଟିରେ ରଖି କାର୍ଯ୍ୟ କରିବା ଲାଗି ନିର୍ବାଚନ ଅଧିକାରୀ ସୁନୀଲ ପଟନାୟକ ପରାମର୍ଶ ଦେଇଥିଲେ l
ଏହି ବୈଠକରେ ବରୀ ଷ୍ଠ ସାମ୍ବାଦିକ ତଥା ଉପଦେଷ୍ଟାସୁନୀଲ ପଟନାୟକ, ଅଜିତ ମହାରଣା,ତ୍ରୀନାଥ ସାହୁ,ସନ୍ତୋଷ ଡିଗାଲ, ସୂର୍ଯ୍ୟ ବେହେରା , ରମେଶ ପ୍ରଧାନ, ସତ୍ୟନାରାୟଣ ବେହେରା , ପ୍ରଶାନ୍ତ ପଣ୍ଡା, ବଦ୍ୟ ନା ଏକ, ଆଦିତ୍ୟ ତ୍ରିପାଠି, ସୁନୀଲ ବିଶ୍ଵାଳ, ଶିବନା ଏକ, ରାଧାମୋହନ ମହାପାତ୍ର,ଶିବ ନାୟକ,ବାଳ କୃଷ୍ଣ ଚର୍ଚି, ଶିବ ବିଶ୍ୱାଳ ପ୍ରମୁଖଙ୍କ ସମେତ ଅନ୍ୟମାନେ ଉପସ୍ଥିତ ଥିଲେ।

Share this
  •  
  •  
  •  
  •  
  •  
  •  
  •  

Related Posts

ଓଡିଶା ନାଟ୍ୟସଂଘ ର ୩୫ ତମ ପ୍ରତିଷ୍ଠା…

Udaya_Labanya | September 27, 2022 | 7 views |0

ଫୁଲବାଣୀ (ସୁନୀଲ ପଟନାୟକ ସୋମବାର ଫୁଲବାଣୀ ପ୍ରେସ କ୍ଲବ ଠାରେ ଜିଲାର ଅଗ୍ରଣୀକଳା ଓ ସଂସ୍କୃତି ଅନୁଷ୍ଠାନ ବନାନୀ କଳା ସଙ୍ଗମ ପକ୍ଷରୁ ଓଡିଶା ନାଟ୍ୟ ସଙ୍ଘ ର ୩୫ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଥିଲା lଏହି ଅବସର ରେ…

ଅସହାୟ ରଂଜିତ ଙ୍କୁ ଆବାସ ଘର ମିଳିବ…

Udaya_Labanya | September 27, 2022 | 6 views | 0

ଫୁଲବାଣୀ (ସୁନୀଲ ପଟନାୟକ )କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତଵିଶିପଡା ପଂଚାୟତ ଅନ୍ତର୍ଗତ ଆଶୀରିସହି ଗ୍ରାମର ରଂଜିତ କୁମାର ବେହେରା lଝାଟିମାଟି କୁଡ଼ିଆ ଘରେ ପଲିଥିନ ପକାଇ ବର୍ଷ ବର୍ଷ ଧରି ରହି ଆସୁଥିଲେ ମଧ୍ୟ ତାଙ୍କୁ ପ୍ରଧାନ ମନ୍ତ୍ରୀ ଆବାସ…

Leave a Reply

Your email address will not be published. Required fields are marked *

Archives

Categories