ବାଲିଗୁଡା : ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଓ ନବଯୌବନ ଦର୍ଶନ

Udaya_Labanya | July 9, 2021 | 15 views |0 | Breaking News


ବାଲିଗୁଡ଼ା,୦୯/୦୭.(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଶ୍ରୀଜଗନ୍ନାଥ ମନ୍ଦିରରେ ଆଜି ଚତୁର୍ଦ୍ଧା ମୂର୍ତ୍ତିଙ୍କ ନେତ୍ର ଉତ୍ସବ ଏବଂ ନବଯୌବନ ଦର୍ଶନ ପାଳିତ ହୋଇ ଯାଇଛି । ମନ୍ଦିର ପରିସର ମଧ୍ଯରେ ପୂର୍ବ ନିର୍ଦ୍ଧାରିତ ନୀର୍ଘଣ୍ଟ ଅନୁଯାୟୀ ବିନା ଭକ୍ତ ରେ ମହାପ୍ରଭୁ ଙ୍କ ହୋମ ଓ ଦେବ ରିତି ନୀତି କାର୍ଯ୍ୟ ସମାପନ ହୋଇଛି। ମନ୍ଦିର ଟ୍ରଷ୍ଟ ସଦସ୍ୟ ମଧୁସୂଦନ ଦାସ ହୋମରେ ରହିଥିବା ବେଳେ ପୁରୋହିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ, ମହେଶ୍ୱର ପଣ୍ଡା, ବାବୁଲା ପାଣି ପ୍ରମୁଖ ନୀତି କାର୍ଯ୍ୟ ସମ୍ପାଦନ କରିଥିଲେ। ମନ୍ଦିର ଟ୍ରଷ୍ଟି ଉପଜିଲ୍ଲାପାଳ ଡ଼. ଶୁଭଙ୍କର ମହାପାତ୍ର ମନ୍ଦୀର ରେ ପହଁଚି ନୀତି କାର୍ଯ୍ୟ ସୂଚାରୁ ରୁପେ ପାଳନ କରିବା ସହ ନବ ଯୌବନ ଦର୍ଶନ କରିଥିଲେ। ଆଜି ଠାରୁ ତିନି ଦିନ ମହାପ୍ରଭୂ ନବ ଯୌବନ ଦର୍ଶନ ଦେବେ। ଜୁଲାଇ ୧୨ତାରିଖରେ ବିନା ଭକ୍ତ ରେ କେବଳ ଅଳ୍ପ ସଂଖ୍ୟକ ସେବାୟତଙ୍କୁ ନେଇ ରଥଯାତ୍ରା କରାଯିବା ପାଇଁ ଟ୍ରଷ୍ଟ ବୋର୍ଡ ପକ୍ଷରୁ ନିଷ୍ପତ୍ତି ନିଆ ଯାଇଛି।

Share this
  •  
  •  
  •  
  •  
  •  
  •  
  •  

Related Posts

କଟକରେ ଗାନ୍ଧୀ ଜୟନ୍ତୀ ଅନୁଷ୍ଠିତ

Udaya_Labanya | October 2, 2022 | 30 views |0

କଟକ (ଉଲାପ୍ର) ପବିତ୍ର ଗାନ୍ଧୀ ଜୟନ୍ତି ଅବସରରେ ଶିବସେନାର ପୂର୍ବତନ ଓଡ଼ିଶା ରାଜ୍ୟ ପ୍ରମୁଖ ସ୍ବର୍ଗତ ରାମବିଳାଶ ଶର୍ମା ସେବା ସ୍ମୃତି ସାଂସଦ ତରଫରୁ, ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ରାଷ୍ଟ୍ର ଭାଷା ଠାରେ ଏକ ସ୍ମୃତି ସଭାର…

ଜିଲ୍ଲା ଲିଗାଲ ଏଡ ପକ୍ଷରୁ ସ୍ୱାସ୍ଥ୍ୟ ଶିବିର

Udaya_Labanya | October 1, 2022 | 8 views | 0

ଫୁଲବାଣୀ (ସୁନୀଲ ପଟନାୟକ )ଶନିବାର ଫୁଲବାଣୀ ବ୍ଳକ ର ସା୍ର୍ତା ଗୁଡା‌ ଠାରେ ଥିବା ‌ ଆଇ ଆଇ ସି ଭିଲେଜ ଵୃଦ୍ଧାଶ୍ରମ ରେ ଆଇନ୍ ସହାୟତା ପ୍ରାଧିକରଣ ତରଫରୁ ଏକ ଚକ୍ଷୁ ଚିକିତ୍ସା ଶିବିର ଓ ସ୍ୱାସ୍ଥ୍ୟ ଶିବିର ର…

Leave a Reply

Your email address will not be published. Required fields are marked *

Archives

Categories