#Breaking News

ବରୀଷ୍ଠ ସମାଜସେବୀ ପାଉଲ ପ୍ରଧାନଙ୍କ ପରଲୋକ


ଫୁଲ ବାଣୀ- (ସୁନୀଲ ପଟ୍ଟନାୟକ)
କକ୍ଷମାଳ ଜିଲ୍ଲାର ଜଣେ ଜଣାଶୁଣା ତଥା ବରୀଷ୍ଠ ସମାଜସେବୀ ପାଉଲ ପ୍ରଧାନଙ୍କ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ହୋଇଥିଲା । ବ୍ରେନ ଷ୍ଟ୍ରେ । କ ଯୋଗୁଁ ସେ ଦୀର୍ଘଦିନ ଧରି ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଆଜି ଶନିବାର ସଂଧ୍ୟା ୫ଟା ସମୟରେ ପାଉଲଙ୍କ ପରଲୋକ ହୋଇଥିବା ଖବର ଶୁଣିବାପରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସ୍ଵର୍ଗତ ପାଉଲ ପ୍ରଧାନ ଜୁଲାଇ ୧,ତାରିଖ୧୯୪୯ରେ ଜନ୍ମଗ୍ରହଣ କରିଥିଲେ।ସେ ପଲ୍ଲିଶ୍ରୀ ନାମକ ଏକ ସ୍ୱେଛା ସେବୀ ସଂଗଠନ କରି ଲୋକଙ୍କୁ ସଚେତନ କରିବା ସହ ଅଞ୍ଚଳର ବିକାଶ ଦିଗରେ ଅହର ହ ଉଦ୍ୟମ କରି ଆସୁଥିଲେ। ଫୁଲ ବାଣ ଏକ୍ସନଗୁପର ପ୍ରତିଷ୍ଠାତା ଓ ପରାମର୍ଶଦାତା ଥିଲେ । ସମାଜର ଗରୀବ, ଦଳୀତ ନିଷ୍ପେସିତ ଲୋକଙ୍କ ଉନ୍ନତିପାଇଁ ସେ ସର୍ବଦା କାର୍ଯ୍ୟ କରୁଥିଲେ।ସେ ଜଣେ ଶାନ୍ତ ସରଳ .ଅମାୟୀକ ପର ପୋକାରୀ, ପ୍ରକୃତିର ବ୍ୟକ୍ତି ଥିଲେ।
ତାଙ୍କର ମୃତ୍ୟୁରେ ପିଏଜି ଆବାହକ ତଥା ସମାଜସେବୀ ଅଶୋକପରୀଡା,ନିପିଡିତସଂପାଦକ ରାମଚନ୍ଦ୍ର ଦାସ, ସ୍ଵାତୀସଂପାଦକ ଇଂ ହରି ଶଙ୍କର ରାଉତ, ପ୍ରଦାତ।ର ସଂପାଦକ ପ୍ରଦୀପ ଦାସ, ଶାନ୍ତି ମୈତ୍ରୀର ସଂପାଦକ ଭଗବାନ ଜେନା, ବନ ବାସୀ ସେବା ସମିତି ବାଲିଗୁଡ଼ା ସଂପାଦକ ଉତ୍ସବ ଜେନା, ସହ ସଂପାଦକ ରବୀନ୍ଦ୍ର ପଣ୍ଡା,ସାହାର । ଅନୁଷ୍ଠାନର ସୁକାନ୍ତ ନା ଏକ.ସମାଜସେବୀ ମହମଦଜିଆ ଉଦ୍ଦିନ, ଅଶୋକ ପ୍ରଧାନ, ବଦ୍ୟନାଥ ଖୁଟୁଆ, ତରୁଣ ନା ଏକ.ଙ୍କ ସମେତ ବରୀଷ୍ଠ ସାମ୍ୱାଦିକ ଡ.ଅରୁପ ଜେନା, ଶିଶିର ପଟନାୟକ, ସୁନୀଲ ପଟନାୟକ, ନାରାୟଣ ସାହୁ,ବିଜୟ ମହାନ୍ତି, ବିଦ୍ୟାଧର ପାଳ ପ୍ରମୁଖ ଶୋକବ୍ୟକ୍ତ କରିବା ସହ ଆମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ।

Leave a comment

Your email address will not be published. Required fields are marked *