#Breaking News

ତୁମୁଡିବନ୍ଧ ଓ କୋଟଗଡ଼ ଦାୟୀତ୍ଵରେ ଜଣେ ପିଆଇଏ, ଜଳ ବିଭାଜିକା କାର୍ଯ୍ୟ ବାଧାପ୍ରାପ୍ତ


ଫୁଲବାଣୀ- (ସୁନୀଲ ପଟନାୟକ)
ସରକାର ଜଳଛାୟା କାର୍ଯ୍ୟକ୍ରମ ମାଧ୍ୟମରେ ଚାଷୀ ଓ ଚାଷଜମିର ଉନ୍ନତି ପIଇଁ କୋଟିକୋଟି ଟଙ୍କା ବ୍ୟୟ କରୁଛନ୍ତି ହେଲେ ବିଭାଗର ହାତଗଣତି କିଛି ପିଆଇଏଙ୍କ ମନମୁଖି ତଥା ଖାମଖିଆଲି କାରବାର :ଦୁର୍ନିତୀ ପୂର୍ଣ୍ଣମନୋଭାବ, ପ୍ରିୟା ପ୍ରିତି ତେ।ଷଣ ସାଙ୍ଗଙ୍କୁ ସ୍ଥାୟୀ ଅନୁପସ୍ଥିତ ଯୋଗୁଁ ବିଭାଗ ଦ୍ଵାରା ହାତକୁ ନିଆଯାଉଥିବା କାମ ସବୁ ଉପରଠାଉରିଆ ନିମ୍ନ ମାନର ହେବା ସହ ବ୍ୟାପକ ଅର୍ଥ ମଧ୍ୟ ହେରଫେର ହେଉଥିବା ଶୁଣା ଯାଉଛି।
ଜିଲାର ମା ଓ ଇଲାକା ତଥା ଦୁର୍ଗମ ଅଞ୍ଚଳ ଭାବରେ ପରିଚିତ ତୁମୁଡିବନ୍ଧ ଓ କୋଟଗଡ ବ୍ଲକ ଦାୟୀତ୍ଵରେ ଜଣେ ପିଆଇଏ ଅଛନ୍ତି । ସେ ପୁଣି ମାଓ ଭୟ ଯୋଗୁଁ ବାଲି ଗୁଡ଼ାରେ ରହି ସୁବିଧା ଦେଖି ନିଜ ମନ ଇଚ୍ଛା ଯାଉଛନ୍ତି ।
ଆଉଟ ସୋ ସିଂ କର୍ମଚାରୀ ଓ ଅଧସ୍ତନ କର୍ମଚାରୀଙ୍କୁମୌଖିକ ଦାୟୀତ୍ଵ ଦେଇ ସେ ବାବୁ ଜଣଙ୍କ ବାଲିଗୁଡ଼ାରେ ରହୁଥିବା ଅଭିଯୋଗ ହେଉଛି ।
ଏହି ଅସ୍ଥାୟୀ ଓ ଅଧସ୍ତନ କର୍ମଚାରୀମାନେ ନିଜେ ମନଇଚ୍ଛା କାର୍ଯ୍ୟକରୁଥିବା ଦେଖାଯାଉଛି । ଫଳରେ ଉନ୍ନୟନ୍ନ କାର୍ଯ୍ୟ ବାଧାପ୍ରାପ୍ତ ହେଉଥିବା ଓ ପ୍ରକୃତ ଚାଷୀ ସୁଫଳ ପାଉ ନ ଥିବା ଅଭିଯୋଗ ହେଉଛି । ଏ ଦୁଇ ବ୍ଲକ୍କ ଦାୟୀ ତ୍ଵର ଥିବା ପିଆଇଏ ପାତ୍ର କାହାର ବିଫୋନ ଜାଣି ଶୁଣି ଉଠା ଉ ନ ଥିବା ଅଭିଯୋଗ ହେଉଛି । ଅଭିଯୋଗ କଲେ ଓ ଲଟା ଫୋନ ଉଠାଇ ବାକୁ ବାଧ୍ୟ ନୁହେଁ ବୋଲି ଚଢା ଗଳାରେ କହୁଛନ୍ତି । ଏପଟେ ସରକାର ଗ୍ରାମକୁ ଯାଇ ଲୋକଙ୍କ ସୁବିଧା ଅସୁବିଧା ବୁଝି ସେମାନଙ୍କ ମତ।ମତକୁ ଗୁରୁତ୍ଵ ଦେଇ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦାୟୀତ୍ଵରେ ଥିବା ଅଧିକାରୀ ହରିଶଙ୍କର ପାତ୍ର ନା ଗ୍ରାମକୁ ନିୟମିତ ଯାଉଛନ୍ତି ନା ପଚାରିଲେ କିଛି କହୁଛନ୍ତି । ଏପରି ସ୍ଥଳେ ମା ଓ ଇଲାକାରେ କିଭଳି କାମ ହେଉଥିବା ତାହା ସହଜରେ ଅନୁମେୟ. I
ସେହିପରି ଖଜୁରିପଡ଼ା ଓ ଫିରିଙ୍ଗିଆ ଦାୟୀତ୍ଵରେ ଥିବା ବାବୁଙ୍କ କଥା ନ କହିବା ଭଲ।
ଏହି ଦୁଇ ବ୍ଲକ ପିଆଇଏଦ।ୟୀତ୍ଵରେ ଜଣେ ବାବୁ ଅଛନ୍ତି ।
ଚାଷୀମାନେ ପିଆଇ ଏଙ୍କୁ ତାଙ୍କ ଗ୍ରାମକୁ ଆସୁଥିବା ଦେଖି ନ ଥିବା କହିଛନ୍ତି । ଏପରିକି କାର୍ଯ୍ୟାଳୟକୁ ଆସି ଲୋକେ ଅପେକ୍ଷା କରି କରି ଫେରୁଛନ୍ତି । ଅଭିଯୋଗ କଲେ ଶୁଣୁଛି କିଏ ଆଜ୍ଞା ବୋଲି କହୁଛନ୍ତି ବିଚରା ଚାଷୀମାନେ । ବିଭାଗରେ ଶହଶହ ସଂଖ୍ୟାରେ ଫାର୍ମ ପଣ୍ଡ ଖୋଳା ଯିବା ସହ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ଚାଲିଛି । ବିଭାଗ ଦ୍ଵାର ।କଣ କାମ ହେଉଛି ପଚାରିଲେ କିଏ କହି ପାରୁ ନାହାନ୍ତି ।
ଏପଟେ ଖଜୁରୀପଡ଼ା ଓ ଫିରିଙ୍ଗିଆ ଦାୟୀତ୍ଵରେ ଥିବା ପିଆଇଏଜୁଗଳ କିଶୋର ପ୍ରଧାନଙ୍କୁ ବାରମ୍ଵାର ଫୋନ କଲେ ମଧ୍ୟ ସେ ରିସିଭ ମଧ୍ଯ କରୁ ନ ଥିବା ଅଭିଯୋଗ ହେଉଛି । ଶ୍ରମିକ ବଦଳରେ ମେସିନ ଲଗାଇ କାମ ହେଉଥିବା ଅଭିଯୋଗ ହେଉଛି ।
ଏପରି ସ୍ଥଳେ ଏହି ୪ଟି ବ୍ଲକରେ ଜଳ ବିଭାଜିକା ଓ ମୃତ୍ତିକା ସଂରକ୍ଷଣ କାର୍ଯ୍ୟ କିଭଳି ଚାଲିଥିବ ଓ ଚାଷୀ କିଭଳି ଉପକୃତ ହେଉଛନ୍ତି ତାହା ସହଜରେ ଜଣା ପଡୁଛି । କନ୍ଧମାଳ ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଓ ରାଜ୍ୟ ଜଳଛ। ୟା ପ୍ରକଳ୍ପ ନିର୍ଦ୍ଦେଶକ ତୁରନ୍ତ ଏଥିପ୍ରତି ଦୃଷ୍ଟିଦେଇ ଆବଶ୍ୟକ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହେଉଛି । ଅନ୍ୟଥା ସରକାରଙ୍କ କୋଟି କୋଟି ଟଙ୍କା ପାଣିରେ ପଡିବା ସିନା ସାର ହେବ ଲୋକ ସୁଫଳ ପାଇବେନି ।

Leave a comment

Your email address will not be published. Required fields are marked *