ବିଜେଡି ମହିଳା ସଂଗଠନକୁ ସୁଦୃଢ କରିବାପାଇଁ ବିଧାୟକଙ୍କ ପରାମର୍ଶ

Udaya_Labanya | July 14, 2021 | 34 views |0 | Breaking News


ଫୁଲବାଣୀ-( ସୁନୀଲ ପଟ୍ଟନାୟକ) ଆଗକୁ ପୌର ଓ ପଞ୍ଚାୟତ ନିର୍ବାଚନ ।
ହାତରେ ଖୁବ୍ କମ ସମୟ ରହିଛି। ନବୀନ ସରକାର ମଧ୍ୟ୫୦ପ୍ରତିଶତ ମହିଳାମାନଙ୍କ ପାଇଁ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା କରିଛନ୍ତି। ଏଣୁ ବିଜୁ ଜନତା ଦଳ ଯେପରି ଆଗାମୀ ପୌର ପଞ୍ଚାୟତ ନିର୍ବାଚନରେ ଭଲ ପ୍ରଦର୍ଶନ କରିବ ସେଥିପ୍ରତି ଏବେଠାରୁ ଦୃଷ୍ଟିଦେବା ସହ ମହିଳା ସଂଗଠନକୁ ସୁଦୃଢ଼ କରିବା ସହ ଦଳରେ ଅଧିକରୁ ଅଧିକ ମହିଳା ସାମିଲ କରିବାକୁ ଫୁଲବାଣୀ ବିଧାୟକ ଅଙ୍ଗଦ କହଁର, ବାଲିଗୁଡ଼ା ବିଧାୟକଚକ୍ରମଣିକହଁର, ଓଜିଉଦୟଗିରି ବିଧାୟକସାଲୁଗା ପ୍ରଧାନ ପ୍ରମୁଖ ନବନିଯୁକ୍ତ ଜିଲ୍ଲା ବିଜେଡିମହିଳା ଶାଖା ସଭାନେତ୍ରୀ ପୁନମ କ ହଁ ରଙ୍କୁ ପରାମର୍ଶ ଦେଇଛନ୍ତି । ପୁନମ ଙ୍କ ପୂର୍ବରୁ ସାଙ୍ଗଠନିକ ଦକ୍ଷତା ଓ ଲୋକସଂପର୍କ ଭଲ ରହିଛି।
ସେ ଚାହିଁଲେ ଦଳର ମହିଳା ଶାଖାକୁ ଅଧିକମଜବୁତ କରିବା ସହ ଆଗକୁ ନେଇପାରିବେ ବୋଲି ସ୍ଥାନୀୟ ସମସ୍ତ ବିଧାୟକମାନେ କହିଛନ୍ତି ।
ପୁନମ ମଧ୍ୟ ନିଷ୍ଠା ଓ ଆନ୍ତରିକତାର ସହ ଉ ସର୍ଗୀ କୃତ ମନୋଭାବ ନେଇ ବିଜୁ ଜନତା ଦଳ ପାଇଁ କାର୍ଯ୍ୟ କରିବେ ବୋଲି ନିର୍ଭର ପ୍ରତିଶୃତି ଦେଇଛନ୍ତି ।

Share this

Related Posts

ନୂଆପାଟଣା ବୌଦ୍ଧ ସଂଘ ଦ୍ୱାରା ଶାନ୍ତିପୂର୍ଣ କ୍ୟାଣ୍ଡେଲ…

Udaya_Labanya | June 10, 2023 | 17 views |0

l ନୂଆପାଟଣା ( ଉଲ୍ଲାପ୍ର )ଶୁକ୍ରବାର ସନ୍ଧ୍ୟା ୭ ଘଟିକା ୩୦ ମିନିଟ ସମୟରେ ଐତିହାସିକ ବୋଧିବୃକ୍ଷ ବୋଧିଦ୍ରୁମ ବୁଦ୍ଧ ବିହାର ଠାରେ ନୂଆପାଟଣା ବୋୖଦ୍ଧ ସଂଘ ତରଫରୁ ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ଯାତ୍ରୀଙ୍କ ସ୍ମୃତିଚାରଣ ଓ…

ବୋଲେରୋ ପିକ୍ ଅପ୍ ଓ ମୋଟରସାଇକେଲ ସହ…

Udaya_Labanya | June 9, 2023 | 4 views | 0

(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ପୋଲିସକୁ ମିଳିଛି ପୁଣି ଏକ ବଡ଼ ସଫଳତା । ବେଆଇନ୍ ଗଞ୍ଜେଇ ଚୋରା ଚାଲାଣ ବେଳେ ପୋଲିସ୍ ପକ୍ଷରୁ ଚଢ଼ାଉ । ଗୋଟିଏ ବୋଲେରୋ ପିକ୍ ଅପ୍ ଭ୍ୟାନ୍ ଓ ଗୋଟିଏ ମୋଟରସାଇକେଲ…

Leave a Reply

Your email address will not be published. Required fields are marked *

Archives

Categories