#Breaking News

ନିରଞ୍ଜନ ମୃତ୍ୟୁ ମାମଲା ଏସପିଙ୍କ ପ୍ରତିଶୃତି ପରେ ଧାରଣା ପ୍ରତ୍ୟାହୃତ


ଫୁଲବାଣୀ- (ସୁନୀଲ ପଟନାୟକ)
ପୁଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିବରୀଷ୍ଠ ଅଫିସରଙ୍କ ଦ୍ଵାରା ଏହାର ନିରପେକ୍ଷ ତଦନ୍ତ ଦାବୀ କରି କନ୍ଧମାଳ ଏସପି ଅଫିସ ସାମନାରେ ଧାରଣାରେ ବସିଥିବା ମୃତ ନିରଞ୍ଜନ ସାହୁଙ୍କ ପରିବାର ଙ୍କ ସହ କନ୍ଧମାଳ ଏସପି ବିନିତ ଅଗ୍ରୱାଲ ଆଲୋଚନା କରି ଜଣେ ବରୀଷ୍ଠ ପୋଲିସ ଅଫିସରଙ୍କ ଦ୍ଵାରା ପୁନ ର୍ବାର ତଦନ୍ତ କରିବାଲାଗି ନିର୍ଭର ପ୍ରତିଶୃତି ଦେବାପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।
ସୂଚନାଯୋଗ୍ୟଯେ ଗତ ଜୁନ ୨୦ରେ ଚକ। ପାଦ ଥାନା ଅନ୍ତର୍ଗତ ରଣଗାଁର ଏକ କୁଅରେ ଝୁଲନ୍ତ। ଅବସ୍ଥାରେ ନିରଞ୍ଜନଙ୍କ ମୃତ ଦେହ ମିଳିଥିଲା। ପ୍ରେମ ବ୍ୟାପାରକୁ ନେଇ ନିରଞ୍ଜନ କୁହତ୍ୟା କରାଯାଇଥିବା ପରିବାର ଲୋକେ ସନ୍ଦେହ କରୁଛନ୍ତି । ଏନେଇ ପ୍ରେମିକାର ବାପା ହରିଶ୍ଚନ୍ଦ୍ର ଦେହୁରି. ଦୁଇ ଦାଦାଙ୍କ ନାମରେ ମୃତ ନିରଞ୍ଜନଙ୍କ ପରିବାର ପକ୍ଷରୁ ଏତେ ଲା ଦିଆଯାଇଥିଲା। ତେବେ ଚକାପାଦ ଥାନା ଅଧିକାରୀ କୁ ଆଡେ ଠିକଭାବେ ତଦନ୍ତ ନ କରି ଘଟଣାକୁ ଚପାଇଦେବାକୁ ନେଇ ପିଡିତପରିବାର ପକ୍ଷରୁ ଅଭିଯୋଗ ହୋଇଆସୁଥିଲା। ତେବେ ବର୍ତ୍ତମାନ ଉଚ୍ଚ ଅଧିକାରୀ ଙ୍କ ତଦନ୍ତ କି ରୁ ପ ନେଉଛି ତାହା ଆଗକୁ ଜଣା ପଡିବା

Leave a comment

Your email address will not be published. Required fields are marked *