ଟ୍ରାକଟର ମାଡ଼ିଯିବା ରୁ ଜଣେ ଗୁରୁତର
ଫୁଲବାଣୀ- (ସୁନୀଲ ପଟନାୟକ )
ଶୁକ୍ରବାର ଚକାପାଦ ବ୍ଲକ ଲାଇନପଡା ବଜାରରେ OD 12B 1808 ଏକ ଟ୍ରାକଟର ବପଲମେଣ୍ଡି ପଟରୁ ଆସୁଥିବା ସମୟରେ ଭାର ସାମ୍ୟ ହରାଇ ଗୌତମ ନାୟକ ଙ୍କ କୁକୁଡ଼ା ଦୋକାନ ଉପରେ ଚଢି ଯିବା ଫଳରେ ଦୋକାନ ଆଗରେ ଠିଆ ହୋଇଥିବାଜଣେ ଵ୍ୟକ୍ତି ଗୁରୁତର ଆହାତ ହୋଇଛନ୍ତି l ତାଙ୍କ ଉପରେ ଗାଡି ଚଢ଼ୀ ଯିବାରୁ ସେ ଗୁରୁତର ଅବସ୍ଥାରେ ପଡିଥିବା ସମୟରେ ସ୍ଥାନୀୟ ଲୋକମାନେ 108 ଗାଡିକୁ ଡାକି ଉକ୍ତ ବ୍ୟକ୍ତି କୁ ମେଡିକାଲ ସ୍ଥାନାନ୍ତରୀତ କରିଥିଲେ, ତେବେ ପାଖରେ ଥିବା କୁକୁଡ଼ା ଦୋକାନ ମାଲିକ ଅଳ୍ପକେ ବର୍ତ୍ତୀ ଯାଇଥିଲେ, ଲାଇନପଡା ଫାଣ୍ଡି ପୋଲିସ ଆସି ଗାଡିଓ ଡ୍ରାଇଭର କୁ ଥାନl କୁ ନେଇ ତଦ ନ୍ତ କରୁଛି l
ତେବେ ଲାଇନପଡା ବଜାର ଉପରେ ସ୍କୁଲ, କଲେଜ, ପଞ୍ଚାୟତ, ବ୍ୟାଙ୍କ, ପ୍ରଭୁତି ଥିବାରୁ ରାସ୍ତା ସବୁବେଳେ ଜନଗହଳି ରହୁଛି, ସେଇ ସମୟରେ ଗାଡି ମଟର ବହୁତ ଦ୍ରୁତ ଗତିରେ ଯିବା ଆସିବl କରୁଛନ୍ତି, ଏବଂ ଛୋଟ ବଡ ଦୁର୍ଘଟଣା ହୋଇ ଧନ ଜୀବନମଧ୍ୟ ନଷ୍ଟ ହେଲାଣି, l ଏହି ରାସ୍ତାରେ କେତୋଟି ହମ୍ସ କଲେ ଅନ୍ତତଃ ଦୁର୍ଘଟଣାରୁ ରକ୍ଷା ମିଳିବବୋଲି ଲୋକେ କହୁଛନ୍ତି l ପୂର୍ତ୍ତ ବିଭାଗ ପକ୍ଷରୁ ତୁରନ୍ତ ହମ୍ପସ ନିର୍ମାଣ ଦାବି ହେଉଛି l
Odia 








































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































































