#Breaking News

ନୂତନ ଘରୋଇ ବସଷ୍ଟାଣ୍ଡରୁ ଆସନ୍ତା ବାହୁଡ଼ା ରୁ ବସ ଗଡିବ


ବରଗଡ଼,୧୍୭/୭– ବହୁ ବାଦବିବାଦର ଅନ୍ତ ଘଟିଛି। ଘରୋଇ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ଆପୋଷ ବୁଝାମଣା ହୋଇଛି। ଆସନ୍ତା ଜୁଲାଇ ୨୦ ତାରିଖ ରୁ ନୂତନ ଭାବେ ନିର୍ମିତ ଘରୋଇ ବସଷ୍ଟାଣ୍ଡ ରୁ ବସ ଯାତାୟାତ ଆରମ୍ଭ ହେବ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘ ର ଉପଦେଷ୍ଟା ଇ° ଦେବବ୍ରତ ମିଶ୍ର ପ୍ରକାଶ କରିଥିଲେ। ଦୀର୍ଘ ଅଢେଇ ବର୍ଷ ହେଲା ଉଦଘାଟିତ ହୋଇ ଉକ୍ତ ନବ ନିର୍ମିତ ଘରୋଇ ବସଷ୍ଟାଣ୍ଡ ବସ୍ ମାଲିକ ସଂଘ ଏବଂ ପୈ।ର ପରିଷଦ ମଧ୍ୟରେ ବିବାଦ ହୋଇ ପଡି ରହିଥିଲା। ନୂତନ ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମନିଷା ବାନାର୍ଜୀ ଏହାର କାର୍ଯ୍ୟ କାରୀ ଉପରେ ଗୁରୁତ୍ବ ଦେବା ସହ ଆଲୋଚନା କରିଥିଲେ। ପରେ ସଂଘ ପକ୍ଷରୁ ବସ୍ ଷ୍ଟାଣ୍ଡ ର ସୁଧାର କାର୍ଯ୍ୟ ପାଇଁ ଦେଇଥିବା ପ୍ରସ୍ତାବ ଉପରେ ରାଜି ହୋଇ ମରାମତି କରିଥିଲେ। ନୂତନ ବସଷ୍ଟାଣ୍ଡ ଆରମ୍ଭ ହେବା ପରେ ଆସନ୍ତା ୨୦ରୁ ଏଠାରେ ବସ୍ ଚଳାଚଳ ଆରମ୍ଭ ହେବ। ଯାତ୍ରୀମାନେ ଅନେକ ସୁବିଧା ପାଇବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘଦିନ ଧରି ପୈ।ର ପରିଷଦ ଦ୍ବାରା ନିର୍ମିତ ଘରୋଇ ବସଷ୍ଟାଣ୍ଡ ପଡ଼ି ରହିଥିଲା। କିଛି ଦିନ ପୂର୍ବେ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ନୂତନ ଜିଲ୍ଲାପାଳ ତଥା ପୈ।ର ପ୍ରଶାସିକା ମନୀଷା ବାନାର୍ଜୀ ବନ୍ଦ୍ ହୋଇ ପଡି ରହିଥିବା ଘରୋଇ ବସଷ୍ଟାଣ୍ଡ କୁ ପରିଦର୍ଶନ କରିଥିଲେ। ସେଠାରେ ଅସମ୍ପୂର୍ଣ୍ଣ ହୋଇ ପଡି ରହିଥିବା କାମକୁ ଶିଘ୍ର କରିବାକୁ ପୈ।ର ଅଧିକାରୀ ଓ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ବସଷ୍ଟାଣ୍ଡ ଯାତ୍ରୀବାହୀ ବସ୍‌ ରହଣୀ ଏବଂ ଯାତ୍ରୀଙ୍କ ସୁବିଧା ଦୃଷ୍ଟିରୁ ବରଗଡ଼-ଭେଡ଼େନ କେନାଲ ରାସ୍ତା ପାର୍ଶ୍ୱରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମିତ ହୋଇଛି। ଏହା ୨୦୧୮ ନଭେମ୍ବର ୨୫ରେ ଉଦଘାଟିତ ହୋଇଥିଲା। ନିର୍ମାଣରେ ତ୍ରୁଟି ରହିଥିବା ଅଭିଯୋଗ କରି ଘରୋଇ ବସ୍‌ ମାଲିକ ସଂଘ ନୂତନ ବସ୍‌ଷ୍ଟାଣ୍ଡକୁ ବିରୋଧ କରି ପୁରୁଣା ବସ୍‌ଷ୍ଟାଣ୍ଡକୁ ବ୍ୟବହାର କରି ଆସୁଛନ୍ତି।
ବରଗଡ଼ ଘରୋଇ ବସ୍‌ଷ୍ଟାଣ୍ଡରୁ ପ୍ରତିଦିନ ପ୍ରାୟ ୩ଶହ ଯାତ୍ରୀବାହୀ ବସ୍‌ ଯାତାୟାତ କରୁଛି। ଏହାକୁ ଦୃଷ୍ଟିରେ ରଖି ପୌର ପ୍ରଶାସନ ପକ୍ଷରୁ ସାଢ଼େ ୫କୋଟି ଟଙ୍କା ବ୍ୟୟ ଅଟକଳରେ ନୂତନ ଘରୋଇ ବସ୍‌ଷ୍ଟାଣ୍ଡ ନିର୍ମାଣ କରାଯାଇଥିଲା। ସାମ୍ବାଦିକ ସମ୍ମିଳନୀରେ ଘରୋଇ ବସ୍ ମାଲିକ ସଂଘ ର ଉପଦେଷ୍ଟା ଇ° ଦେବବ୍ରତ ମିଶ୍ର, ସଭାପତି ଭୀଷ୍ମ ଦେବ ଦୋରା, ସମ୍ପାଦକ ଶେଖ୍ ନଜିମୁଦ୍ଦିନ, ସୁଶାନ୍ତ ମିଶ୍ର, ସରୋଜ ମହାପାତ୍ର,ପୁରନ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।

Leave a comment

Your email address will not be published. Required fields are marked *