#Breaking News

ବିସ୍ଥାପିତ ହେବାର ୫୦ ବର୍ଷ ବିତିଲାଣି ଛନ୍ଦୁରୁପଦର ବିସ୍ଥାପିତଙ୍କ ସମସ୍ୟା ସୁଧୁରିବ କେବେ ?


ଫୁଲ ବାଣୀ- (ସୁନୀଲ ପଟନାୟକ)
ବିସ୍ଥାପିତ ହେବାର ବର୍ଷେ କି ୨ବର୍ଷ ନୁହେଁ ପାଖାପାଖି ୫ ଦଶନ୍ଧୀ ବିତି ଲାଣି ହେଲେ ବିସ୍ଥାପିତ ଲୋକଙ୍କ ସମସ୍ୟା ସୁଧୁରୁନି ଏଯାଏଁ । ରାସ୍ତାଘାଟ, ପାନୀୟ ଜଳ ଆଦି ମୌଳିକ ସୁବିଧା ଟିକକ ନ ପାଇ ଦୁଃଖକଷ୍ଟରେ ଜୀବନ ବିତାଉଛନ୍ତି କନ୍ଧମାଳ ଜିଲ୍ଲା ଖଜୁରୀପଡ଼ା ବ୍ଲକ ଛନ୍ଦୁର ପଦର ଗ୍ରାମବାସୀ ।
ଗତ ୧୯୮୪ ମସିହାରେ ପିଲା ସାଲକୀ ମଧ୍ୟମ ଜଳସେଚନ ପ୍ରକଳ୍ପ ପାଇଁ ବିସ୍ତାପିତ ହୋଇଥିଲେ ଏମାନେ । ସେମାନଙ୍କୁ ଛୁନ୍ଦୁର ପଦର ଅଞ୍ଚଳରେ ଥଇଥାନ କରାଯାଇଥିଲା। ହେଲେ ଗାଁକୁ ଏଯାଏ ଭଲ ରାସ୍ତାଟିଏ ନାହିଁ,ପାନୀୟ ଜଳ ସମସ୍ୟା ନ କହିବା ଭଲ ।ଘର ଦେବେ କହିଥିଲେ ସରକାର ତାହାମଧ୍ୟ ଦେଲେ ନି। ଚାଷ ଜମି ବୋଲି ଯାହା ମିଳିଛି ତାହା ପାହାଡିଆ ଜମି ତେଣୁ ଚାଷ କଣ ହେବ ବୋଲି ପ୍ରଶ୍ନ କରିଛନ୍ତି ।ବାବୁମାନେ ଗାଁକୁ ଆସୁଛନ୍ତି ସମସ୍ୟାର ସମାଧାନ କରିଦେ ବେ ବୋଲି ପ୍ରତିଶୃତି ଦେଇ ଚାଲିଯାଉଛନ୍ତି ସିନା କାମ କିଛି ହେଉନି ବୋଲି ଵଶ୍ୟl ନନ୍ଦ ଡିଗାଲ ଅଭିଯୋଗ କରିଛନ୍ତି l

ସେହିପରି ଚାଷ କରିବାପାଇଁ ଉଠା ଜଳସେଚନ ପ୍ରକଳ୍ପ ନିର୍ମାଣ ହୋଇଛି ହେଲେ କାମରେ ଆସୁନି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଅଭିଯୋଗ କଲେ ଶୁଣିବାକୁ କିଏ ନାହିଁ। ବିସ୍ଥାପିତ ହେବାର ଏତେ ବର୍ଷ ହୋଇଗଲା ଆଉ କେତେ ଅପେକ୍ଷା କରିବୁ ଓ କେବେ ସମସ୍ୟାର ସମାଧାନ ହେବ।
ମୁଲ ଲାଗି ଚଳୁଛନ୍ତି ଏମାନେ । ଜମି ପଦର ପଡିଛି ବୋଲି ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ରମେଶ ଡିଗଲ , ଓ ରବୀନ୍ଦ୍ର ପ୍ରଧାନ କହିଛନ୍ତି l

ତେବେ ଏନେଇ ଖଜୁରୀପଡ଼ା ବ୍ଲ୍କ୍କ୍କ୍କ ଅଧ୍ୟକ୍ଷ ବୀରେନ୍ଦ୍ର କହଁରଙ୍କୁ ପଚ଼।ରିବାରେ ସେ ପିଏମଏ ୱାଇ. ବିଜୁ ପକ୍କା ଘର ଯୋଗାଇଦେବା ଲାଗି ଉଦ୍ୟମ କରାଯାଉଛି, ଅର୍ଥ ଅନୁବାନ ମିଳିଲେ ରାସ୍ତା ନିର୍ମାଣ କରାଯିବ, ଆଉ ପ୍ରତିଘରକୁ ପାନୀୟ
ଜଳ ଯୋଗାଇଦେବା ଲାଗି ବ୍ୟବସ୍ଥା ହେଉଥିବା କହିଛନ୍ତି
ତେବେ ପ୍ରକଳ୍ପ ପାଇଁ ବିସ୍ଥାପିତ ହୋଇଥିବା ଏହି ଲୋକଙ୍କ ସମସ୍ୟା କେବେ ସୁଧୁରିବ ତାକୁହିଁ ଅପେକ୍ଷା

Leave a comment

Your email address will not be published. Required fields are marked *